ଦେଶ- ବିଦେଶ

ପ୍ରଥମଥର ପାଇଁ ନିଜର ବୈବାହିକ ଜୀବନକୁ ନେଇ ମୁହଁଖୋଲିଲେ କୈଳାଶ

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଗାୟକ କୈଳାଶ ଖେରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ୨୦୦୪ରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା କୈଳାଶ ଆଜି କେବଳ ଭାରତ ନୁହେଁ ବରଂ ତାଙ୍କର ସୁମଧୁର ସ୍ୱରର ଯାଦୁରେ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। କୈଳାଶ ଆଜି ପର୍ଯ୍ୟନ୍ତ ଯାହାବି ସଫଳତା ପାଇଛନ୍ତି ସେଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି।

କୈଳାଶ ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏକି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଦାପି ଆଲୋଚନା କରନ୍ତି ନାହିଁ । ସେ କ’ଣ ଥିଲେ ତାଙ୍କ ଜୀବନରେ କ’ଣ ଘଟୁଛି, ସେ ଦୁନିଆକୁ ସେସବୁ ବିଷୟରେ ପ୍ରକାଶ କରିବା ପସନ୍ଦ କରନ୍ତି ନାହିଁ, କିନ୍ତୁ ପ୍ରଥମ ଥର ପାଇଁ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କରିଛନ୍ତି। ଯାହା ବିଷୟରେ ଖୁବ ଅଳ୍ପଲୋକ ଜାଣିଥିବେ।

Related Articles

Leave a Reply

Your email address will not be published. Required fields are marked *

Back to top button