ଦେଶ- ବିଦେଶ

ଏହି ଅଭ୍ୟାସ ଗୁଡିକୁ ଆମେ ବୁଝିଥାଉ ଖରାପ ବାସ୍ତବରେ ଏହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ

ଆମ ମଧ୍ୟରେ ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କର ନିଜର ଅଲଗା ଅଲଗା ଅଭ୍ୟାସ ଥାଏ, ଅନ୍ୟ ପଟେ କିଛି ଲୋକମାନଙ୍କର ଅଭ୍ୟାସ କିଛି ଏମିତି ହୋଇଥାଏ କି ଯାହା ପାଇଁ ସମସ୍ତେ ତାଙ୍କ ଉପରେ ଚିଡି ଯାଆନ୍ତି । କହିବାକୁ ଗଲେ କିଛି ଲୋକମାନଙ୍କର ଅଭ୍ୟାସ ଏମିତି ହୋଇଥାଏ କି ତାହାକୁ ଦେଖିଲେ ଖରାପ ଲାଗିଥାଏ ଏବଂ ପ୍ରାୟତଃ ଏହିଭଳି ଲୋକମାନଙ୍କୁ ସମସ୍ତେ ପସନ୍ଦ କରନ୍ତି ନାହିଁ ।

କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ସେହି ଅଭ୍ୟାସ ଯାହାକୁ ଆପଣ ଖରାପ ଭାବୁଛନ୍ତି ତାହା କେଉଁଠି ନା କେଉଁଠି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବି ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏଭଭଳି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ।

୧. ଗସିପ କିମ୍ବା ଚୁଗଲୀ କରିବା

କେତେକ ଲୋକମାନଙ୍କୁ ଆପଣ ଦେଖିଥିବେ କି ସେମାନେ ଚୁଗଲୀ କରିବାରେ ବହୁତ ଇଚ୍ଛା ରଖନ୍ତି । ଖାସକରି ଝିଅ ଏବଂ ମହିଳାମାନେ ଏଥିରେ ଖୁବ ମାହିର ଅଟନ୍ତି । କହିବାକୁ ଗଲେ ଏହାକୁ ଆମେ ଖରାପ ଅଭ୍ୟାସ ବୋଲି କହିଥାଉ କିନ୍ତୁ ମନୋବୈଜ୍ଞାନିକମାନେ କୁହନ୍ତି କି ଚୁଗଲୀ କରିବା ଦ୍ଵାରା ଆପଣଙ୍କର ସମ୍ପର୍କ ଆହୁରି ମଜବୁତ ହୋଇଥାଏ । ଏହା ଛଡା ଏହା ବ୍ୟକ୍ତିର ସ୍ଟ୍ରେସ ଲେବୁଲକୁ କମ କରିଥାଏ ।

୨. ଘରକୁ ଅପରିଷ୍କାର ରଖିବାର ଅଭ୍ୟାସ

କେତେକ ଲୋକମାନଙ୍କ ମଧ୍ୟରେ ଏହି ଅଭ୍ୟାସ ଦେଖିବାକୁ ମିଳିଥାଏ । କାରଣ ସେମାନେ ସଫା ସଫିରେ ବହୁତ କମ ଧ୍ୟାନ ଦିଅନ୍ତି । ଏହିଭଳି ଲୋକମାନଙ୍କୁ ଆମେ ସମସ୍ତେ ଅଳସୁଆ ବୋଲି କହିଥାଉ । କିନ୍ତୁ ଆପଣମାନଙ୍କୁ କହିଦେଉଛୁ ଯେ ଏହିଭଳି ଲୋକମାନେ ବହୁତ କ୍ରିଏଟିବୀ ହୋଇଥାନ୍ତି । ଯେଉଁମାନେ କି ଆଗକୁ ଯାଇ ବିଜ୍ଞାନ କ୍ଷେତ୍ରରେ ନିଜର ନାମ କରନ୍ତି ।

୩. ଚୁୱିଂଗୁମ ଚୋବାଇବା

ସେମିତି ଦେଖିବାକୁ ଗଲେ ଏହା କୌଣସି ଖରାପ ଅଭ୍ୟାସ ନୁହେଁ କିନ୍ତୁ ଏହି କଥା ସତ୍ୟ ଅଟେ କି ଚୁୱିଂଗୁମ ଚୋବାଇବା ଦ୍ଵାରା ତାହା ଆମର ସ୍ଟ୍ରେସ ଲେବୁଲକୁ କମ କରିଥାଏ । ଏବଂ କୁହାଯାଏ କି ଏହା ଦ୍ଵାରା ଆମର ସ୍ମରଣ ଶକ୍ତି ବୁଦ୍ଧି ହୋଇଥାଏ ।

୪. ପାଟି କରିବା

କେତେକ ଲୋକମାନେ ଟେନସନ ହେବା ଥିଲେ ଅନ୍ୟ ବ୍ୟକ୍ତିଙ୍କ ଉପରେ ପାଟି କରିବାକୁ ଲାଗନ୍ତି । ଯାହାକୁ ବହୁତ ଖରାପ ଅଭସ୍ୟା ବୋଲି କୁହାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମନୋବୈଜ୍ଞାନିକ ମାନଙ୍କର କହିବା ଅଟେ କି ଏହା କରିବା ଦ୍ଵାରା ଆପଣମାନଙ୍କର ଚିନ୍ତା କମ ହୋଇଥାଏ ଏବଂ ଟେନସନ କମ କରିବାପାଇଁ ଏହା ବହୁତ ଭଲ ଉପାୟ ଅଟେ ।

୫. ସୋସିୟାଲ ମିଡିୟାର ଅଭ୍ୟାସ

ଆଜିକାଲି ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନଙ୍କୁ ସୋସିୟାଲ ମିଡିୟାର ଅଭ୍ୟାସ ହୋଇଯାଇଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସୋସିୟାଲ ମିଡିୟାର ଅଭ୍ୟାସକୁ ଗୋଟିଏ ପଟେ ଖରାପ ବୋଲି କୁହାଯାଏ ତ ଅନ୍ୟ ପଟେ ମନୋବୈଜ୍ଞାନିକ ମାନଙ୍କର କହିବା ଅଟେ କି ନିଜର ଏକୁଟିଆକୁ ଦୂର କରିବା ପାଇଁ ଏହା ସବୁଠୁ ଭଲ ମାଧ୍ୟମ ଅଟେ ।

୬. ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା

ଯେଉଁ ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ସୋଇଥାନ୍ତି ତାହାକୁ ଆମେ ସମସ୍ତେ ଅଳସୁଆ ବୋଲି କହିଥାଉ । କିନ୍ତୁ ବୋଧେ ଆପଣମାନେ ଜାଣି ନାହାନ୍ତି କି ଗୋଟିଏ ସର୍ବେରେ ଜଣା ପଡିଛି କି ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ଵାରା ସ୍ଟ୍ରୋକ ଏବଂ ହାର୍ଟ ଅଟୈକ ଭଳି ଡର କମ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button