ଦେଶ- ବିଦେଶ
ୟୁଜିସି ନେଟ ପରୀକ୍ଷା ସ୍ଥଗିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୟୁଜିସି ନେଟ୍ ପରୀକ୍ଷା ବାତିଲ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଶ୍ନପତ୍ର ଲିକ ଅଭିଯୋଗକୁ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ କିଛି ପରୀକ୍ଷାର୍ଥୀ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙକ ଦ୍ବାରସ୍ଥ ହୋଇଥିଲେ । ଯାହା ଖାରଜ ହୋଇଛି । ସୂଚନା ଅନୁସାରେ ଜୁନ ୧୮ରେ ୟୁଜିସି ନେଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଓ ପ୍ରଶ୍ନପତ୍ର ଲିକ ଅଭିଯୋଗ ଆସିବା ପରେ କେନ୍ଦ୍ର ଶିକ୍ଷାବିଭାଗ ଜୁନ ୧୯ରେ ପରିକ୍ଷାକୁ ବାତିଲ କରାଯାଇଥିଲା ।
ଏହା ପରେ ଜୁନ ୨୧ରେ ପରିକ୍ଷା ନେଇ ପୁଣି ଦିନ ସ୍ଥିର ହୋଇଛି । ଏଥିସହ ସେପ୍ଟମ୍ବର ୪ରେ ଅନଲାଇନ ପରିକ୍ଷା ଅନୁଷ୍ଠିତ କରାଯିବ । ତେବେ ଆଜି ଆବେଦନ ଉପରେ ଶୁଣାଣୀ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ।କୋର୍ଟ କହିଛନ୍ତି ଆବେଦନ ଦ୍ବାରା ବିଶୃଖଂଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ଓ ପରୀକ୍ଷା ବାତିଲ ଯୁକ୍ତିଯୁକ୍ତ ନୁହେଁ ।