ଦେଶ- ବିଦେଶ

ପିଲାଙ୍କୁ ପୁଷ୍ଟି ଯୋଗାଇବା ସହ ଇମ୍ୟୁନିଟି ସିଷ୍ଟମ୍‌କୁ ବି ମଜଭୁତ କରେ ବାଦାମ ପାଉଡର, ଆଜିଠୁ ଭୋଜନରେ କରନ୍ତୁ ସାମିଲ

ବାଦାମରେ ଅନେକ ପୌଷ୍ଟିକ ତତ୍ତ୍ୱ ରହିଛି ଯାହା ଶରୀରକୁ ମଜଭୁତ ତଥା ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ। ଛୋଟ ପିଲାଙ୍କ ପାଇଁ ଏହା ବେଶ୍‌ ଲାଭକାରୀ ହୋଇଥାଏ। ମାତ୍ର ପିଲାମାନେ ବାଦାମ ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଆପଣଙ୍କ ପିଲା ବି ଯଦି ବାଦାମ ଖାଇବାକୁ ଇଚ୍ଛା କରୁନାହିଁ ତେବେ ଆପଣ ଚାହିଁଲେ ବାଦାମକୁ ପାଉଡର ଭାବେ କରି ମଧ୍ୟ ଛୁଆଙ୍କୁ ଖୁଆଇପାରିବେ। ଏହା ସହଜରେ ହଜମ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ବାଦାମ ପାଉଡ଼ର ଉପକାରିତା ଓ ପ୍ରସ୍ତୁତି ପ୍ରଣାଳୀ…

1kg Almond Flour / Ground Almonds 100% Natural Powder / Gluten ...

ଆବଶ୍ୟକୀୟ ଉପକରଣ:

ବାଦାମ-୧ କପ୍‌
ଚିନି-ଅଧ କପ୍‌
ଅଳେଇଚ ପାଉଡର-ଏକ ଚାମଚ
କେସର
ପାଣି-୩ରୁ ୪ କପ୍‌

How to make Dry fruits powder for 6+ months babies | Weight gain ...

ପ୍ରସ୍ତୁତି ପ୍ରଣାଳୀ:

ପାଣିକୁ ଫୁଟାଇ ସେଥିରେ ବାଦାମ ସିଝାନ୍ତୁ। ବାଦାମ ସିଝିଯିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ପରେ ବାଦାମର ଚୋପା ଛଡ଼ାଇ ଶୁଖାଇଦିଅନ୍ତୁ। ବାଦାମ ଶୁଖିଯିବା ପରେ ହାଲ୍‌କା ଆଞ୍ଚରେ ଭାଜି ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏଥିରେ ଚିନି, ଅଳେଇଚ ପାଉଡର ଓ କେସର ମିଶାଇ ଏକ ଏୟାର ଟାଇଟ୍‌ ଡବାରେ ରଖନ୍ତୁ।

badama

 

ବାଦାମ ପାଉଡ଼ର ସେବନର ଫାଇଦା:

-ବାଦାମ ପାଉଡ଼ର ପିଲାଙ୍କୁ ଖୁଆଇବା ଦ୍ୱାରା ଭିଟାମିନ୍‌-ଇର ଅଭାବ ଦୂର ହୋଇଥାଏ।

-ତ୍ୱଚାକୁ ମୁଲାୟମ ତଥା ନରମ ରଖିବାରେ ମଧ୍ୟ ବାଦାମ ସାହାଯ୍ୟ କରେ।

-ପିଲାଙ୍କ ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବା ପାଇଁ ପ୍ରତିଦିନ ବାଦାମ ପାଉଡର ଖାଆନ୍ତୁ।

-ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ବାଦାମ ସୁସ୍ଥ ରଖେ।

-ପିଲାଙ୍କ ହାଡ଼କୁ ମଜଭୁତ କରିବାରେ ମଧ୍ୟ ବାଦାମ ସାହାଯ୍ୟ କରେ।

-୯ ମାସ ହେବା ପରଠାରୁ ପିଲାଙ୍କୁ ଆପଣ ବାଦାମ ପାଉଡର ଦେଇପାରିବେ। ଏହାକୁ କ୍ଷୀରରେ ନଚେତ୍‌ ପାଣିରେ ଗୋଳାଇ ପିଆଇ ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button