ସ୍ୱାସ୍ଥ୍ୟ

ପେନ କିଲର ଖାଉଛନ୍ତି ତ ହୋଇଯାଆନ୍ତୁ ସାବଧାନ! କଷ୍ଟ କମ କରିବାର ଔଷଧ ଦେବ ଜୀବନ ସାରା କଷ୍ଟ

ପ୍ରାୟତଃ ମୁଣ୍ଡ ବ୍ୟଥା, ପେଟ ବ୍ୟଥା ଏବଂ ଶରୀର ବ୍ୟଥା କମ କରିବା ପାଇଁ ଆମେ କିଛି ପେନ କିଲର ଖାଇ ଦେଉ ଏବଂ କିଛି ସମୟ ପରେ ଆମକୁ ବହୁତ ଜଲ୍ଦି ଆରାମ ମିଳି ଥାଏ । ଯଦି ଆପଣ ଏମିତି କରୁଛନ୍ତି ତେବେ ସମ୍ଭାଳି ଯାଅନ୍ତୁ କାହିଁକି ନା ପେନକିଲର ର ବେସୀ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ପାଇଁ ଖରାପ ହୋଇ ପାରେ । ଦରଜ ରୁ ବଞ୍ଚିବା ପାଇଁ ବିନା ପ୍ରିସ୍କ୍ରିପ୍ଶନ ମିଳୁଥିବା ଔଷଧ ‘ଓୱର ଦ କାଉଂଟର ଡ୍ରଗ୍ସ’ (ଓଟୀସୀ) କହେକି ଯାହାର ଅଳ୍ପ ଡୋଜ ରେ ଆପଣଙ୍କୁ ଆରାମ ମିଳି ଥାଏ କିନ୍ତୁ ଆମର ଟିକେ ଭୁଲ ପାଇଁ ଏହାର ସାଇଡ ଏଫେକ୍ଟ ଆମକୁ ଭୋଗିବାକୁ ପଡିବ ।

ଲିଭର ଖରାପ

 

ପେନ କିଲର ଔଷଧ ର ସବୁଠାରୁ ବଡ ଖତରା ଲିୱର ଖରାପ ହେବାର ଥାଏ । ଡାକ୍ତର ଙ୍କ କହିବା ଅନୁସାରେ ବେସୀ ପେନ କିଲର ଔଷଧ ଖାଇବା ଦ୍ଵାରା ଲିୱର ଉପରେ ଖରାପ ପ୍ରାଭବ ପକାଇ ଥାଏ । ପେନ କିଲର ର ଏସିଟାମିନୋଫେନ କାରଣରୁ ଲିୱର ନଷ୍ଟ ହେବାର ଡର ଥାଏ । ଏହା ସହିତ କିଡନୀ କୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ ।

ପେଟରେ ଅଲ୍ସର ହେବାର ସମ୍ଭାବନା

 

ପେନ କିଲର ଅଧିକ ବ୍ୟବହାର କରିବା ଦ୍ଵାରା ଲିୱର ସହିତ ଆପଣଙ୍କୁ ଅଲ୍ସର ର ବି ସମସ୍ୟା ହୋଇ ପାରିବ । ପେନ କିଲର ରେ ଥିବା ଏସପିରିନ ର ବେସୀ ସେବନ ରୁ ପେଟ ବହୁତ ଖରାପ ହେବାକୁ ଲାଗେ ।

ପ୍ରେଗନେଣ୍ଟ ମହିଳାମାନଙ୍କର ଗର୍ଭପାତ ର ଡର

 

ଯଦି ଗର୍ଭାବସ୍ଥାରେ ପେନ କିଲର ର ବେସୀ ବ୍ୟବହାର କରାଯାଏ ଏହା ଦ୍ଵାରା ଗର୍ଭପାତ ହେବାର ସମ୍ଭାବନା ବଢିଯାଏ । ସେଠୀ ଗର୍ଭବତୀ ମହିଳାମାନେ ପେନ କିଲର ଔଷଧ ରୁ ବଞ୍ଚି ରୁହନ୍ତୁ ।

ବ୍ଲଡ ପ୍ରେସର ହେବାର ଡର

 

ବାରମ୍ବାର ପେନ କିଲର ନେବା ଦ୍ଵାରା ଆପଣଙ୍କୁ ଏହାର ଏଡିକ୍ଶନ ହୋଇଯାଏ । ପୁଣି ଆପଣ ଛୋଟୋ ଛୋଟୋ ସମସ୍ୟାରେ ବି ଆପଣ ପେନ କିଲର ନେବାକୁ ଲାଗନ୍ତି । ଏହା ଦ୍ଵାରା ରକ୍ତ ପତଳା ହୋଇଯାଏ ଏବଂ ବ୍ଲଡ ପ୍ରେସର ର ସମସ୍ୟା ବଢି ଯାଏ ।

ଡିପ୍ରେଶନ ର କାରଣ

 

ପେନ କିଲର ବି ଆପଣଙ୍କ ଡିପ୍ରେଶନ ର କାରଣ ହୋଇଥାଏ । ଓପିଓଡ ନାମକ ପେନ କିଲର ର ବେସୀ ଲମ୍ବା ସମୟ ପର୍ଯ୍ଯନ୍ତ ବ୍ୟବହାର କରିବା ଦ୍ଵାରା ଡିପ୍ରେଶନ ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button