ଦେଶ- ବିଦେଶ

ପାଣିକନ୍ଦା ଯୋଗୁ କଷ୍ଟ ଭୋଗୁଛନ୍ତି କି? ଜାଣନ୍ତୁ ଏହାର କାରଣ ଓ ଉପଚାର…

ହାତ ଓ ଗୋଡ଼ ର ପାଣିଖିଆ ହେବାର ମୁଖ୍ୟ କାରଣ :

  • ଅଧିକ ସମୟ ଧରି ପାଣି ରେ କାମ କରୁଥିବା ବ୍ୟକ୍ତି ଙ୍କ ଏହି ସମସ୍ୟା ହେଇଥାଏ।
  • ଜୋତା ଓ ମୌଜା ପିନ୍ଧିବା ଦ୍ଵାରା ପାଦ ଝାଳରେ ଓଦା ହୋଇ ଏହି ସମସ୍ୟା ହୁଏ।
  • ଜନସାଧାରଣ ଥିବା ଜାଗାରେ ରେ ଅଧିକ ସମୟ ଖାଲି ପାଦରେ ଚାଲିଲେ ଏହି ସମସ୍ୟା ହୁଏ।
  • ହାତ ଓ ଗୋଡ଼ ର ପାଣିଖିଆ ହୋଇ ଥିବା ବ୍ୟକ୍ତି ଙ୍କ ଦ୍ବାରା ବ୍ୟବହାର କରାଯାଇଥିବା ବସ୍ତୁ, ଯେପରିକି ଜୋତା, ମୌଜା, ଇତ୍ୟାଦି ବ୍ୟବହାର କଲେ ଏହି ସମସ୍ୟା ହୁଏ ।

ହାତ ଓ ଗୋଡ଼ ପାଣିଖିଆ ର ଉପଚାର :

ଲୁଣ ପାଣି :

ଗୋଟିଏ ପାତ୍ର ରେ ଅଳ୍ପ ଗରମ ଥିବା ପାଣି ନିଅନ୍ତୁ, ସେଥିରେ ଲୁଣ ମିଶାନ୍ତୁ। ସେହି ପାଣି ରେ ଗୋଡ଼/ହାତକୁ 15 ମିନଟ ବୁଡାନ୍ତୁ। ଏହି ପରି ପ୍ରତିଦିନ କଲେ ପାଣିକନ୍ଦା ଠିକ ହେଇଯାଏ।

ନିମ ତୈଳ :

ପାଣିକନ୍ଦା ହେଇଥିବା ସ୍ଥାନରେ ପ୍ରତିଦିନ ନିମ ତୈଳ ମାଲିସ କରନ୍ତୁ ।

ହଳଦୀ ପାଣି :

ଏକ କପ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ, ସେହି ପାଣି କୁ ତୁଳା ମାଧ୍ୟମରେ ନେଇ ପାଣିକନ୍ଦା ସ୍ଥାନରେ ଦିନକୁ 4/5 ଥର ଲଗାନ୍ତୁ ।

ସ୍ପଠିକ :

ଗରମ ପାଣି ରେ ଅଳ୍ପ ସ୍ପଠିକ ମିଶାଇ, ସେହି ପାଣିରେ ପାଣିକନ୍ଦା ସ୍ଥାନକୁ ଧୂଅନ୍ତୁ ।

ନଡ଼ିଆ ତୈଳ ଓ ପୁଦିନା ପତ୍ର :

ନଡ଼ିଆ ତୈଳ ରେ ପୁଦିନା ପତ୍ର କୁ ମିଶାଇ ଗରମ କରନ୍ତୁ, ଯେପରି ନଡ଼ିଆ ତୈଳ ଭଲ ଭାବରେ ଫୁଟିଯିବ। ନଡ଼ିଆ ତୈଳ ଥଣ୍ଡା ହେଲା ପରେ ତାକୁ ଛାଣି, ସେହି ତୈଳ କୁ ହାତ, ଗୋଡ଼ ରେ ମାଲିସ କରନ୍ତୁ।

ଘିକୁଆଁରୀ :

ଘିକୁଆଁରୀ ରେ ବହୁତ ଔଷଧୀୟ ଗୁଣ ରହିଛି। ଏହା କୁ ଯେକୌଣସି ଚର୍ମ ରୋଗ ରେ ବ୍ୟବହାର କଲେ, ଚର୍ମ ରୋଗ ସମ୍ପୂର୍ଣ୍ଣ ଠିକ ହୋଇଯାଏ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button