ଜ୍ୟୋତିଷ

ବିବାହିତ ମହିଳା ଏମିତି ଭୁଲ କେବେବି କରନ୍ତୁ ନାହିଁ। ଏହି ଦିନ ଚୁଟି ଧୁଅନ୍ତୁ ନାହିଁ ହୋଇପାରେ ସନ୍ତାନଙ୍କ ହାନି।

ଆମ ଶାସ୍ତ୍ର ଅନୁଯାୟୀ ବହୁ ନିୟମ ମାନ ରହିଛି ଯେପରି କି ବିବାହିତ ମହିଳା ମାନେ କେଉଁ ଦିନ ଧୋଇବେ ବାଳ ଅବା କେଉଁ ଦିନ ଧୋଇବେ ନାହିଁ।ଆସନ୍ତୁ ଜାଣିବା ଏହି ସବୁ ଜିନିଷ ବିଷୟରେ ଯଦି ଆମେ ଜ୍ୟୋତିଷ ଶାସ୍ତ୍ରକୁ ମାନିବା ତେବେ ଗୁରୁବାର ଦିନ ମହିଳା ମାନେ ବାଳ ଧୋଇବା ଅନୁଚିତ୍।ଗୁରୁବାର ଦିନ ବାଳ କାଟିବା,ନଖ କାଟିବା, ବାଳ ଧୋଇବା,ସେଭିଂ ଆଦି କାର୍ଯ୍ୟ କରିବା ଅନୁଚିତ୍।ନହେଲେ ପୁତ୍ର ଉପରେ ସଙ୍କଟ ଆସିପାରେ।

ଏହାସହିତ ଅଲଗା ଧାରଣା ବି ରହିଛି କି ଶନିବାର,ମଙ୍ଗଳବାର ଓ ଗୁରୁବାର ଦିନ ଗ୍ରହ ନକ୍ଷତ୍ର ଦଶା ଅନେକ ବ୍ରହ୍ମାଣ୍ଡରୁ ଆସୁଥିବା ସୁକ୍ଷ୍ମାତି ସୂକ୍ଷ୍ମ କିରଣ ଏକ ଅଲଗା ପ୍ରଭାବ ପକେଇଥାଏ।ଯାହା ଫଳରେ ଆମର ମସ୍ତିଷ୍କ ବହୁତ୍ ସୂକ୍ଷ୍ମ ହୋଇଥାଏ।ଅର୍ଥାତ୍ ମନୁଷ୍ୟର ମସ୍ତିଷ୍କର ଅଗ୍ରଭାଗ ବା ନଖର ଅଗ୍ରଭାଗ ବହୁତ୍ ସୂକ୍ଷ୍ମ ହୋଇଥାଏ। ମଜବୁତ୍ ନଖ ଆମ ବାଳର ସୁରକ୍ଷା କରିଥାଏ ତେଣୁ ଏପରି ପ୍ରତିକୂଳ ପରିସ୍ଥିତିରେ ଏହିସବୁ କାଟିବା ବର୍ଜନୀୟ ,ନିନ୍ଦନୀୟ ବା ଧର୍ମ ବିରୁଦ୍ଧ ବୋଲି ମାନା ଯାଇଛି।

ଆଜି ଆମେ ଜାଣିବା ମହିଳା ମାନଙ୍କୁ କୋଉ ବାରରେ ବାଳ ଧୋଇବା ଅନୁଚିତ୍।ମହିଳା ମାନଙ୍କୁ ସୋମବାର,ବୁଧବାର ଓ ଗୁରୁବାରକୁ ବାଳ ଧୋଇବା ଅନୁଚିତ୍। ସୋମବାରରେ ବାଳ ଧୋଇଲେ ଯଦି ଆପଣଙ୍କର ଝିଅ ଥାଏ ତେବେ ତାହା ଉପରେ ଖରାପ ପ୍ରଭାବ ପଡିଥାଏ।ବୁଧବାର ଦିନ ବାଳ ଧୋଇଲେ ଯଦି ଆପଣଙ୍କର ଭାଇ ଅଛି ତେବେ ଭାଇ ଉପରେ ପ୍ରଭାବ ପଡିଥାଏ ଏବଂ ଯଦି ଭାଇ ନାହିଁ ତେବେ ଧୋଇ ପାରିବେ।

