ଦେଶ- ବିଦେଶ

ପୁଲୱାମାରେ ସହିଦ ହୋଇଥିବା ଯବାନ ମାନଙ୍କୁ ଏହି ବ୍ୟକ୍ତି ଦେଲେ ଅଲଗା ପ୍ରକାରର ଶ୍ରଦ୍ଧାଞ୍ଜଳି, ଟାଟୁ କରି ଲେଖିଲେ ସବୁ ସହିଦଙ୍କର ନାମ, ଦେଖନ୍ତୁ ଫୋଟୋ ସବୁ

ପୁଲୱାମାରେ ସହିଦ ହୋଇଥିବା ଯବାନମାନଙ୍କୁ ଏହି ବ୍ୟକ୍ତି ଜଣକ କିଛି ଅଲଗା ଭାବରେ ହିଁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ଏହି ବ୍ୟକ୍ତି ଜଣକ ଆକ୍ରମଣରେ ସହିଦ ହୋଇଥିବା ସବୁ ଯବାନମାନଙ୍କର ନାମର ଟାଟୁ ନିଜ ଶରୀରରେ କରିଛନ୍ତି । ଯେଉଁଠି ଦେଶର ସମସ୍ତ ଲୋକମାନେ ମହମବତି ଜଳାଇ ଏହି ଆକ୍ରମଣରେ ମରିଥିବା ୪୨ ଜଣ ଯବାନଙ୍କୁ ଶ୍ରନ୍ଧାଜଳି ଦେଉଛନ୍ତି ।

ଅନ୍ୟ ପଟେ ରାଜସ୍ଥାନର ଏହି ବ୍ୟକ୍ତି ଯବାନମାନଙ୍କୁ ଶ୍ରନ୍ଧାଜଳି ଦେବା ପାଇଁ ଏହିଭଳି ଏକ ଉପାୟ କରିଛନ୍ତି ଏବଂ ସବୁଦିନ ପାଇଁ ଯବାନ ମାନଙ୍କର ନାଁକୁ ନିଜ ଶରୀରରେ ଲେଖିଛନ୍ତି ।

ଟାଟୁ କରିଲେ ସହିଦଙ୍କର ନାମ

ଗୋପାଳ ସାରଣ ନାମକ ଏହି ବ୍ୟକ୍ତି ନିଜର ଶରୀରରରେ କେବଳ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବନାମାନଙ୍କର ନାଁ ନୁହେଁ, ଏହା ଛଡା ବି ସେ ରାଜସ୍ଥାନର ଅନ୍ୟ ସହିଦ ଯବାନମାନଙ୍କର ନାଁକୁ ବି ନିଜ ପିଠିରେ ଟାଟୁ କରି ଲେଖିଛନ୍ତି । ସେ ତାଙ୍କ ପିଠିରେ ୭୧ ଯବାନମାନଙ୍କର ନାଁ ଲେଖିଛନ୍ତି । କୁହାଯାଉଛି କି ପୁଲୱାମାରେ ସହିଦ ହୋଇଥିବା ୪୨ ଜଣ ଯବାନଙ୍କ ସହିତ ସେ ଯେଉଁ ଅନ୍ୟ ୨୦ ଯବାନ ମାନଙ୍କର ନାଁ ଲେଖିଛନ୍ତି ସେମାନେ ରାଜସ୍ଥାନର ବୀକାନେର ଜିଲ୍ଲାର ଅଟନ୍ତି । ଆଉ ୯ ଜଣ ରତନଗଢର ଅଟନ୍ତି ।

ତିରଙ୍ଗା ପତାକା ବି କରିଛନ୍ତି

ଶ୍ରୀଡୂଂଗରଗ ତହସୀଲର ମୋମାସର ଗ୍ରାମର ନିବାସୀ ଗୋପାଳ ଏହି ସହିଦଙ୍କର ନାଁ ଛଡା ସେ ନିଜ ପିଠିରେ ଆମ ଦେଶର ତ୍ରିରଙ୍ଗାର ବି ଟାଟୁ କରିଛନ୍ତି । ଏହା ସହିତ ଯବାନମାନଙ୍କର ଟୋପି, ବନ୍ଧୁକ ଏବଂ ଜୋତାର ବି ଟାଟୁ କରିଛନ୍ତି ।

ସରକାର ଉପରେ ରାଗିଛନ୍ତି

ଗୋପାଳ ନିଜର ରାଜ୍ୟ ସରକାରଙ୍କ ଉପରେ ରାଗିଛନ୍ତି । କାରଣ ତାଙ୍କର କହିବା ଅଟେ କି ବୀକାନେର ସଭାଗ ମୁଖ୍ୟାଳୟରେ ସହିଦ ଯବାନ ମାନଙ୍କର ସ୍ମାରକ ନାହିଁ ଏବଂ ସେ ଚାହୁଁଛନ୍ତି କି ସରକାର ଏହି ଜାଗାରେ ସହିଦ ଯବାନମାନଙ୍କ ପାଇଁ ସ୍ମାରକ ପ୍ରସ୍ତୁତ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button