ସ୍ୱାସ୍ଥ୍ୟ

ଟାଇଫଏଡ ଜ୍ୱରରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ, ଜଲଦି ପକାଇବ ପ୍ରଭାବ

ଅନେକ ପନିପରିବାର ଜୁସ୍‌ ଶରୀର ପାଇଁ ବେଶ୍‌ ଉପକାରୀ। ଏହାମଧ୍ୟରେ ଗାଜର ଅନ୍ୟତମ। ଛୋଟ ପିଲାଙ୍କ ପାଇଁ ଗାଜର ଅତ୍ୟନ୍ତ ଉପକାରୀ ହୋଇଥିବା ବେଳେ ଏହା ବଡ ଲୋକଙ୍କ ପାଇଁ ମଧ୍ୟ ଉପକାରୀ। ଗାଜର ରସ ଶରୀରର ବିଭିନ୍ନ ରୋଗକୁ ଭଲ କରିଥାଏ। ଟାଇଫଏଡ୍‌ ଏକ ବିପଦଜନକ ଜ୍ୱର। ଏବେ ବଦଳୁଥିବା ଜଳବାୟୁ ଯୋଗୁଁ ପ୍ରାୟ ସମସ୍ତଙ୍କୁ ଥଣ୍ଡା, କାଶ, ଜ୍ୱର ହେଉଛି। ବେଳେ ବେଳେ ଲୋକଙ୍କୁ ଟାଇଫଏଡ ଭଳି ଜ୍ୱର ଦେଖିବାକୁ ମିଳୁଛି। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର ପ୍ରଭାବକୁ ମଧ୍ୟ କମେଇପାରିବେ।

gg

ଟାଇଫଏଡ୍‌ରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ଅନୁସରଣ କରିପାରିବେ। ତୁଳସୀ ଓ ଗୋଲମରିଚକୁ ଏକ ସମୟରେ ଖାଇଲେ ଉପଶମ ମିଳିଥାଏ।

ଏହି ଜ୍ୱର ପାଇଁ ଗାଜର ରସ ମଧ୍ୟ ଉପାଦେୟ। ପ୍ରତ୍ୟେକ ଦିନ ଅଦା ଓ ସେଓର ଜୁସ୍‌ ପିଇବା ଦ୍ୱାରା ଏହାର ସଂକ୍ରମଣ କମ୍‌ ହୋଇଥାଏ।

juice

ଏକ କପ୍‌ ଗରମ ପାଣିରେ ୨-୩ ଚାମଚ ମହୁ ମିଶାଇ ପିଅନ୍ତୁ। ମହୁ ଦ୍ୱାରା ଟାଇଫଏଡ୍‌ର ବ୍ୟାକ୍ଟେରିଆ ମରିଥାନ୍ତି। ପୋଦିନା ପତ୍ର ଓ ଅଦାର ଜୁସ୍‌ ପିଇବା ଦ୍ୱାରା ଜ୍ୱର କମିଥାଏ।

ପାଣିରେ ଲବଙ୍ଗକୁ ଫୁଟାଇ ସେହି ପାଣିକୁ ପ୍ରତ୍ୟେକ ଦିନ ପିଅନ୍ତୁ। ଏହା ଦ୍ୱାରା ସଂକ୍ରମଣ କମିଥାଏ। ଗାଈ କ୍ଷୀର ପିଇବା ମଧ୍ୟ ଉପକାରୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button