ରାଜ୍ୟ

ବ୍ରଣ ସମସ୍ଯା ଦୂର କରିବା ସହ ସୁନ୍ଦର ତ୍ବଚା ପାଇଁ ବ୍ଯବହାର କରନ୍ତୁ ଏହି ୩ଟି ଫେସ୍ ପ୍ଯାକ୍

ଋତୁ ପରିବର୍ତ୍ତନ ସମୟରେ ତ୍ବଚା ଜନିତ ଅନେକ ସମସ୍ଯା ଦେଖାଯାଇଥାଏ। ଏଭଳି ସମୟରେ ତ୍ବଚାରେ ବ୍ରଣ, ଦାଗ ଏବଂ କୁଞ୍ଚନ ଭଳି ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏତିସହ ତ୍ବଚା ଶୁଷ୍କ ମଧ୍ଯ ହୋଇଯାଏ। ଏହିକାରଣରୁ ଯଦି ଆପଣ ଚିନ୍ତିତ ଅଛନ୍ତି ତେବେ ଆଜି ଆପଣଙ୍କୁ ଏପରି ୩ଟି ଘରୋଇ ଟିପ୍ସ ବିଷୟରେ ଜଣାଇବୁ, ଯାହାଦ୍ବାରା ଆପଣ ଚୁଟକିରେ ଏହି ସମସ୍ଯା ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଉପଚାର।

୧.ଡାଲଚିନ ଫେସ୍ ପ୍ଯାକ୍

cinnamonଡାଲଚିନରେ ଭିଟାମିନ, ମିନେରାଲ୍ସ, ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ଏଜିଂଗ ଗୁଣ ରହିଥାଏ। ଏଥିରେ ପ୍ରସ୍ତୁତ ଫେସ୍ ପ୍ଯାକ୍ ବ୍ଯବହାର କରିବା ଦ୍ବାରା ତ୍ବଚାକୁ ପୋଷଣ ମିଳିଥାଏ। ଏଥିସହ ସନ୍ ବର୍ଣ୍ଣ ସମସ୍ଯାରୁ ମୁକ୍ତି ମିଳିବା ସହ ତ୍ବଚା ସଫା ରହିଥାଏ।

ଜାଣନ୍ତୁ କିପରି କରିବେ ବ୍ଯବହାର

ଏକ ପାତ୍ରରେ ଗୋଟିଏ କଦଳୀ, ୧ ଚାମଚ ଡାଲଚିନି ପାଉଡର, ୧/୨ ଲେମ୍ବୁ ରସ ପକାଇ ମିକ୍ସି କରନ୍ତୁ। ଏହାପରେ ଏହି ମିଶ୍ରଣକୁ ଲଗାଇ ୧୫ ରୁ ୨୦ ମିନିଟ୍ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ।

୨.ଗୋଲମରିଚ ଫେସ୍ ପ୍ଯାକ୍

black pepar face packଗୋଲମରିଚ ଶରୀରକୁ ଡିଟକ୍ସ କରି ତ୍ବଚା ସହ ଜଡିତ ସମସ୍ଯାରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ। ଏଥିସହ ମହୁରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଆଣ୍ଟ-ବ୍ଯାକ୍ଟେରିଆଲ ଗୁଣ ତ୍ବଚାର ମୃତ କୋଷିକାକୁ ସଫା କରି ବ୍ରଣ, ଦାଗ ଆଦି ଦୂର କରିବା ସହ ତ୍ବଚାରେ ପ୍ରାକୃତିକ ଗ୍ଲୋ ଆଣିବାରେ ସାହାଯ୍ଯ କରିଥାଏ।

କିପରି କରିବେ ପ୍ରସ୍ତୁତ

ଏକ ପାତ୍ରରେ ୧ ଚାମଚ ମହୁ, ୧/୨ ଚାମଚ ଗୋଲମରିଚ ପାଉଡର ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଏହି ପ୍ଯାକ୍ କୁ ମୁହଁ ଏବଂ ବେକରେ ହାଲୁକା ମସାଜ୍ କରନ୍ତୁ। ଏହାପରେ ୧୫ ମିନିଟ୍ ରି ମୁହଁ ଧୋଇଦିଅନ୍ତୁ।

୩.ଜୀରା ଫେସ୍ ପ୍ଯାକ୍

jira face packଜୀରା ପାଣି ପିଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିବା ସହ ତ୍ବଚାରେ ସୁନ୍ଦରାତା ଆଣିବାରେ ସାହାଯ୍ଯ କରିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ, ଏଂଜାଇମ୍ସ, ଭିଟାମିନ, ମିନେରାଲ, ଆଣ୍ଟି-ଏଜିଂଗ ଆଦି ପୋଷକ ତତ୍ତ୍ବ ତ୍ବଚାକୁ ଯୁବା ରଖିବା ସହ କୁଞ୍ଚନ ପ୍ରକ୍ରିୟା ଦୂର କରିବାରେ ସାହାଯ୍ଯ କରିଥାଏ।

କିପରି କରିବେ ପ୍ରସ୍ତୁତ

୧ ଚାମଚ ମଲାଇ ଏବଂ ଜୀରା ନେଇ ମିଶ୍ରଣ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ତ୍ବଚାରେ ବ୍ଯବହାର କରନ୍ତୁ। ଲଗାଇବାର ୧୦ ରୁ ୧୫ ମିନିଟ୍ ରଖିବା ପରେ ମୁହଁ ଧୋଇଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button