ମନୋରଞ୍ଜନ

ଗ୍ରେଜୁଏଟ ହେବା ଖୁସିରେ ଏହି ଝିଅ ଦେଲେ ୪୦୦ ଅସହାୟ ପିଲାଙ୍କୁ ପାର୍ଟି, ଲୋକମାନେ କରୁଛନ୍ତି ଖୁବ ପ୍ରଶଂସା, କହିଲେ କିଛି ଏମିତି କଥା ଯାହା ସମସ୍ତଙ୍କୁ ଜାଣିବା ଦରକାର

ଆପଣମାନଙ୍କୁ ଛୋଟ କିମ୍ବା ବଡ ଖୁସି ଖବର ମିଳିଲେ ଆପଣମାନେ ନିଜର ବନ୍ଧୁମାନଙ୍କ ସହ ପାର୍ଟି କରି ବହୁତ ଟଙ୍କା ଖର୍ଚ କରିଥାନ୍ତି । କିନ୍ତୁ ଏଠି ଜଣେ ଯୁବତୀ ନିଜର ଖୁସିରେ ସେହି ପିଲାମାନଙ୍କୁ ସାମିଲ କରିଛନ୍ତି, ଯାହାଙ୍କ ପାଖରେ ରହିବା ପାଇଁ ନିଜର ଘର ବି ନାହିଁ । ଏହି କାହାଣୀ ଆପଣଙ୍କୁ ବହିର ସୁନ୍ଦର ଦୁନିଆ ଭଳି ଲାଗିବ, କିନ୍ତୁ ଏହି କାହାଣୀ ବିଲକୁଲ ସତ୍ୟତା ଉପରେ ଆଧାରିତ ଅଟେ ।

କହିବାକୁ ଗଲେ ଏହି ଅଦ୍ଭୁତ କାମକୁ ଟେକ୍ସାସର ଏକ ଯୁବତୀ କରି ଦେଖାଇଛନ୍ତି । ଯାହାଙ୍କର ନାମ ଲିୟେନ କାରାସ୍କୋ ଅଟେ । ଯିଏକି ବର୍ତ୍ତମାନ ଗ୍ରେଜୁଏଶନ ପୁରା କରିଛନ୍ତି । ଗ୍ରେଜୁଏଶନ ପୁରା କରିବା ଖୁସିରେ ସେହି ଯୁବତୀ ଜଣକ ନିଜର ବନ୍ଧୁମାନଙ୍କ ସହ ପାର୍ଟି କରିବା ପରିବର୍ତ୍ତେ ଗରିବ ପିଲାମାନଙ୍କ ସହ ମିଶି ପାର୍ଟି କରିଛନ୍ତି । ଯାହା ଦ୍ଵାରା ସେହି ଯୁବତୀଙ୍କର ଖୁସି ଦ୍ଵିଗୁଣିତ ହୋଇଯାଇଛି ।

ବେଘର ପିଲା ଓ ମହିଳାଙ୍କ ସହ କରିଛନ୍ତି ପାର୍ଟି

ଗ୍ରେଜୁଏଶନ ପୁରା କରିବାର ଖୁସିରେ ଲିୟେନ କାରାସ୍କୋ ବେଘର ପିଲା ଓ ମହିଳାମାନଙ୍କୁ ପିଜ୍ଜା ପାର୍ଟି ଦେଇଛନ୍ତି । ଏହି ପିଜ୍ଜା ପାର୍ଟି ଜରିଆରେ ସେ ସେହି ଗରିବ ପିଲାମାନଙ୍କ ମୁହଁରେ ଖୁସି ଆଣି ପାରିଛନ୍ତି, ଯାହାକି ଆଗରୁ କେବେ ବି କେହି ଦେଖି ନ ଥିବେ । ଏହା ଛଡା ପିଜ୍ଜା ପାର୍ଟି କରିବା ପରେ ଯେଉଁ ଟଙ୍କା ତାଙ୍କ ପାଖରେ ବଞ୍ଚିଥିଲା ତାକୁ ବି ସେ ସେହି ପିଲାମାନଙ୍କ ମଧ୍ୟରେ ବାଣ୍ଟିଦେଲେ ।

ଲିୟେନ କାରାସ୍କୋ ନିଜର ଗ୍ରେଜୁଏଶନ ପୁରା କରିବାର ଖୁସିକୁ ଅଲଗା ଅନ୍ଦାଜରେ ଜାହିର କରିବାକୁ ଚାହୁଁଥିଲେ । ଯେଉଁ କାରଣରୁ ସେ ହ୍ଯୂସ୍ଟନ ର ‘ଷ୍ଟାର ଅଫ ହୋପ ସେଂଟର’ ରେ ଗୋଟିଏ ଇଭେଣ୍ଟର ଆୟୋଜନ କରିଥିଲେ । ଯେଉଁଥିରେ ସେ 400 ଅସହାୟ ପିଲାମାନଙ୍କୁ ପିଜ୍ଜା ପାର୍ଟି ଦେଲେ ।

ସମାଜସେବା କରିବେ

ଗ୍ରେଜୁଏଶନ ପରେ ଲିୟେନ କାରାସ୍କୋ ନର୍ସିଂଗର ଶିକ୍ଷା ନେବାକୁ ଚାହୁଁଛନ୍ତି, ଯାହା ଦ୍ଵାରା ସେ ଲୋକମାନଙ୍କର ସେବା କରି ପାରିବେ । ତାଙ୍କର ମାନିବା ଅଟେ କି ଆପଣଙ୍କ ପାଖରେ ଯେତିକି ଅଛି ସେତିକିରେ ହିଁ ଖୁସି ରହିବା ଦରକାର ଓ ଲୋକମାନଙ୍କୁ ସାହାର୍ଯ୍ୟ କରିବା ଉଚିତ । ଏହା ଛଡା ତାଙ୍କର କହିବା ଅଟେ କି ତାଙ୍କୁ ସମାଜସେବା କରିବାକୁ ଭଲ ଲାଗେ ।

ଲୋକମାନେ କରୁଛନ୍ତି ବହୁତ ପ୍ରଶଂସା

ଗ୍ରେଜୁଏଶନ ପୁରା କରିବା ଖୁସିରେ ଲିୟେନ କାରାସ୍କୋ ଅସହାୟ ପିଲାମାନଙ୍କୁ ପିଜ୍ଜା ପାର୍ଟି ଦେଲେ, ଯାହାକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି । ଏହା ପରେ ସେ କହିଲେ କି ଆଗକୁ ବି ମୁଁ ଏହି ବର୍ଗର ଲୋକମାନଙ୍କ ପାଇଁ କାମ କରିବି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button