ଫିଲ୍ମ ହେୱାନରେ ଅକ୍ଷୟ-ସୈଫଙ୍କ ଫାଷ୍ଟ ଲୁକ୍ ଆଉଟ୍, ଆସନ୍ତା ସେପ୍ଟେମ୍ବର ୧୧ରେ ହେବ ରିଲିଜ

ଅକ୍ଷୟ କୁମାରଙ୍କ ସାଇକୋ ଥ୍ରୀଲର ଫିଲ୍ମ ହେୱାନ ଖୁବଶୀଘ୍ର ପରଦାରେ ରିଲିଜ ହେବ । ଦୀର୍ଘ ୧୭ ବର୍ଷ ପରେ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନ ଏକାଠି ସ୍କ୍ରିନ ସେୟାର କରିବେ । ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଦୁହିଁଙ୍କ ଭୂମିକାକୁ ନେଇ ପୋଷ୍ଟର ସେୟାର ହୋଇଛି । ଏଥିରେ ଦୁହେଁ ଇଣ୍ଟେନ୍ସ ଲୁକରେ ନଜର ଆସୁଛନ୍ତି । ଏହାସହିତ ମେକର୍ସ ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିଛନ୍ତି । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୧୧ରେ ରିଲିଜ ହେବ ।
ଏହି ପୋଷ୍ଟକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ଏଥିରେ ଲେଖାଯାଇଛି କି, ବହୁତ ହସିଲେଣି, ଏବେ କାଲିଠୁ ହେବାନିୟତ ଆରମ୍ଭ । ଏହି ପୋଷ୍ଟ ପରେ ମେକର୍ସ ହେଓ୍ବାନରୁ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନଙ୍କ ନୂଆ ଭୂମିକାକୁ ନେଇ ପୋଷ୍ଟର ଜାରି କରିଛନ୍ତି । ଏହି ପୋଷ୍ଟର୍ସରେ ବହୁ ପ୍ରତିକ୍ଷୀତ କ୍ରାଇମ ଥ୍ରୀଲର ଫିଲ୍ମରେ ଦୁହିଁଙ୍କ ଅବତାରର ପ୍ରଥମ ଝଲକ ଦେଖିବାକୁ ମିଳିଛି ।
ଇନଷ୍ଟାଗ୍ରାମରେ ଅକ୍ଷୟ କୁମାର ହେୱାନର ନୂଆ ପୋଷ୍ଟର ସେୟାର କରି ଲେଖିଛନ୍ତି, ସବୁ କିଛି ଏକା ଦେଖାଯାଉଛି, ଜଣକ ନଜରରୁ କିଛି ବଞ୍ଚିପାରିବନି, ହେୱାନିୟତ ଏବେ ବନ୍ଦ ହେବନି । ଆସନ୍ତା ୧୧ ସେପ୍ଟେମ୍ବରରେ ସିନେମା ପରଦାରେ ରିଲିଜ ହେବ ।
୧୯୯୪ରୁ ୭ଟି ଫିଲ୍ମ ଏକାଠି କରିଥିବା ଏବଂ ୨୦୦୮ରେ ଫିଲ୍ମ ଟସନରେ ଏକାଠି କାମ କରିବା ପରେ ପୁଣିଥରେ ଏହି ଯୋଡ଼ି ପରଦା ଉପରେ କାମ କରିବାକୁ ଯାଉଛନ୍ତି । ଏହି ଆଇକନିକ ଯୋଡି ପୁଣିଥରେ ଫେରିବାକୁ ନେଇ ଫ୍ୟାନ୍ସ ଖୁସି ରହିଛନ୍ତି । କିନ୍ତୁ ଏଥର ଏ ଦୁହେଁ ଯୋଡି ଭାବେ ନୁହେଁ ବିଲକୁଲ ଅଲଗା ଅନ୍ଦାଜରେ ନଜର ଆସିବେ ।




