ସ୍ୱାସ୍ଥ୍ୟ

ଗର୍ଭବତୀ ସମୟରେ ନିଶ୍ଚୟ ଖାଆନ୍ତୁ ଚଣା, ଭରପୂର ଏନର୍ଜି ପାଇବା ସହ ଦୂର ହେବ ଅନେକ ସମସ୍ଯା

ଗର୍ଭବତୀ ସମୟରେ ପ୍ରତ୍ଯେକ ମହିଳା ନିଜ ସ୍ବାସ୍ଥ୍ଯ ଉପରେ ବିଶେଷ ନଜର ରଖିବା ଆବଶ୍ଯକ। କାରଣ ଗର୍ଭରେ ଥିବା ଶିଶୁ ପ୍ରତି ଯେପରି କିଛି ବିପଦ ସୃଷ୍ଟି ନହୁଏ ସେଥିପାଇଁ ବେସ୍ ସଜାଗ ହୋଇ ରହିବାକୁ ପଡିଥାଏ। ଏହି ସମୟରେ ମହିଳାମାନେ ନିଜର ଖାଦ୍ଯ ଉପରେ ବିଶେଷ ଧ୍ଯାନ ଦେବା ଉଚିତ। ଯାହାଦ୍ବାରା ଶିଶୁର ବିକାଶ ହୋଇଥାଏ। ଗର୍ଭବତୀ ସମୟରେ ଚଣା ଖାଇବା ଖୁବ୍ ଲାଭକାରୀ ହୋଇଥାଏ। ଏହାଦ୍ବାରା ପ୍ରୋଟିନ, କ୍ଯାଲସିୟମ, ଫେଲେଟ ଏବଂ ଭିଟାମିନ ରହିଥାଏ। କେବଳ ଏତିକି ନୁହେଁ ଏଥିରେ ପ୍ରଚୁର ମାତ୍ରାରେ ଆଇରନ ମଧ୍ଯ ରହିଥାଏ, ଯାହା ଗର୍ଭବତୀ ସମୟରେ ମହିଳାଙ୍କ ପାଇଁ ଅତି ଆବଶ୍ଯକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହା ଖାଇବା ଦ୍ବାରା କ’ଣ ଲାଭ ମିଳିଥାଏ।

gram2-ଶିଶୁଙ୍କୁ ଥଣ୍ଡା ନହେବା ପାଇଁ ଡାଏଟରେ ଚଣା ସାମିଲ କରନ୍ତୁ। ଚଣା ଖାଇବା ଦ୍ବାରା ଆସ୍ଥମା ଭଳି ଶ୍ବାସ ଜନିତ ସମସ୍ଯାରୁ ମୁକ୍ତି ମିଳିଥାଏ। କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ।

-ଗର୍ଭବତି ଥିବା ସମୟରେ ସାଧାରଣତଃ ମହିଳାମାନେ ଶରୀରରେ ଯନ୍ତ୍ରଣା ଅନୁଭବ କରିଥାନ୍ତି। ସେହିଭଳି ଚଣାରେ ଥିବା କ୍ଯାଲସିୟମ ହାଡ ଏବଂ ମାଂସପେଶୀକୁ ମଜବୁତ୍ କରିଥାଏ।

Gram--ଚଣା ଖାଇବା ଦ୍ବାରା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ଯା ମଧ୍ଯ ହୋଇନଥାଏ। ସକାଳର ଖାଦ୍ଯରେ ଚଣା ଖାଇବା ଦ୍ବାରା ପାଚନ ଶକ୍ତି ଭଲ ହେବା ସହ କବଜ ସମସ୍ଯା ମଧ୍ଯ ହୋଇନଥାଏ।

-ପୌଷ୍ଟିକ ତତ୍ତ୍ବରେ ଭରପୁର ଥିବା ଚଣା ଖାଇବା ଦ୍ବାରା ଶରୀରରେ ପର୍ଯ୍ଯାପ୍ତ ଶକ୍ତି ମିଳିଥାଏ। ଗର୍ଭବତୀ ସମୟରେ ଚଣା ଖାଇବା ଦ୍ବାରା ମହିଳାମାନଙ୍କୁ ଶକ୍ତିଶାଳୀ ଲାଗିବା ସହ ଶରୀର ରିଲାକ୍ସ ଲାଗିଥାଏ।

gram1-ସାଧାରଣତଃ ଗର୍ଭବତୀ ସମୟରେ ମହିଳାମାନଙ୍କର ଡାଇବେଟିଜର ଭୟ ରହିଥାଏ। ଏହି କାରଣରୁ ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଡାଏଟରେ ଚଣା ସାମିଲ କରନ୍ତୁ। କାରଣ ଏଥିରେ ଥିବା ଫାଇବର ଦ୍ବାରା ଡାଇବେଟିଜରୁ ରକ୍ଷା ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button