ଜ୍ୟୋତିଷ

ଶ୍ୱଶୂର ଘରେ ଏକଦମ୍‌ ଖୁସିରେ ରୁହନ୍ତି ଏହି ରାଶିର ଝିଅ, ଦେଖନ୍ତୁ ତ ଆପଣ ଏଥିରେ ଅଛନ୍ତି କି ସାମିଲ

ବିବାହକୁ ନେଇ ସବୁ ଝିଅଙ୍କ ମନରେ ବହୁତ କିଛି ସ୍ୱପ୍ନ ରହିଥାଏ। ସମସ୍ତେ ଏମିତି ସ୍ୱାମୀ ଏବଂ ପରିବାର ଚାହାଁନ୍ତି, ଯେଉଁମାନେ କେୟାରିଙ୍ଗ ଏବଂ ଖୁସମିନଜାସର ହୋଇଥିବେ। ଯାହାଦ୍ୱାରା ବୈବାହିକ ଜୀବନ ଖୁସିରେ ଖୁସିରେ ବିତିଯିବ। କୌଣସି ବି ସମ୍ପର୍କକୁ ନିଭାଇବାକୁ ହେଲେ ସ୍ନେହ, ପ୍ରେମ, ଭଲଭାଇବା ସହ ଟଙ୍କା ମଧ୍ୟ ବହୁତ ଗୁରୁତ୍ୱ ଦେଇଥାଏ। କିନ୍ତୁ ରାଶି ଦ୍ୱାରା ମଧ୍ୟ ଜଣାପଡିବ ଯେ କେଉଁ ରାଶିର ଝିଅ ଶାଶୂ ଘରେ ରାଣୀ ଭଳି ରହିଥାନ୍ତି। ଖାଲି ଏତିକି ନୁହେଁ ଏହି ରାଶିର ଝିଅଙ୍କର ବାହାଘର ବହୁତ ଧନୀ ଘରେ ହୋଇଥାଏ। ଏଥିପାଇଁ ଏମାନେ ଶାଶୂ ଘରେ ବହୁତ ଖୁସିରେ ରହିଥାନ୍ତି। ତାହେଲେ ଆସନ୍ତୁ ଜାଣିବା ଏଥିରେ କେଉଁ କେଉଁ ରାଶି ସାମିଲ ଅଛି।

ମେଷ ରାଶି

ଏହି ରାଶିର ଝିଅମାନେ ପାର୍ଟନର ମାମଳାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଯେଉଁ ଘରକୁ ବି ବୋହୂ ହୋଇ ଯାଆନ୍ତି, ସେମାନେ ବହୁତ ଖୁସିରେ ଜୀବନ ବିତାଇଥାନ୍ତି। ନିଜର ଖୁସମିନଜାସ ନେଚର ପାଇଁ ସେମାନେ ନିଜ ଶାଶୂ ଘରେ ସମସ୍ତଙ୍କ ହୃଦୟ ସହଜରେ ଜିତି ନିଅନ୍ତି। ଏମାନଙ୍କର ଜୀବନସାଥି କେୟାରିଙ୍ଗ ସହିତ ଦାୟିତ୍ୱବାନ ମଧ୍ୟ ହୋଇଥାନ୍ତି। ଏମାନଙ୍କ ବୈବାହିକ ଜୀବନ ଏକଦମ ଖୁସିରେ ହିଁ କଟିଥାଏ।

ମିଥୁନ ରାଶି

ମିଥୁନ ରାଶିର ଝିଅଙ୍କର ପାର୍ଟନର ବହୁତ କେୟାରିଙ୍ଗ ଏବଂ ଶାନ୍ତ ସ୍ୱଭାବର ହୋଇଥିବା କାରଣରୁ ଏମାନଙ୍କର ବୈବାହିକ ଜୀବନ ବଡ ଆରାମରେ କଟିଥାଏ। ଏମାନଙ୍କୁ ନିଜ ଶାଶୂ ଘରେ ପ୍ରେମ ଏବଂ ସମ୍ମାନ ଉଭୟ ସମାନ ପରିମାଣରେ ମିଳିଥାଏ। ଏମାନଙ୍କୁ ଶାଶୂଘରେ କୌଣସି ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିନଥାଏ। ଏମାନଙ୍କ ପାର୍ଟନରଙ୍କ ପାଖରେ ଟଙ୍କାର ଅଭାବ ନଥିବା କାରଣରୁ ଏମାନେ ନିଜ ଜୀବନର ସବୁ ମୂହୁର୍ତ୍ତକୁ ଉପଭୋଗ କରିଥାନ୍ତି। ଏମାନେ ନିଜ ଶାଶୂ ଘରେ ରାଜ୍‌ କରନ୍ତି।

