ଦେଶ- ବିଦେଶ

ବହୁତ ଦିନରୁ ମାଲିକର କବର ଉପରେ ବସି ରହିଥିଲା କୁକୁର, ହଟାଇବା ପରେ ସାମ୍ନାକୁ ଆସିଲା ହୋସ ଉଡାଇଦେବା ଭଳି ସତ, ଦେଖନ୍ତୁ

କହିବାକୁ ଗଲେ କୁକୁରମାନେ ନିଜ ଠାରୁ ଅଧିକ ନିଜ ମାଲିକଙ୍କୁ ଅଧିକ ଭଲ ପାଆନ୍ତି । ଏହାର ଏକ ଉଦାହରଣ ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ ଏକ କବରନୁମା ଜାଗାରେ ବସିଥିବା କୁକୁର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଲା ।

ଅସଲରେ ବହୁତ ବର୍ଷ ପୂର୍ବେ ଏହି କୁକୁରର ମାଲିକର ମୃତ୍ୟୁ ହୋଇଯାଇଥିଲା ଓ ଏହା ପରେ ଲୋକମାନଙ୍କୁ ଲାଗୁଥିଲା କି ସେ ନିଜର ମାଲିକର ମୁର୍ତ୍ୟୁରେ ଏତେ ଦୁଃଖିତ ଥିଲା କି ମାଲିକର କବର ପାଖରୁ ହଟିବାକୁ ଚାହୁଁନାହିଁ, କିନ୍ତୁ ଯେତେବେଳେ ପାଖକୁ ଯାଇ ଦେଖା ଗଲା ତେବେ ଯେଉଁ ଫଟୋ ସାମ୍ନାକୁ ଆସିଲା ତାହା ଲୋକମାନଙ୍କର ହୃଦୟକୁ ଛୁଇଁ ଗଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଗୁଡିକ ପଛର କାହାଣୀ ଲୋକମାନଙ୍କର ହୃଦୟକୁ ସ୍ପର୍ଶ କରିନେଇଛି । କହିବାକୁ ଗଲେ ଏହି କୁକୁରଟି ଏହି କବର ପାଖରେ ଏକ ଗାତ ଖୋଳିଥିଲା, ଯେଉଁଥିରେ ସେ କିଛି କୁକୁର ଛୁଆଙ୍କୁ ଜନ୍ମ ଦେଇଥିଲା । ସେହି ମା’ କୁକୁରଟି ଏଠି ବସି ନିଜର ପିଲାମାନଙ୍କର ଧ୍ୟାନ ରଖୁଥିଲା ।

ଲୋକମାନେ ପ୍ରାୟତଃ କିଛି ଦିନ ହେବ ଏହି କୁକୁରକୁ ସେଠି ବସିଥିବାର ଦେଖୁଥିଲେ, କିନ୍ତୁ ଯେତେବେଳେ ଲୋକମାନେ କୁକୁରକୁ ସେଠୁ ହଟାଇବାକୁ ଚେଷ୍ଟା କରିଲେ ତେବେ ଏହା ପଛର ଅସଲ କାରଣ ଜାଣି ପାରିଲେ ।

ଏହା ପରେ କିଛି ଲୋକମାନେ ସେହି କୁକୁରକୁ ଖାଇବାକୁ ଦେଲେ ଓ ତାର ପିଲା ସହିତ ତାକୁ ଅନ୍ୟ ଏକ ଜାଗାକୁ ନେଇଗଲେ । ଯେଉଁଠି ଡାକ୍ତର ଆସି ସେହି କୁକୁର ଛୁଆମାନଙ୍କର ଯାଞ୍ଚ କରିଲେ ଓ ତାଙ୍କୁ ଇଂଜେକ୍ସନ ଲଗାଇଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button