ଜ୍ୟୋତିଷ

ନିଜ ଘରେ ଲଗାନ୍ତୁ ଏହି 3ଟି ଫଟୋ – ତାପରେ ଦେଖନ୍ତୁ ଚମତ୍କାର, ସଂସାରର ସବୁ ସୁଖ ମିଳିବ

ଆପଣମାନେ ସମସ୍ତେ ଜାଣିଛନ୍ତି ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ ତା ସହିତ ଆମ ଘରେ କିଛି ବାସ୍ତୁଦୋଷ ଥିବା ଯୋଗୁ ସବୁବେଳେ ନକରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ଯାହା ଫଳରେ ଆମେ କିଛି ବି କରିବାକୁ ଚାହୁଁଥିଲେ ମଧ୍ୟ କରି ପାରୁନା । ଏମିତିକି ଘରେ କିଛି ନା କିଛି ଅଶୁଭ ଘଟିଥାଏ ।

Image courtesy: Google

କିନ୍ତୁ ମଣିଷ ଚାହିଁଲେ ଏହି ସବୁ ବାସ୍ତୁଦୋଷକୁ ସୁଧାରି ପାରିବ ଯାହାକି ଶାସ୍ତ୍ରରେ କୁହା ଯାଇଛି । ଏହି ବାସୁଦୋଷ ଅନୁସାରେ ତାହାର କିଛି କର୍ମ ରହିଛି, ସେହି କର୍ମ ଯଦି ଆମେ ସୂଚାରୁ ରୂପେ କରି ପାରିବା ତା ହେଲେ ବାସ୍ତୁଦୋଷ ଦୂର ହେବା ସହିତ ଆମ ଘରେ ସକାରାତ୍ମକ ଊର୍ଜା ସୃଷ୍ଟି ହେବ ଓ ସମସ୍ତ କାର୍ଯ୍ୟ ସଫଳ ହେବା ସହିତ ଘରେ ଧନ ବୃଦ୍ଧି ହେବ । ତାହା କଣ ଆସନ୍ତୁ ଜାଣିବା ।

Image courtesy: Google

ଆପଣଙ୍କ ଘରର ମୁଖ୍ୟ ଦ୍ବାରର କବାଟରେ ଗଣେଶ ଭଗବାନଙ୍କ ଫୋଟୋ ଲଗାନ୍ତୁ ଓ ବାହାରକୁ ଯିବା ସମୟରେ ଗଣେଶ ଭଗବାନଙ୍କୁ ଦର୍ଶନ କରି ଯାଆନ୍ତୁ, ସମସ୍ତ କାର୍ଯ୍ୟ ଶୁଭ ହେବ । ଯାହା ଫଳରେ କୌଣସି ନକରାତ୍ମକ ଊର୍ଜା ଘରକୁ ଆସିବନି ।

Image courtesy: Google

ସେହି ମୁଖ୍ୟଦ୍ବାରର ପଛପଟେ ପଞ୍ଚମୁଖୀ ହନୁମାନଙ୍କ ଫୋଟୋ ଲଗାନ୍ତୁ ଯାହା ଆପଣଙ୍କ ଘରେ କୌଣସି ନକରାତ୍ମକ ଊର୍ଜା ରହିବାକୁ ଦେବ­­ ନାହିଁ । ବାସ୍ତୁଦୋଷ ଠିକ ହେବା ସହିତ ଆପଣଙ୍କର ସବୁ କିଛି ମଙ୍ଗଳ ହେବ ।

Image courtesy: Google

ତାହା ସହିତ ବାସ୍ତୁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଆପଣଙ୍କ ଘର ଭିତର ପଟେ ମାନେ ଆପଣଙ୍କ ହଲ ରେ ମାଛର ଫୋଟୋ ଲଗାନ୍ତୁ । ମାଛ ଯୋଡିଏ କିମ୍ବା ଗୋଟିଏ ହେଲେ ବି ଚଳିବ । ମାଛ ଖେଳୁଥିବାର ଫୋଟୋ ଲଗାନ୍ତୁ ଦେଖିବେ ଆହୁରି ଉନ୍ନତି ଘଟିବ । ଆପଣଙ୍କ ଘରେ ସବୁ ବାସ୍ତୁଦୋଷ ଦୂର ହେବା ସହିତ ସକରାତ୍ମକ ଊର୍ଜା ସୃଷ୍ଟି ହେବ । ଏମିତିକି ଆପଣଙ୍କ ଘର ଉପରେ କାହାରି କୋପ ଦୃଷ୍ଟି ପଡିବନି । ସବୁ କିଛି ମଙ୍ଗଳ ହେବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button