ତୁଳା ରାଶି

ଏହି ରାଶିର ଝିଅ ବହୁତ କେୟାରିଙ୍ଗ୍‌ ହୋଇଥାନ୍ତି। ଆର୍ଥିକ ରୂପରେ ମଜବୁତ ଥିବା ଏମାନଙ୍କର ଜୀବନରେ କୌଣସି ଜିନିଷରେ ଅଭାବ ରହିନଥାଏ। ଏହାସହିତ ଏମାନଙ୍କ ବିବାହ ମଧ୍ୟ ବହୁତ ଧନୀ ପୁଅ ସହିତ ହୋଇଥାଏ। ଏମାନେ ସମସ୍ତଙ୍କ ସହିତ ସହଜରେ ମିଶିଯାନ୍ତି, ଏହି ଗୁଣ ପାଇଁ ଏମାନେ ଶାଶୂ ଗରେ ବହୁତ ଭଲରେ ଚଳନ୍ତି। ଏମାନଙ୍କୁ ମଧ୍ୟ ସମ୍ମାନ ଏବଂ ଭଲପାଇବା ବରାବର ମିଳିଥାଏ।

couplleକୁମ୍ଭ ରାଶି

ଏହି ରାଶିର ଝିଅଙ୍କୁ ଧନୀ ଏବଂ କେୟାରିଙ୍ଗ ଲାଇଫ୍‌ ପାର୍ଟନର ମିଳିଥାଏ। ଏମାନେ ନିଜ ଶାଶୂ ଘରେ ବି ଏକଦମ୍‌ ରାଣୀ ଭଳି ରୁହନ୍ତି। ଏଥିସହିତ ପ୍ରେ ପ୍ରତି ବିଶ୍ୱସନୀୟ ହୋଇଥିବା କାରଣରୁ ଏମାନଙ୍କୁ ସାଥିଙ୍କ ଠାରୁ ପୂରା ସମ୍ମାନ ଏବଂ ମାନ ମିଳିଥାଏ। ଏମାନଙ୍କର ଜୀବନସାଥି ମଧ୍ୟ ଏମାନଙ୍କର କେୟାର କରିବା ସହିତ ସବୁ ଛୋଟ ବଡ ଖୁସିର ଧ୍ୟାନ ରଖିଥାନ୍ତି। ଏମିତିରେ ଏମାନଙ୍କ ବୈବାହିକ ଜୀବନ ବଡ ଆରାମରେ କଟିଯାଏ।

ମୀନ ରାଶି

ନିଜ ଇଚ୍ଛାର ମାଳିକ ହୋଇଥାନ୍ତି ଏହି ରାଶିର ଝିଅ। ଏମାନେ ନିଜ ଜୀବନରେ କୌଣସି ପ୍ରକାର ରୋକ-ଟୋକ ବିଲକୁଲ ବି ପସନ୍ଦ ନୁହେଁ। କିନ୍ତୁ ବିବାହ କଥା କହିବା ତ ଏମାନଙ୍କ ଜୀବନସାଥି ହିଁ ଏମାନଙ୍କୁ ବହୁତ ଭଲରେ ବୁଝିଥାନ୍ତି। ଏମାନଙ୍କୁ ନିଜ ଶାଶୂ ଘରେ ବି କୌଣସି ପ୍ରକାର ଅଭାବ ରହେନାହିଁ। ଏହିଭଳି ଭାବେ ଏହି ରାଶିର ଝିଅ ବିବାହ ପରେ ବହୁତ ଖୁସିର ରୁହନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button