ମନୋରଞ୍ଜନ

ଚିକେନ କରୀ ଖାଇ ବୋର ହୋଇଗଲେଣି କି, ତେବେ ଟ୍ରାଏ କରନ୍ତୁ KFC ଷ୍ଟାଇଲ ଫ୍ରାଏଡ ଚିକେନ

ନନଭେଜ୍‌ ସୌକିନଙ୍କ ପାଇଁ ଆଜି ଏକ ବଢ଼ିଆ ଟେଷ୍ଟୀ ରେସିପି ନେଇ ଆସିଛୁ। ଆଜି ଆମେ ଆପଣଙ୍କ ପାଇଁ ଫ୍ରାଏଡ୍‌ ଚିକେନର ଏକ ସ୍ୱାଦିଷ୍ଟ ରେସିପି ନେଇ ଆସିଛୁ। ଯଦି ଆପଣଙ୍କ ଘରକୁ ହଠାତ କିଏ ଗେଷ୍ଟ ପହଁଚିଗଲେ କିମ୍ବା କୌଣସି ଛୋଟ ପାର୍ଟି ଅଥବା ବାର୍ଥ ଡେ ପାର୍ଟି, ଏହି ରେସିପି ସବୁସମୟରେ ଏକଦମ୍‌ ପରଫେକ୍ଟ ଏବଂ ବେଷ୍ଟ ଡିସ୍‌ ହେବ। ଆସନ୍ତୁ ଜାଣିବା କେଏଫସି ଷ୍ଟାଇଲ ଫ୍ରାଏଡ ଚିକେନ୍‌ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

କଟା ଚିକେନ, ଏକ କପ୍‌ ମଇଦା, ୪ କପ୍‌ ତେଲ, ୧/୨ କପ୍‌ ବଟର ମିଲ୍କ, ଗୋଲ ମରୀଚ ପାଉଡର

ଫ୍ରାଏଡ ଚିକେନ ବିଦ୍ଧି

ଫ୍ରାଏଡ୍‌ ଚିକେନ ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ଲାଷ୍ଟିକ ବ୍ୟାଗ ନେଇ ସେଥିରେ ମଇଦା ପକାଇ ଦିଅନ୍ତୁ। ଏବେ ମଇଦାରେ ଲୁଣ, ଗୋଲମରୀଚ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଚିକେନକୁ ଛୋଟ ଆକାରରେ କାଟି ତାକୁ ଏକ ପାତ୍ରରେ ବଟରମିଲ୍କ ପକାଇ କିଛି ସମୟ ପକାଇ ଛାଡି ଦିଅନ୍ତୁ। କିଛି ସମୟ ପରେ ଚିକେନ ପିସକୁ ବାହାର କରି ମଇଦାରେ ମିଶାଇ ଭଲଭାବେ କୋଟ କରିଦିଅନ୍ତୁ।
ଏବେ କୋଟେଡ୍‌ ଚିକେନ ପିସକୁ ଏକ ଟ୍ରେରେ ରଖିଦିଅନ୍ତୁ। ଯେବେ ପଯ୍ୟର୍ନ୍ତ ଏହା ଉପରେ ମଇଦାର ମୋଟା ପେଷ୍ଟ ନ ଲାଗିଯିବ। ଏବେ ଏକ ବଡ ପ୍ୟାନରେ ତେଲ ଗରମ କରନ୍ତୁ। ଏବେ ଏହି ଗରମ ତେଲରେ କୋଟେଡ୍‌ ଚିକେନ ଖଣ୍ଡକୁ ୨୫ ମିନିଟ୍‌ ପାଇଁ ଛାଣନ୍ତୁ। ଯେତେବେଳେ ଚିକେନର ରଙ୍ଗ ବ୍ରାଉନ ହୋଇଯିବ ସେତେବେଳେ ମଧ୍ୟମ ଆଞ୍ଚରେ ଏହାକୁ ୩୦ ମିନିଟ ପାଇଁ ଫ୍ରାଏ କରନ୍ତୁ। ଯେତେବେଳେ ଚିକେନ କ୍ରିସପି ହୋଇଯିବ ତାକୁ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ଗରମା ଗରମ ଫ୍ରାଏଡ ଚିକେନ ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button