ଦେଶ- ବିଦେଶ

ତ୍ୱଚାରେ ସୁନ୍ଦରତା ବଢାଇବ ଏହି ଘରୋଇ ଉପାୟ, ନିଶ୍ଚିତ କରନ୍ତୁ ପ୍ରୟୋଗ

ବୟସ ବଢିବା ସଙ୍ଗେ ସଙ୍ଗେ ତ୍ୱଚାରେ ଦାଗ, ଭାଙ୍ଗ, କୁଞ୍ଚନ ସହିତ ବ୍ରଣ ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ଏହା ସମସ୍ତ ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପ୍ରତ୍ୟେକ ମହିଳା ମୃତ୍ୟୁ ପର୍ଯ୍ୟନ୍ତ ସୁନ୍ଦର ତ୍ୱଚା ଚାହାନ୍ତି। ଏଥିପାଇଁ ସେମାନେ ଅନେକ ଉପାୟ ମଧ୍ୟ ଆପଣାନ୍ତି। କିଛି ଘରୋଇ ଉପାୟ ପ୍ରାଚୀନ ସମୟରୁ ଚାଲିଆସିଛି, ଯାହାଦ୍ୱାରା ତ୍ୱଚାରେ ଉଜ୍ୱଳତା ସେମିତି ରହିଥାଏ। ଆସନ୍ତୁ ଜାଣିବା କ’ଣ ସେହି ଉପାୟ…

ଲେମ୍ବୁ ରସ :

ଲେମ୍ବୁ ରସରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଏର୍ସ୍କବିକ ଏସିଡ ରହିଥାଏ। ଯାହା ସ୍କିନରେ ଉଜ୍ୱଳତା ଆଣିବାରେ ସହାୟକ ହୋଇଥାଏ। ଲେମ୍ବୁ ରସ ମଧ୍ୟ ବ୍ଲିଚିଂ ଏଜେଣ୍ଟର କାମ କରିଥାଏ। ଉଜ୍ୱଳ ତ୍ୱଚା ପାଇଁ ଲେମ୍ବୁ ରସ ମୁହଁରେ ଲଗାଇ ଶୁଖିଯିବା ପରେ ପାଣିରେ ଧୋଇଦିଅନ୍ତୁ। କିନ୍ତୁ ଲେମ୍ବୁ ରସ ଲଗାଇ ଖରାକୁ ଭୁଲ୍‌ରେ ମଧ୍ୟ ଯାଆନ୍ତୁ ନାହିଁ।

lemon

ଦହି :

ଗ୍ଲୋଇଂ ସ୍କିନ ପାଇଁ ଦହିରେ ଦଲିୟା ଏବଂ ଲେମ୍ବୁ ରସ ମିଶାଇ ଫେସପ୍ୟାକ୍‌ ତିଆରି କରନ୍ତୁ। ଦହିରେ ଅଧିକ ମାତ୍ରାରେ ଲାକ୍ଟିକ ଏସିଡ ରହିଥାଏ, ଯାହା ସ୍କିନକୁ ଗ୍ଲୋଇଂ କରିବାରେ ସହାୟକ ହୋଇଥାଏ।

honey

ମହୁ :

ମହୁର ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଏବଂ ସୁନ୍ଦରତା ବୃଦ୍ଧିପାଏ। ତ୍ୱଚାରେ ସୁନ୍ଦରତା ଆଣିବା ପାଇଁ ମହୁ ସହିତ ଲେମ୍ବୁ, ଅଲିଭ ତେଲ ସହିତ ମିଶାଇ ଦିଅନ୍ତୁ। ଏହାଛଡା ମହୁ, ଅମୁଲ ଏବଂ ବାଦାମ ପେଷ୍ଟ ସହିତ କରି ମୁହଁରେ ଲଗାନ୍ତୁ।

alo

ଆଲୋଭେରା :

ଆଲୋଭେରା ସ୍କିନ ପାଇଁ ବହୁତ ଫାଇଦା ଦେଇଥାଏ। ଆଲୋଭେରା ବ୍ୟବହାର କରିବା ଦ୍ୱାରା କଳା ଦାଗ ଦୂର ହୋଇଥାଏ। ତ୍ୱଚାରେ ଉଜ୍ୱଳତା ବୃଦ୍ଧି ପାଏ। ଏହାକୁ ଲଗାଇବା ପରେ ଗରମ ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ତା’ ପରେ ଫରକ ଜାଣିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button