ସ୍ୱାସ୍ଥ୍ୟ

ଏହି ୫ଟି ଜିନିଷ ସହ କେବେ ବି ଖାଆନ୍ତୁନି ଦହି, ଦେଖାଦେଇପାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଭୋଜନରେ ଦହି ଥିଲେ ଖାଇବାର ଟେଷ୍ଟ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦହି ଖାଇବାର ଯେତିକି ଲାଭ ଅଛି, ସେତିକି କ୍ଷତି ବି ଅଛି। ଭୁଲ ଖାଦ୍ୟ ସହ ଦହି ଖାଇବା ଦ୍ୱାରା ତାହା ବିଷ ପାଲଟିଯାଏ। ଆୟୁର୍ବେଦ ଅନୁସାରେ ଦହିକୁ ଖାସ୍‌ କରି ୫ଟି ଖାଦ୍ୟ ପଦାର୍ଥ ସହ ଖାଇବା ଅନୁଚିତ। ଆସନ୍ତୁ ଜାଣିବା କ’ଣ ସେସବୁ ଖାଦ୍ୟ…

ପିଆଜ:

ଦହିକୁ ସାଧରଣତଃ ଆମେ ପିଆଜ ସହ ପକାଇ ରାଇତା ବା ସାଲାଡ୍‌ କରି ଖାଇଥାଉ। କିନ୍ତୁ ଆୟୁର୍ବେଦରେ ଦହି ଓ ପିଆଜକୁ ଏକାଠି ଖାଇବାକୁ ମନା କରାଯାଇଛି। କାରଣ ପିଆଜ ଶରୀରକୁ ଗରମ କରୁଥିବା ବେଳେ ଦହି ଥଣ୍ଡା କରେ। ଉଭୟ ଏକାଠି ଶରୀରକୁ ଗଲେ ଆଲର୍ଜି ହେବା ସମ୍ଭାବନା ରହିଛି।

ମାଛ:

ଦହିକୁ ମାଛ ସହ ଖାଇବା ଅନୁଚିତ। ଦହି ସାତ୍ତ୍ୱିକ ହୋଇଥିବା ବେଳେ ମାଛ ଆମିଷ। ଉଭୟ ଖାଦ୍ୟ ପେଟକୁ ଗଲେ ସମସ୍ୟା ସୃଷ୍ଟି କରିପାରନ୍ତି।

ଆମ୍ବ:

ଦହି ଓ ଆମ୍ବ ପରସ୍ପରର ବିପରୀତ। ଜଣେ ଥଣ୍ଡା ସୃଷ୍ଟି କରୁଥିବା ବେଳେ ଆଉ ଜଣେ ଗରମ। ଏମାନଙ୍କୁ ଏକାଠି ଖାଇଲେ ପେଟଜନିତ ସମସ୍ୟା ସୃଷ୍ଟି ହୁଏ।

କ୍ଷୀର:

ଦହି ସହ କ୍ଷୀର ମିଶାଇ କେବେ ବି ଖାଆନ୍ତୁ ନାହିଁ। ଏହା ଦ୍ୱାରା ଏସିଡିଟି ଓ ଗ୍ୟାସ୍‌ ଭଳି ସମସ୍ୟା ସୃଷ୍ଟି ହୁଏ।

ତୈଳାକ୍ତ ଖାଦ୍ୟ:

ତୈଳାକ୍ତ ଖାଦ୍ୟ ସହ ଦହି ମିଶାଇ ଖାଇଲେ ଶରୀରରେ ଆଳସ୍ୟ ଦେଖାଦିଏ। ଏହା ଦ୍ୱାରା ନିଦ ଲାଗେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button