ଜ୍ୟୋତିଷ

ଜୀବନରେ ଧନ ହାନୀ ଏବଂ କଳହର କାରଣ ପାଲଟିଥାଏ ଘରେ ଥିବା ଏହି ଜିନିଷ, ତୁରନ୍ତ କରନ୍ତୁ ଘରୁ ବାହାର

ଆମ ଜୀବନରେ ବାସ୍ତୁର ବଡ ମହତ୍ତ୍ୱ ରହିଥାଏ। ବାସ୍ତୁ ଅନୁସାରେ ଆମ ଜୀବନରେ ଜଡିତ ପ୍ରତ୍ୟେକ ବସ୍ତୁର ଏକ ଶକ୍ତି ବା ଉର୍ଜା ରହିଥାଏ। ଯାହା ଆମ ଜୀବନ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ। କିଛି ଜିନିଷ ଏପରି ରହିଥାଏ, ଯାହା ଘରେ ବାସ୍ତୁଦୋଷର କାରଣ ପାଲଟିଥାଏ ଏବଂ ନକାରାତ୍ମକ ଉର୍ଜା ସୃଷ୍ଟି କରିଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଏପରି କେତେକ ଜିନିଷ ବିଷୟରେ ଜଣାଇବୁ, ଯାହା ଆପଣଙ୍କ ଘରେ ଧନ ହାନି ଏବଂ କଳହର କାରଣ ପାଲଟିଥାଏ।

– ବାସ୍ତୁ ଅନୁସାରେ ଘରେ ବନ୍ଦ ହୋଇ ରହିଥିବା ଘଣ୍ଟାକୁ ଅଶୁଭ ବୋଲି ଧରାଯାଏ। ଏମିତିରେ ଏହାକୁ ଘରୁ ବାହାର କରିଦିଅନ୍ତି କିମ୍ବା ଠିକ୍‌ କରିଦିଅନ୍ତୁ। ବନ୍ଦ ଘଣ୍ଟା ଘରର ପ୍ରଗତିରେ ବାଧକ ସାଜିଥାଏ।

 

– ବାସ୍ତୁ ଅନୁସାରେ କେବେ ବି ଘରେ ଦେବୀ କାଳୀଙ୍କ ପ୍ରତିମା ରଖିବା ଉଚିତ ନୁହେଁ। ଦେବୀ କାଳୀଙ୍କ ଅନ୍ୟ ରୂପରେ କୌଣସି ପ୍ରତିମା ରଖିପାରିବେ।

– ଘରର ପୂଜା ସ୍ଥଳରେ କେବେ ବି କୌଣସି ଦେବା ଦେବୀଙ୍କ ଭଙ୍ଗା ପ୍ରତିମୂର୍ତ୍ତି ରଖିବା ଉଚିତ ନୁହେଁ। ପୂଜା ସ୍ଥଳରେ ଭଙ୍ଗା କଳସ ରଖନ୍ତୁ ନାହିଁ ନକାରାତ୍ମକ ଶକ୍ତି ବଢିଥାଏ।

– ଶାସ୍ତ୍ର ଅନୁସାରେ ଶିବଲିଙ୍ଗ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଥାଏ। ମନ୍ଦିରରେ ଶିବଲିଙ୍ଗ ପୂଜା କରିବାର ଅନେକ ଲାଭ ରହିଥାଏ। କିନ୍ତୁ ବାସ୍ତୁ ଅନୁସାରେ ଘରେ ଶିବଲିଙ୍ଗ ପୂଜା କରିବା ଉଚିତ ନୁହେଁ।

shiva

– ଯଦି ଘରର ଆଇନା, ଝରକା କିମ୍ବା କବାଟରେ ଲାଗିଥିବା କାଚ ଯଦି ଭାଙ୍ଗିଯାଏ ତେବେ ବଦଳାଇ ଦିଅନ୍ତୁ। ଭାଙ୍ଗିଥିବା କାଚ ଆପଣଙ୍କ ସମ୍ପର୍କରେ ମଧ୍ୟ ବାଧକ ସାଜିଥାଏ।

– ନଟରାଜଙ୍କ ମୂର୍ତ୍ତି ଘରେ ରଖିବା ଉଚିତ ନୁହେଁ। ନଟରାଜ ରୂପ ଶିବଙ୍କ ଉଗ୍ର ରୂପ ବୋଲି କୁହାଯାଏ। ଶିବ ଏହି ରୂପରେ ତାଣ୍ଡବ ନୃତ୍ୟ କରି ବିନାଶ କରିଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button