ସ୍ୱାସ୍ଥ୍ୟ

ଥଣ୍ଡା, ମୁଣ୍ଡବିନ୍ଧା ଓ କାଶରୁ ତୁରନ୍ତ ଆରାମ ପାଆନ୍ତୁ, କରନ୍ତୁ ଏହି 5ଟି ଘରୋଇ ଉପାୟ

ପ୍ରାୟତଃ ଋତୁ ପରିବର୍ତ୍ତନ ହେଲେ ଆମ ଶରୀର ଏହାର ପ୍ରଭାବ କୁ ବା ଏହି ପରିବର୍ତ୍ତନ କୁ ହଟାତ ସହି ପାରେ ନାହିଁ, ଯାହା ଦ୍ଵାରା ଆମକୁ ଜ୍ଵର ଥଣ୍ଡା ହବା ଏକ ସାଧାରଣ କଥା। ପୁଣି ସେହି ଥଣ୍ଡା ଜ୍ଵର ବେଶି ସମୟ ଧରି ଲାଗି ରହିଲେ ତାହା ଆମକୁ ବହୁତ କଷ୍ଟ ମଧ୍ୟ ଦେଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ରାମବାଣ ଦେଶୀ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଏହି ରୋଗ ଗୁଡିକରୁ ଶୀଘ୍ର ଉପସମ ପାଇପାରିବେ । ଏହି ଆୟୁର୍ୱେଦିକ ଚିକିତ୍ସା ପ୍ରଭାବ ଶାଳି ଅଟେ । ଏବଂ ଏହି ଗୁଡିକୁ ଆପଣ ବ୍ୟବାହାର କରି ନିଜର ସମସ୍ୟା ଦୂର କରି ପାରିବେ ।

ହଳଦୀ

ଯଦି ଆପଣ ଗରମ ପାଣି ରେ କିମ୍ବା ଗରମ କ୍ଷୀର ରେ ଗୋଟେ ଚାମଚ ହଳଦୀ କୁ ଗୋଳେଇ ଏହାର ସେବନ କରନ୍ତି ଏହା ଦ୍ଵାରା ଆପଣ ଥଣ୍ଡା ଏବଂ ଜ୍ଵର ରୁ ବହୁତ ଜଲ୍ଦି ରକ୍ଷା ପାଇପାରିବେ ।

 

ଅଦା

ଅଦା ବି ଥଣ୍ଡା ଏବଂ ଜ୍ଵର ପାଇଁ ଭଲ ଅଟେ । ଥଣ୍ଡା କିମ୍ବା ଜ୍ଵର ହେଲେ ଅଦା ର ଚା ଖାଇଲେ ଏଥିରୁ ଉପସମ ମିଳିଥାଏ ।

 

ଥଣ୍ଡା, ଏବଂ ଫ୍ଲୁ ହେଲେ ଅଦା କୁ ଛୋଟ ଛୋଟ ଖଣ୍ଡ କରି କାଟି ତାକୁ ଗୋଟେ କପ ରେ ଗରମ କ୍ଷୀର କିମ୍ବା ପାଣି ରେ ପକାଇ କିଛି ସମୟ ଗରମ କରି ଖାଇବା ପରେ ଆପଣ ଏହି ରୋଗ ରୁ ବଞ୍ଚି ପାରିବେ ।

ଲେମ୍ବୁ ଏବଂ ମହୁ

 

ଆପଣ ଦୁଇ ଚାମଚ ମହୁ ରେ ଗୋଟିଏ ଚାମଚ ଲେମ୍ବୁ ଏବଂ ଗୋଟେ ଗ୍ଲାସ ଉଷୁମ ପାଣି ରେ ପକାଇ ପିଇବା ଦ୍ଵାରା ଆପଣ ଥଣ୍ଡା ଏବଂ ଜ୍ଵର ରୁ ବଞ୍ଚି ପାରିବେ ।

ରସୁଣ

 

ଯଦି ଆପଣ ରସୁଣ ର ପାଞ୍ଚଟି କଲି କୁ ଘିଅ ରେ ଭାଜି କରି ଖାଇବେ, ଏବଂ ଏହାକୁ ଆପଣଙ୍କୁ ଦିନକୁ ଦୁଇ ଥର କରିବାକୁ ପଡିବ ଯାହାଦ୍ୱାରା ଆପଣ ଥଣ୍ଡା ଏବଂ ଜ୍ଵର ରୁ ଆପଣଙ୍କୁ ଶୀଘ୍ର ଲାଘବ ମିଳିବ ।

ତୁଳସୀ ପତ୍ର ଏବଂ ଅଦା

 

ଆପଣ ଗୋଟେ କପ ଗରମ ପାଣି ରେ ତୁଳସୀ ର ୫-୭ ଟି ପାତ୍ର ଏବଂ ଛୋଟ ଅଦାଖଣ୍ଡ କାଟି ସେଥିରେ ପକାଇ ତାକୁ କିଛି ସମୟ ପର୍ଯ୍ଯନ୍ତ ଫୁଟାଇବା ପରେ ଏହାର କଢା ତିଆରି କରିନିଅନ୍ତୁ, ଯେବେ ସେହି ପାଣି ଅଧା ହୋଇଯିବ ତାକୁ ଆପଣ ଧୀରେ ଧୀରେ ପିଅନ୍ତୁ, ଏହା ଦ୍ଵାରା ଆପଣ ଥଣ୍ଡା ଏବଂ ଜ୍ଵର ରୁ ଶୀଘ୍ର ଉପସମ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button