ରାଜ୍ୟ

ମୁଠାଏ ହୋଲିକା ଦହନର ପାଉଁଶରେ କରନ୍ତୁ ଏହି ୫ଟି ଛୋଟ ଉପାୟ, ସଙ୍ଗେ ସଙ୍ଗେ ଦୂର ହୋଇଯିବ ସବୁ ସମସ୍ୟା, ଦେଖନ୍ତୁ କେମିତି କରିବେ

ହୋଲିର ପର୍ବ ପୁରା ଦେଶରେ ୨୦ ଏବଂ ୨୧ ମାର୍ଚରେ ବଡ ଧୁମଧାମରେ ପାଳନ କରାଯିବ । କୁହାଯାଏ କି ହୋଲିର ପର୍ବ ଶାନ୍ତି ଏବଂ ଖୁସିର ପର୍ବ ଅଟେ । ଏହି ଦିନରେ ସମସ୍ତେ ବହୁତ ମଜା ମସ୍ତି କରଥାନ୍ତି । ହୋଲିର ପର୍ବକୁ ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ପାଳନ କରାଯାଏ । ସେଥିପାଇଁ ହୋଲି ଦିନ ନକାରାତ୍ମକ ଶକ୍ତି ଗୁଡିକ ଘରୁ ନିଶ୍ଚିତ ଦୂର କରିବା ଉଚିତ ।

ହୋଲିର ଠିକ ଗୋଟିଏ ଦିନେ ପୂର୍ବେ ହୋଲିକା ଦହନ ପାଳନ କରାଯାଏ । ଯାହାକି ଫାଲ୍ଗୁନ ମାସର ପୂର୍ଣିମା ଦିନ ପାଳନ କରାଯାଏ । ହୋଲିକା ଦହନର ପର ଦିନ ହିଁ ହୋଲି ଖେଳିବାର ପରମ୍ପରା ଅଛି । ଏମିତିରେ ହୋଲିକା ଦହନ ବହୁତ ଖାସ ହୋଇଥାଏ ଏବଂ କୁହାଯାଏ କି ହୋଲିକା ଦହନ ସମୟରେ ଯାହା ବି କିଛି ପ୍ରାର୍ଥନା କରାଯାଏ, ତାହା ସବୁ ନିଶ୍ଚିତ ପୂରଣ ହୋଇଥାଏ ।

ଦହନରେ ସମସ୍ତଙ୍କୁ ଭାଗ ନେବା ଉଚିତ ଏବଂ ତାହାର ପାଉଁଶକୁ ନିଜ ଘରକୁ ଆଣିବା ଉଚିତ, ଏହା ଦ୍ଵାରା ଆପଣଙ୍କ ଘରେ ଖୁସି ଆସିଥାଏ, ତେବେ ଚାଲନ୍ତୁ ଜାଣିବା କି ହୋଲିକା ଦହନର ପାଉଁଶ ଆପଣ ପାଇଁ କେମିତି ଲକି ହେବ ।

ନକାରାତ୍ମକ ଶକ୍ତି ହୋଇଥାଏ ଦୂର

କୁହାଯାଏ କି ହୋଲିକା ଦହନ ପରେ ଏକ ମୁଠା ପାଉଁଶ ଘରକୁ ଆଣିବା ଉଚିତ । ଏହା ପରେ ସେହି ପାଉଁଶକୁ ନେଇ ଘର ସାରା ବୁଲାଇବା ଉଚିତ । ଏହିଭଳି କରିବା ଦ୍ଵାରା ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ ।

ବୁଦ୍ଧି ବଢି ଥାଏ

ଜ୍ୟୋତିଷଙ୍କ ଅନୁସାରେ, ହୋଲିକା ଦହନ ପରେ ଥଣ୍ଡା ପାଉଁଶକୁ ନିଜ ମୁଣ୍ଡରେ ଚନ୍ଦନ ଭଳି ଲଗାଇବା ଉଚିତ, ଏହିଭଲି କରିବା ଦ୍ଵାରା ବ୍ୟକ୍ତିର ବୁଦ୍ଧି ବଢି ଥାଏ ।

ପିଲାମାନଙ୍କୁ ଲାଗି ନଥାଏ ନଜର

ଯଦି ଆପଣଙ୍କର ପିଲାମାନଙ୍କୁ ବାରମ୍ବାର ନଜର ଲାଗୁଛି ତେବେ ଆପଣ ଏହି ପାଉଁଶର ତାବିଜ କରି ନିଜର ପିଲାମାନଙ୍କୁ ପିନ୍ଧାଇ ଦିଅନ୍ତୁ । ଏହା କରିବା ଦ୍ଵାରା ପିଲାମାନଙ୍କୁ ନଜର ଲାଗି ନଥାଏ ।

ଦରିଦ୍ରତା ହୋଇଥାଏ ଦୂର

ଯଦି ଆପଣ ଦରିଦ୍ରତାରୁ ବଞ୍ଚିବାକୁ ଯାଉଛନ୍ତି, ତେବେ ସେହି ପାଉଁଶକୁ ଆଣି ଘରର କବାଟ ଉପରେ ଅଳ୍ପ ଅଳ୍ପ ପକାଇ ଦିଅନ୍ତୁ ।

ହୋଇ ନଥାଏ ଦୁର୍ଘଟଣା

ହୋଲିକା ଦହନ ପରେ ଗୋଟିଏ ମୁଠ୍ଠୀ ପାଉଁଶକୁ ଘରେ ଆଣି କୌଣସି କପଡ଼ାରେ ବାନ୍ଧି ଏକ ସୁରକ୍ଷିତ ଜାଗାରେ ରଖି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ପରିବାରର କୌଣସି ସଦସ୍ୟ ଦୁର୍ଘଟଣା ଗ୍ରସ୍ତ ହେବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button