ଗୁରୁବାର ଦିନ ନାହିଁ ବାଳ ଧୋଇବା ଉଚିତ୍ ଆଉ ନାହିଁ ବାଳ କାଟିବା ଉଚିତ୍,ନାହିଁ ତେଲ ଲଗାଇବା ଉଚିତ୍ ,ନାହିଁ ଘର ଝାଡ଼ିବା ଉଚିତ୍।ଏହିସବୁ କଲେ ଘରୁ ସକାରାତ୍ମକତା ଚାଲିଯାଏ ଏବଂ ଆର୍ଥିକ ପରିସ୍ଥିତି ସୃଷ୍ଟି ହୁଏ।ଯଦି ଏହି ଦିନ ଗୁଡ଼ିକ ଛାଡ଼ିବେ ବାକି ସବୁ ଦିନ ଗୁଡ଼ିକରେ ଆପଣ ବାଳ ଧୋଇପାରିବେ।

କେଉଁ କେଉଁ ଜାଗାରେ ଶନିବାରରେ ମଧ୍ୟ ବାଳ ଧୋଇବା ଅନୁଚିତ୍ ବୋଲି କୁହା ଯାଇଛି।ଏହାର କାରଣ ଶନିବାର ଏବଂ ମଙ୍ଗଳବାର ଦିନ ବାଳ କାଟିଲେ ଆୟୁଷ ହାନି ହୋଇଥାଏ।ମଙ୍ଗଳବାର ଦିନ ମଙ୍ଗଳ ଗ୍ରହର ବାସ ହୋଇଥିବା ଯୋଗୁଁ ଆମ ଶରୀରରେ ଏହାର ପ୍ରଭାବ ପଡିଥାଏ।ଏହାର ସମ୍ବନ୍ଧ ଆମ ଶରୀରର ରକ୍ତ ପ୍ରବାହ ଉପରେ ପଡ଼ିଥାଏ ତେଣୁ ବାଳ କାଟିବା ଠାରୁ ଦୂରେଇ ରୁହନ୍ତୁ।

ଯଦି ବାଳ ଧୋଇବା ପାଇଁ ଚାହାନ୍ତି ତେବେ ଶୁକ୍ରବାର ଦିନ ଆଖିବୁଜି କରି ବାଳ ଧୋଇପାରିବେ।ଏହା ସହିତ ରବିବାର ଦିନ ମଧ୍ୟ ବାଳ ଧୋଇପାରିବେ ଯଦି ଆପଣଙ୍କର ଗୋଟିଏ ଭାଇ ଅଛି ତେବେ ଆପଣ ରବିବାରରେ ମଧ୍ୟ ବାଳ ଧୁଅନ୍ତୁ ନାହିଁ। ସୋମବାର ଏବଂ ବୁଧବାର କଥା ତ ଆପଣ ମାନେ ଜାଣିଲେ।ତେବେ ଏହି ଅନୁଯାୟୀ ଆପଣ କାର୍ଯ୍ୟକୁ ଆଗକୁ ବଢ଼ିବେ।

ହେଲେ ଗୁରୁବାର ଦିନ ଭୁଲରେ ବି ଧୁଅନ୍ତୁ ନାହିଁ ନଚେତ୍ ନିଜର ସୁହାଗ ଉପରେ ଆଞ୍ଚ ଆସେ।ତେଣୁ ଶୁକ୍ରବାର ଦିନ ସୁହାଗିନି ବା ବିବାହିତ ମହିଳା ବାଳ ଧୋଇ ପାରିବେ।ତେଣୁ ଏହିସବୁ କାର୍ଯ୍ୟ ଉପରେ ଆପଣ ଧ୍ୟାନ ଦେବେ।ଏହା ଆପଣଙ୍କ ବୈବାହିକ ସମ୍ପର୍କ ଉପରେ ପଡ଼ିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button