ମନୋରଞ୍ଜନ
ଚିକେନ ତରକାରୀ ଖାଇ ବିରକ୍ତ ହୋଇ ଗଲେଣି କି, ତେବେ ଆଜି ହିଁ ଘରେ ଟ୍ରାଏ କରନ୍ତୁ ଟେଷ୍ଟି “ଗ୍ରୀନ ଚିକେନ ଟୀକ୍କା”

ଲକ ଡାଉନ କାରଣରୁ ଏବେ ଅଧିକାଂଶ ଲୋକ ଘରୁ ହିଁ କାମ କରୁଛନ୍ତି । ଘରେ ବସି ସାଧାରଣତଃ ସ୍ୱାଦିଷ୍ଠ ଖାଦ୍ୟ ଖାଇବାକୁ ଇଛା ହୁଏ । ଏହି କାରଣରୁ ଆମେ ଆଜି ଆପଣଙ୍କ ପାଇଁ “ହରିୟାଲି ଚିକେନ ଟୀକ୍କା” ନେଇ ଆସିଛୁ । ତେବେ ଜାଣି ରଖନ୍ତୁ ଏଥି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ;
– 250 ଗ୍ରାମ ବୋନ ଲେସ ଚିକେନ
– ଗୋଟେ କପ ଧଣିଆ
– ଗୋଟେ ମୁଠା ପୁଦିନା
– 3 ରୁ 4 ଟି ରସୁଣ ପାଖୁଡ଼ା

– 3 ଚାମଚ ତାଜା କ୍ରିମ
– ଗୋଟେ ଚାମଚ ମଇଦା
– ଗୋଟେ ଚାମଚ ତେଲ
– ଲୁଣ ସ୍ୱାଦ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ;
– ଧନିଆ, ପୁଦିନା, ରସୁଣ, ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ ।
– ଏହି ମିଶ୍ରଣକୁ ଚିକେନରେ ଗୋଳାଇ ଗୋଟେ ଘଣ୍ଟା ପାଇଁ ଛାଡି଼ ଦିଅନ୍ତୁ ।
– କ୍ରିମ, ମଇଦା, ତେଲ ବି ଚିକେନରେ ଭଲ ଭାବେ ମିଶାଇ ଦିଅନ୍ତୁ ।
– ଏବେ ଚିକେନ ଖଣ୍ଡ ଗୁଡିକୁ କାଠିରେ ପଶାଇ ଦିଅନ୍ତୁ
– ଏବେ ଏକ ତାୱାରେ ତେଲ ଗରମ କରି ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ସେକନ୍ତୁ ।




