ମନୋରଞ୍ଜନ

ଟିଭିର ଏହି ଫେମସ ସେଲିବ୍ରିଟି ଦେଇ ନାହାଁନ୍ତି ଗୋଟିଏ ବି ଫ୍ଲାପ ସୋ, ଆଜି ବିମିଳୁଛି ମୁହଁମାଙ୍ଗା ରକମ

ହିନ୍ଦୀ ଟେଲିଭିଜନ ଦୁନିଆରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ଦମଦାର ଅଭିନୟ ଦ୍ଵାରା ଲୋକମାନେ ତାଙ୍କ ସହ ଯୋଡି ହୋଇଥାନ୍ତି । ଏହି ଷ୍ଟାର ମାନେ ଯେଉଁ ସିରିଏଲରେ କାମ କରନ୍ତି ତାହା ନିଶ୍ଚିତ ହିଟ ହୋଇଥାଏ । ଏହି କାରଣରୁ ନିର୍ମାତା ତାଙ୍କର ମୁହଁମାଙ୍ଗା ରକମ ଦେବାପାଇଁ ବାଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।

ରବି ଦୁବେ


ଟେଲିଭିଜନ ଦୁନିଆରେ ରବି ଏକ ସଫଳ ଅଭିନେତା ରୂପେ ପରିଚିତ । ସେ ଗୋଟେ ପରେ ଗୋଟେ ତିନୋଟି ଟେଲିଭିଜନ ସୋ ରେ କାମ କରିଛନ୍ତି ଓ ସମସ୍ତ ସୋ ସୁପର ହିଟ ମଧ୍ୟ ହୋଇଛି । ସର୍ବ ପ୍ରଥମେ ତାଙ୍କର 12/24 କରୋଲ ବାଗ ସୁପର ହିଟ ହେଲା । ଏହା ପରେ ‘ସାଜନ ବିନା ଶଶୁରାଲ’ ଓ ‘ଜମାଇ ରାଜା’ ସୁପର ହିଟ ହୋଇଥିଲା । ଟେଲିଭିଜନ ଦୁନିଆର ସବୁଠାରୁ ମହଙ୍ଗା ଅଭିନେତା ମାନଙ୍କ ମଧ୍ୟରେ ରବି ଦୁବେ ଅଛନ୍ତି ।

ସାକ୍ଷୀ ତନବାର

ଟେଲିଭିଜ ଦୁନିଆର ଫେମସ ଅଭିନେତ୍ରୀ ସାକ୍ଷୀ ତନବାରଙ୍କୁ ପ୍ରଥମେ ‘କାହାନି ଘର ଘର କି’ରେ ଦେଖାଯାଇଥିଲା । ତାଙ୍କର ଦମଦାର ଅଭିନୟ ଦ୍ଵାରା ଏହି ସିରିଏଲଟି ସୁପର ହିଟ ହୋଇଥିଲା । ସାକ୍ଷୀ ତନବାର ‘ବଡେ ଅଛେ ଲଗତେ ହେଁ’ ରେ ମଧ୍ୟ ବହୁତ ସୁନ୍ଦର ଭୂମିକା କରିଥିଲେ । ତାଙ୍କର ଏହି ସୋଟି ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା ।

କରନ ପଟେଲ


ଟେଲିଭିଜନ ଦୁନିଆରେ ‘ୟେ ହେ ମହୋବତେ’ ଓ ‘କସ୍ତୁରୀ’ ସିରିଏଲ ବହୁତ ଲୋକପ୍ରିୟତା ହାସଲ କରିଥିଲା । କାରଣ ଏହି ଦୁଇଟି ସୋ ରେ କରନ ପଟେଲ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଥିଲେ । ଆଜିକାଲି ତାଙ୍କୁ ‘କସୋଟୀ ଜିନ୍ଦେଗି କି’ ସିରିଏଲରେ ମିଷ୍ଟର ବଜାଜ ର ଭୂମିକା କରୁଥିବାର ଦେଖାହେଉଛି । ପଟେଲ ଗୋଟେ ଏପିସୋଡ ପାଇଁ ୩ ଲକ୍ଷ ଟଙ୍କା ନେଇଥାନ୍ତି ।

କରନ ସିଂହ ଗ୍ରୋବର


କରନ ସିଂହ ଗ୍ରୋବର ଟେଲିଭିଜନ ଦୁନିଆର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । କରନ ସିଂହ ଗ୍ରୋବର ଯେଉଁ ସିରିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ନଜର ଆସିଛନ୍ତି ସେହି ସିରିଏଲ ସୁପର ହିଟ ହୋଇଛି । କରନ ସିଂହ ଗ୍ରୋବର ଟେଲିଭିଜନ ଛଡା ବଡ ପରଦାରେ ମଧ୍ୟ ନଜର ଆସିଛନ୍ତି ।

ରଜତ ଟୋକସ


‘ଯୋଦ୍ଧା ଆକବର’, ଚନ୍ଦ୍ର ନନ୍ଦିନୀ’ ଓ ‘ପୃଥିବୀ ରାଜ ଚୌହାନ’ ପରି ସିରିଏଲରେ ରଜତ ନିଜର ଦମଦାର ଅଭିନୟକୁ ପଦର୍ଶନ କରିଛନ୍ତି । ବହୁତ କମ ସମୟରେ ରଜତ ଏହି ଟେଲିଭିଜନ ଦୁନିଆରେ ସଫଳତା ହାସଲ କରିଛନ୍ତି ।

ରୋନିତ ରାୟ

ଟେଲିଭିଜନ ଦୁନିଆରେ ରୋନିତ ରାୟଙ୍କର ବହୁତ ବଡ ନାମ ରହିଛି । ସେ କସୋଟୀ ଜିନ୍ଦେଗି କି, ବନ୍ଦିନୀ, ଅଦାଲତ ଓ ଇତନା କରୋ ନା ମୁଝେ ପ୍ୟାର ପରି ସୁପର ହିଟ ସିରିଏଲ କରିଛନ୍ତି । ତାଙ୍କର ଦମଦାର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହା ଛଡା ସେ ବଡ ପରଦାରେ ମଧ୍ୟ ନଜର ଆସିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button