ଦେଶ- ବିଦେଶ

କେଶର ତେଲିଆ ଏବଂ ଦୁର୍ଗନ୍ଧ ସମସ୍ୟା ହେବ ଦୂର, ବ୍ୟବହାର କରନ୍ତୁ ହୋମମେଡ ହେୟାର ପରଫ୍ୟୁମ

ଖରାଦିନ ଆସିଯିବା ମାତ୍ରେ କେଶ ସମସ୍ୟା ବଢିଯାଏ। ଏଥିପାଇଁ ଗରମଦିନ କେଶର ଅଧିକ ଧ୍ୟାନ ରଖିବା ଜରୁରୀ। ଗ୍ରୀଷ୍ମ ଦିନରେ ତ୍ୱଚାର ଯେତିକି ଯତ୍ନ ନେବା ଉଚିତ, ସେତିକି ଯତ୍ନ କେଶର ନେବା ମଧ୍ୟ ଉଚିତ। ଗରମ ଦିନରେ ଚୁଟିରେ ଝାଳ ଯୋଗୁଁ ଚିପଚିପାପଣ ଏବଂ ଦୁର୍ଗନ୍ଧ ବାହାରିଥାଏ। ଏମିତିରେ ଅନେକ ଲୋକ ବଡି ପରଫ୍ୟୁମ ବ୍ୟବହାର କରନ୍ତି। କିନ୍ତୁ ଆପଣ ହେୟାର ପରଫ୍ୟୁମ ବ୍ୟବହାର କରିପାରିବେ। ଆପଣ ଘରେ ଏମିତି ହେୟାର ପରଫ୍ୟୁମ ପ୍ରସ୍ତୁତ କରି ବ୍ୟବହାର କରିପାରିବେ। ଯାହା ସୁଗନ୍ଧ ଦେବା ସହିତ କେଶକୁ ଚମକଦାର ବନାଇବ। ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତ …

hair

ଆବଶ୍ୟକ ସାମଗ୍ରୀ :

ଗୋଲାପ ଜଳ : ୧/୨ କପ୍‌
ଭ୍ୟାନିଲା ଏକ୍ସଟ୍ରାକ୍ଟ : ୨ ବୁନ୍ଦା
ଅଙ୍ଗୁର କିମ୍ବା ନଡିଆ ତେଲ : ୨୦ ବୁନ୍ଦା
ଜସ୍ମିନ ଏସନ୍ସିଆଲ ଅଏଲ : ୧୦ ବୁନ୍ଦା
ସ୍ପ୍ରେ ବୋତଲ : ୧

t

ପ୍ରସ୍ତୁତି କରିବାର ଉପାୟ :

ଏକ ପାତ୍ରରେ ଗୋଲାପ ଜଳ ଏବଂ ଭ୍ୟାନିଲା ଏକ୍ସଟ୍ରାକ୍ଟକୁ ଏକାଠି ମିଶାଇ ଦିଅନ୍ତୁ। ତାପରେ ଅଙ୍ଗୁର ଏବଂ ଜସ୍ମିନ ତେଲ ମିଶାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏହାକୁ ଅଧିକ ସୁଗନ୍ଧଯୁକ୍ତ କରିବା ପାଇଁ ଏକ ଦୁଇ ବୁନ୍ଦା ଲାଭେଣ୍ଡର ତେଲ ମିଶାଇ ପାରିବେ। ଏସବୁ ଭଲଭାବେ ଫେଣ୍ଟି ସ୍ପ୍ରେ ବୋତଲରେ ରଖନ୍ତୁ। ଯେତେବେଳେ ଦରକାର ସେତେବେଳେ କେଶରେ ବ୍ୟବହାର କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button