ସ୍ୱାସ୍ଥ୍ୟ

ଶରୀରକୁ ଫ୍ଲେକ୍ସିବୁଲ କରିବା ପାଇଁ ଚାଁହୁଛନ୍ତି କି ? ଆପଣାନ୍ତୁ କିଛି ଖାସ ଟିପ୍ସ

ଫ୍ଲେକ୍ସିବିଲିଟି ଶାରୀରିକ ଶକ୍ତି ବଜାୟ ରଖେ । ଏହା ବ୍ୟକ୍ତିକୁ ସବୁବେଳେ ଫୁର୍ତ୍ତି କରିବା ସହିତ ଶରୀରକୁ ଫିଟ୍ ରଖିଥାଏ । ଯଦି ଆପଣ ବି ଚାଁହୁଛନ୍ତି ଯେ ଆପଣଙ୍କ ଶରୀର ବି ଫ୍ଲେକ୍ସିବୁଲ ରହୁ ତେବେ ଏହି ବ୍ୟାୟାମଗୁଡ଼ିକୁ ନିଜର ଦିନଚର୍ଯ୍ୟାରେ ନିଶ୍ଚିତ ସାମିଲ କରନ୍ତୁ ।

ଦୈନନ୍ଦିନ ଅଭ୍ୟାସରେ ନିଜ ଶରୀରକୁ ଷ୍ଟ୍ରେଚ କରିବାର ଅଭ୍ୟାସ କରିନିଅନ୍ତୁ । ଏହି ଅଭ୍ୟାସ ଶରୀରକୁ ଶକ୍ତି ଯୋଗାଇବା ସହ ଆପଣଙ୍କୁ ଫ୍ଲେକ୍ସିବୁଲ ବନାଇବ । କାରଣ ସକାଳେ ସେଜରେ କରାଯାଇଥିବା ବଡି ଷ୍ଟ୍ରେଚ ଶରୀରପାଇଁ ବହୁତ ଲାଭଦାୟକ ହୋଇଥାଏ ଏବଂ ଶୋଇବା ପୂର୍ବରୁ ମଧ୍ୟ ଆପଣ ଏହା କରିପାରିବେ ।

 

ସୂର୍ଯ୍ୟ ନମସ୍କାର ଦ୍ୱାରା ଆପଣଙ୍କ ଶରୀର ଫ୍ଲେକ୍ସିବୁଲ ହୋଇଥାଏ ଏବଂ ଏହାର ନିୟମିତ ଅଭ୍ୟାସ ଚର୍ମ ରୋଗକୁ ଦୂର କରିଥାଏ । ଏହି ଅଭ୍ୟାସ ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ପେଟ ରୋଗ ଦୂର ହୁଏ ତାସହିତ ହଜମ ପ୍ରକ୍ରିୟାର କାର୍ଯ୍ୟ ମଧ୍ୟ ବଢିଯାଏ ।

ଧନୁରାସାନର ନିୟମିତ ଅଭ୍ୟାସ ଶରୀରକୁ ଫ୍ଲେକ୍ସିବୁଲ କରିଥାଏ । ପେଟ ସହିତ ଜଡିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । କପାଳଭାତି ଏବଂ ଭସ୍ତ୍ରୀକା ତାସହିତ ଅନୁଲୋମ୍ ବିଲୋମ ମଧ୍ୟ କରନ୍ତୁ । ଠିଆହୋଇ କରୁଥିବା ଯୋଗାସନରେ ତ୍ରିକୋଣାସନ, କଟିଚକ୍ରାସନ, ତାଡାସନ, ଅର୍ଧଚନ୍ଦ୍ରାସନ ଏବଂ ପାଦପଶ୍ଚିମୋର୍ତ୍ତନାସନ ସାମିଲ କରନ୍ତୁ ସର୍ବଦା ସୁସ୍ଥ ରହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button