ରାଜ୍ୟ

ତ୍ୱଚାରୁ ଭାଙ୍ଗ ଏବଂ କଳାଦାଗ ହେବ ଦୂର, ଏମିତି କରନ୍ତୁ ସୋରିଷର ବ୍ୟବହାର

ସୋରିଷର ବ୍ୟବହାର ଆପଣ କେବଳ ଖାଦ୍ୟ ପ୍ରସ୍ତୁତିରେ କରୁଥିବେ। ଏହା କେବଳ ଭୋଜନର ସ୍ୱାଦ ବଢାଇନଥାଏ, କିନ୍ତୁ ତ୍ୱଚାର ଦେଖାଶୁଣା ମଧ୍ୟ କରିଥାଏ। ସ୍କିନର ସୁପରଫୁଡ ଭାବେ କାମ କରିଥାଏ ସୋରିଷ। ସୋରିଷର ପ୍ରୟୋଗ ବ୍ୟୁଟି ପ୍ରଡକ୍ଟ ଭାବେ ମଧ୍ୟ ବ୍ୟବହାର କରାଯାଏ।
ସୋରିଷରେ ଥିବା ଭିଟାମିନ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାକୁ ହାଇଡ୍ରେଟ୍‌ କରିଥାଏ। ଏହା ତ୍ୱଚାକୁ ହାନି ପହଞ୍ଚାଉଥିବା ଅତି ବାଇଗଣୀ ରଶ୍ମୀ ଏବଂ ଫ୍ରି ରାଡିକିଲ୍ସରୁ ତ୍ୱଚାକୁ ରକ୍ଷା କରିଥାଏ। ଏହାକୁ ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା ଚମକଦାର ହେବା ସହିତ ସୁସ୍ଥ ହୋଇଥାଏ। ଜାଣନ୍ତୁ ସୋରିଷ କିଭଳି ତ୍ୱଚାକୁ ଫାଇଦା ଦେଇଥାଏ ….

seed

– ଗରମ ଦିନରେ ଆମ ତ୍ୱଚା ତୈଳାକ୍ତ ହୋଇଯାଏ ଏବଂ ସ୍କିନ ପୋର୍ସରେ ମଇଳା ଭରି ଯାଏ। ଫଳରେ ବ୍ରଣ ଏବଂ ବ୍ଲାକହେଡସ୍‌ ହେବାର ଅନେକ ସମସ୍ୟା ଦେଖାଦିଏ। ଏମିତି ସମସ୍ୟାରୁ ମୁକ୍ତି ଦେଇଥାଏ ସୋରିଷ। ସୋରିଷ ଏଗୁଡିକୁ ଏକ୍ସଫେଲିଏଟର ରୂପେ କାମ କରିଥାଏ। ଅନ୍ୟ ସ୍କ୍ରବ ଭଳି ଏହା ତ୍ୱଚାରୁ ଅତିରିକ୍ତ ତୈଳ ବାହାର କରିଦିଏ।

– ତ୍ୱଚାକୁ ହାନିକାରକ ଅତି ବାଇଗଣୀ ରଶ୍ମୀକୁ ରକ୍ଷା କରିବାରେ ସୋରିଷ ବେଶ ଲାଭଦାୟକ ହୋଇଥାଏ। ଅତି ବାଇଗଣୀ ରଶ୍ମୀ ସ୍କିନର ରଙ୍ଗକୁ ଡଲ୍‌ ହେବା ସହିତ କୁଣ୍ଡାଇ ମଧ୍ୟ ହୋଇଥାଏ। ଏହାଛଡା ସୋରିଷ ତ୍ୱଚାକୁ ଟୋନ କରିବାରେ ସହାୟକ ହୋଇଥାଏ।

ss

– ସୋରିଷରେ ଆଣ୍ଟି ଫଙ୍ଗଲ ପ୍ରପୋଟିଜ, ସ୍କିନରେ ଥିବା ବ୍ୟାକ୍ଟେରିଆକୁ ସଫା କରିଥାଏ। ଏଡଶଖଉ ଚେହେରାରେ ଲଗାଇବା ପାଇଁ ପେଷ୍ଟ ତିଆରି କରି ୧ ଚାମଚ ନଡିଆ ତେଲ ମିଶାଇ ମୁହଁରେ ଲଗାନ୍ତୁ।

– ସ୍କିନକୁ ହାଇଡ୍ରେଟ କରିଥାଏ ସୋରିଷ। ଏଥିପାଇଁ ସୋରିଷକୁ ଆଲୋଭେରା ଜେଲ ସହିତ ମିଶାଇ ଲଗାଇବା ଉଚିତ।

mus

କେମିତି ବନାଇବେ ସୋରିଷ ପ୍ୟାକ୍‌ :

ସାମଗ୍ରୀ : ସୋରିଷ, ଦହି, ମହୁ, କନଫ୍ଲୋର, ଲେମ୍ବୁ ରସ

ପ୍ରସ୍ତୁତି : ସୋରିଷ, ଦହି, ଲେମ୍ବୁ ରସ, ମହୁ ଏବଂ କନଫ୍ଲୋରକୁ ଏକା ସାଙ୍ଗରେ ଅଳ୍ପ ପାଣିଦେଇ ପେଷିଦିଅନ୍ତୁ। ଏହାକୁ ଚିକ୍କଣ ପେଷ୍ଟ ଭାବେ ପ୍ରସ୍ତୁତ କରି ମୁହଁରେ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ। ତାପରେ ୨୦ରୁ ୨୫ ମିନିଟ୍‌ ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button