ମନୋରଞ୍ଜନ

ଡିନରକୁ କରିବ ବହୁତ ସ୍ପେଶାଲ, ଆଜି ବନାଇ ଖାଆନ୍ତୁ ଚିକେନ କୋରମା

ନନଭେଜ ପସନ୍ଦ କରୁଥିବା ଲୋକ ନିଜ ଖାଦ୍ୟରେ ଚିକେନକୁ ନିଶ୍ଚୟ ସାମିଲ କରନ୍ତି। ଚିକେନର ଅନେକ ପ୍ରକାର ରେସିପି ରହିଛି। ଯାହା ଅଲଗା ଅଲଗା ସ୍ୱାଦ ସହିତ ଅଲଗା ଡିସ୍‌ ବି ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ମୁଗଲାଇ ଷ୍ଟାଇଲ ଚିକେନ କୋରମା ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଧା କେଜି ଚିକେନ
  • ୧ କପ୍‌ ତେଲ
  • ୩ ବଡ ଚାମଚ ତେଲ
  • ୮-୧୦ଟି ଅଳେଇଚ
  • ୬ଟି ଲବଙ୍ଗ
  • ୨ ଟେବୁଲ ଚାମଚ ରସୁଣ
  • ୧ ଚାମଚ ଧନିଆ ପାଉଡର
  • ଏକ ଚାମଚ ଲଙ୍କା
  • ସ୍ୱାଦାନୁସାରେ ଲୁଣ
  • ୧ ଚାମଚ ଅଦା ପେଷ୍ଟ
  • ଏକ କପ୍‌ ଦହି

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଏବେ ଏଥିରେ ଅଳେଇଚ, ଲବଙ୍ଗ ପକାନ୍ତୁ ଏବଂ ଭଲଭାବେ ଫ୍ରାୟ କରନ୍ତୁ। ଏହାପରେ ଏଥିରେ ଚିକେନ ପକାନ୍ତୁ ଏବଂ ଏହାକୁ ୨ ରୁ ୩ ମିିନିଟ୍‌ ପାଇଁ ରାନ୍ଧନ୍ତୁ। ଏହାକୁ ଲଗାତର ଚଲାନ୍ତୁ। ଏହା ଯେତେବେଳେ ବ୍ରାଉନ୍‌ ହୋଇଯିବ ସେତେବେଳେ ଏଥିରେ ଲାଲ ଲଙ୍କା ପାଉଡର ପକାନ୍ତୁ। ଏହାପରେ ସ୍ୱାଦାନୁସାରେ ଲୁଣ ପକାନ୍ତୁ। ଏବେ ଏଥିରେ ଅଦା ପେଷ୍ଟ, ଦହି ଏବଂ ଫ୍ରାଏଡ୍‌ ପିଆଜର ମିଶ୍ରଣ ପକାନ୍ତୁ। ଏହାକୁ ଏକ ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରିବାକୁ ଛାଡନ୍ତୁ। ଏହାପରେ ଗରମ ମସଲା ଏବଂ କେସର ପକାନ୍ତୁ। ଯଦି ଆପଣଙ୍କୁ ତରକାରୀର ଗ୍ରେଭୀ ଗାଢ଼ା ଲାଗେ ତାହେଲେ ଏହାକୁ ଢ଼ାଙ୍କିବା ପୂର୍ବରୁ ଅଳ୍ପ ପାଣି ଦିଅନ୍ତୁ। ଏପରି କରିବା ଦ୍ୱାରା ମସଲା ଚିକେନ ସହିତ ଭଲ ଭାବେ ମିକ୍ସ ହୋଇଯିବ। ଏହାକୁ ଧୀମା ଆଞ୍ଚରେ ୧୦ ରୁ ୧୫ ମିନିଟ ପାଇଁ ହାଲକା ଚଲାନ୍ତୁ। ମଝିରେ ମଝିରେ ଏହାକୁ ଚଲାଉଥାନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ଚିକେନ କୋରମା। ଏବେ ଏହା ଉପରେ ଧନିଆ ପାଉଡର ପକାଇ ଏହାକୁ ଗରମା ଗରମ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button