ସ୍ୱାସ୍ଥ୍ୟ

ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଶିଶୁ କାନ୍ଦିବା ନିତାନ୍ତ ଜରୁରୀ : ରିସର୍ଚ୍ଚ

ଆପଣଙ୍କ ଶିଶୁ କାନ୍ଦୁଛି କି ? ଏଥିପାଇଁ ଆପଣ ଚିନ୍ତିତ ରହୁଛନ୍ତି। କିନ୍ତୁ ପିଲା କାନ୍ଦିବାକୁ ନେଇ ବିଲକୁଲ ଚିନ୍ତା କରିବା ଉଚିତ ନୁହେଁ। ଛୋଟ ପିଲା କାନ୍ଦିଲେ, ସେମାନଙ୍କୁ ବୁଝାଇବା ବହୁତ କଷ୍ଟ ହୋଇଥାଏ , ହୁଏତ ଏହା ଆପଣ ଜାଣିଥିବେ। ସେମାନେ କାନ୍ଦିଲେ ସମଗ୍ର ପରିବାର ବ୍ୟତିବ୍ୟସ୍ତ ହୋଇପଡନ୍ତି। ମା’ କ୍ଷୀର ଖାଉଥିବା ପିଲା ଅଧିକାଂଶ ଏପରି କାନ୍ଦନ୍ତି। କିନ୍ତୁ ଆପଣ କେବେ ବି ଏପରି କଥାରେ ବିଚଳିତ ହଅନ୍ତୁ ନାହିଁ। କାରଣ ପିଲା କାନ୍ଦିବା ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି। ପିଲା କାନ୍ଦିବା ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ।

crying

ରିସର୍ଚ୍ଚରୁ ଜଣାପଡିଛି ଯେ, ଜନ୍ମରୁ ଆରମ୍ଭ କରି ଦେଢ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ପିଲା କାନ୍ଦନ୍ତି, ତେବେ ସେମାନଙ୍କ ମାନସିକ ଏବଂ ଶାରୀରିକ କ୍ଷମତା ମଜବୁତ ହୋଇଥାଏ। ବ୍ରିଟେନର ଭାରାବିକ ୟୁନିଭରସିଟିର ବୈଜ୍ଞାନିକଙ୍କ କହିବାନୁଯାୟୀ, ତିନି ମାସରୁ ୧୮ ମାସ ପର୍ଯ୍ୟନ୍ତ ପିଲାକୁ ଅଧିକ ସମୟ କାନ୍ଦିବା ବେଳେ ତାଙ୍କୁ ସେପରି ଛାଡିଦେବା ଉଚିତ। ଯଦି ସେମାନେ କାନ୍ଦିବା ବେଳେ ଆପଣ ତୁରନ୍ତ ପିଲା ପାଖକୁ ଧାଇଁଯିବା ଉଚିତ ନୁହେଁ। ଏହା ସେମାନଙ୍କ ବିକାଶ ଉପରେ ପ୍ରଭାବ ପକାଇଥାଏ। ଏମିତି କଲେ ସେମାନେ ମଧ୍ୟ ଆତ୍ମ ଅନୁଶାସନ ମଧ୍ୟ ଶିଖିଯାଆନ୍ତି। କିନ୍ତୁ ଯେତେବେଳେ ପିଲା କାନ୍ଦୁଛି, ସେତେବେଳେ ତା ଉପରେ ନଜର ରଖିଥାନ୍ତୁ।

cry

ପିଲାର କେମିତି କାନ୍ଦୁଛି, ବ୍ୟବହାର ଏବଂ ମାତାପିତାଙ୍କ ପ୍ରତିକ୍ରିୟା ନେବା ପାଇଁ ଏହି ଅଧ୍ୟୟନରେ ସାତ ହାଜରରୁ ଉର୍ଦ୍ଧ୍ୱ ପିଲା ଏବଂ ମାତାପିତା ରହିଥିଲେ। ଏମାନଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ, ପିଲା କାନ୍ଦିବା ବେଳେ ମାତାପିତା ହସ୍ତକ୍ଷେପ କରିବା ଯୋଗୁଁ ସେମାନଙ୍କ କାନ୍ଦିବା ଉପରେ ପ୍ରଭାବ ପଡିଥାଏ। ଯାହା ସେମାନଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ବାଧା ଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button