ରାଜ୍ୟ

ମାତ୍ର ୧୫ ମିନିଟ୍‌ରେ ବେକର କଳାଦାଗ ହେବ ଦୂର, ଆପଣାନ୍ତୁ ଏହିସବୁ ଉପାୟ

ମୁହଁ ଏବଂ ବେକର ରଙ୍ଗ ପ୍ରାୟତଃ ସମସ୍ତଙ୍କର ଅଲଗା ଅଲଗା ଦେଖାଯାଇଥାଏ। ଯେଉଁଥିପାଇଁ ଅନେକ ଲୋକ ଲଜ୍ୟା ଅନୁଭବ କରନ୍ତି। ଗରମ ଦିନରେ ଝାଳ ଯୋଗୁଁ ବେକରେ ମଇଳା ଜମିଥାଏ, ସେଥିପାଇଁ ସ୍କିନ କଳା ପଡିଯାଏ। ଏମିତିରେ ଆପଣ ସ୍କ୍ରବ ଏବଂ ଉବତନ ଲାଗାଇ ଏହାକୁ ସଫା କରିପାରିବେ।

ଲୋକମାନେ ନିଜର ତ୍ୱଚାକୁ ଚମକାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣେଇଥାନ୍ତି, କିନ୍ତୁ ନିଜ ବେକ ପଛପଟେ ହୋଇଥିବା କଳାଦାଗକୁ ସଫା କରିବା ପାଇଁ ଭୁଲି ଯାଇଥାନ୍ତି। ଯେଉଁ କାରଣରୁ ବେକ କଳା ପଡିଯାଇଥାଏ। ଯଦି ଆପଣଙ୍କ ବେକ ପଛପଟ କଳା ପଡିଯାଇଥାଏ ତେବେ ଆପଣ ମଧ୍ୟ ଏହି ଟିପ୍ସକୁ ଆପଣାଇ କଳାଦାଗ ଦୂର କରି ସଫା କରିପାରିବେ। ତେବେ ଜାଣନ୍ତୁ କଣ ରହିଛି ଟିପ୍ସ।

vinegar 1

ଆପଲ ସାଇଡର ଭିନେଗାର :

ଆପଲ ସାଇଡର ଭିନେଗାର ତ୍ୱଚାର ପିଏଚ ଲେବଲକୁ ସନ୍ତୁଳିତ ରଖିଥାଏ, ଯାହା ପ୍ରାକୃତିକ ଚମକ ଦେଇଥାଏ। ଏହାସହିତ ଡେଡ୍‌ ସ୍କିନକୁ ହଟାଇବାରେ ସହାୟକ ହୋଇଥାଏ। ଆପଲ ସାଇଡର ଭିନେଗାର ୨ ଚାମଚ, ୪ ଚାମଚ ପାଣି ମିଶାନ୍ତୁ। ଏହାକୁ ତୁଳା ସାହାଯ୍ୟରେ ବେକରେ ଲଗାଇ ୧୦ ମିନିଟ ରଖି ଛାଡିଦିଅନ୍ତୁ। ପ୍ରତିଦିନ ଏପରି କଲେ ସମସ୍ୟାରୁ ମୁକ୍ତି ମିଳିବ। କିନ୍ତୁ ଧ୍ୟାନରେ ରଖନ୍ତୁ, ସବୁଦିନ ସ୍କିନକୁ ମଶ୍ଚରାଇଜ କରିବା ଉଚିତ।

alu

ଲେମ୍ବୁ ଓ ଆଳୁ ରସ :

ଆଳୁରେ ବ୍ଲିଚିଂ ଗୁଣ ରହିଥାଏ, ଯାହା ତ୍ୱଚାକୁ ଟୋନିଂ କରିଥାଏ। ଏହା ଡାର୍କ ପ୍ୟାଚ ହଟାଇବାରେ ସହାୟକ ହୋଇଥାଏ। ଏକ ଛୋଟ ଆଳୁକୁ କଦୁକସ କରିସେଥିରୁ ରସ ବାହାର କରି ଲେମ୍ବୁ ସହିତ ମିଶାଇ ବେକରେ ଲଗାନ୍ତୁ। ସମସ୍ୟାରୁ ମୁକ୍ତି ମିଳିବ।

dahi

ଦହି :

ଦହିରେ ପ୍ରାକୃତିକ ଏନଜାଇମ ରହିଥାଏ। ଦହିକୁ ଲେମ୍ବୁ ସହିତ ମିଶାଇ ଲଗାଇଲେ ସ୍କିନ ଟୋନକୁ ହାଲକା କରିଥାଏ। ଏହି ପେଷ୍ଟକୁ ବନାଇବା ପାଇଁ ୨ ବଡ ଚାମଚ ଦହି ଏବଂ ଏକ ଚାମଚ ଲେମ୍ବୁ ରସ ମିଶାଇ ବେକରେ ଲଗାନ୍ତୁ। ପାଖାପାଖି ୨୦ ମିନିଟ୍‌ ରଖିବା ପରେ ସାଧା ପାଣିରେ ସଫା କରିଦିଅନ୍ତୁ।

ଉବତନ :

ଉବତନରେ ବ୍ୟବହାର କରାଯାଉଥିବା ଅଟା ତ୍ୱଚାକୁ ଏକ୍ସଫୋଲିଏଟ କରିବାରେ ସହାୟକ ହୋଇଥାଏ। ଚେହେରାରୁ ଅଶୁଦ୍ଧତା ଦୂର କରିବା ପୋର୍ସକୁ ଟାଇଟ କରିଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୧ ବଡ ଚାମଚ ବେସନ, ହଳଦୀ ଏକ ଚାମଚ, ଅଧା ଚାମଚ ଲେମ୍ବୁ ରସ ଏବଂ ଗୋଲାପ ଜଳ ମିଶାଇ ପେଷ୍ଟ ବନାନ୍ତୁ। ଏହି ପେଷ୍ଟକୁ ବେକରେ ଲଗାଇବାର ୧୫ ମିନିଟ ପରେ ଧୋଇଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button