ସ୍ୱାସ୍ଥ୍ୟ

ଆପଣଙ୍କର ହେଉଛି କି କୋଷ୍ଠକାଠିନ୍ୟ ସମସ୍ୟା, ଆପଣାନ୍ତୁ ୫ଟି ଘରୋଇ ଉପାୟ

ଲକଡାଉନ ସମୟରେ ଘରେ ଅନିୟମିତ ଏବଂ ଭୁଲ ଖାଦ୍ୟ ଯୋଗୁଁ ଶରୀରରେ କେତେକ ସମସ୍ୟା ଦେଖାଦିଏ। ଏହିସବୁ ସମସ୍ୟା ମଧ୍ୟରେ କୋଷ୍ଠକାଠିନ୍ୟ ସମସ୍ୟା ଅନ୍ୟତମ। ଆପଣଙ୍କର ଏହି ସମସ୍ୟା ଶରୀରରେ ଅନେକ ରୋଗର କାରଣ ପାଲଟିଥାଏ। ଏମିତିରେ ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଛନ୍ତି ତେବେ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ଆରାମ ପାଇପାରିବେ।

oil

– ଯଦି ଆପଣଙ୍କର ଏପରି ସମସ୍ୟା ରହିଛି ତେବେ ଶୋଇବା ସମୟରେ ଜଡା ତେଲକୁ ଅଳ୍ପ ଉଷୁମ କରି କ୍ଷୀରରେ ମିଶାଇ ପିଅନ୍ତୁ। ଏମିତି କଲେ ପେଟ ସଫା ହେବା ସହିତ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

isbogal

– ଇସବଗୋଲ କୋଷ୍ଠକାଠିନ୍ୟ ପାଇଁ ରାମବାଣ। ଆପଣ ଏହାର ବ୍ୟବହାର କ୍ଷୀର କିମ୍ବା ପାଣି ସହିତ ରାତିରେ ଶୋଇବା ସମୟରେ କରିପାରିବେ। ଏହାଦ୍ୱାରା ଏହିସମସ୍ୟା ସଂପୂର୍ଣ୍ଣ ଭାବେ ଦୂର ହେବ।

– ଭେଜିଟେବୁଲ ସୁପ କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ବେଶ ଉପକାରୀ। ବିଭିନ୍ନ ପ୍ରକାର ପନିପରିବାରୁ ପ୍ରସ୍ତୁତ ଏହି ସୁପ ପିଇବା ଦ୍ୱାରା ଗ୍ୟାସ, ପେଟ ବିନ୍ଧା ମଧ୍ୟ ଦୂର ହେବ।

soup

– ଏହି ସମସ୍ୟା ଦୂର କରିବା ପାଇଁ ସକାଳୁ ଉଠି ପାଣିରେ ଲେମ୍ବୁ ରସ ଏବଂ କଳା ଲୁଣ ପକାଇ ପିଅନ୍ତୁ। ଏହି ପାଣି ପିଇବାର ୨୦ ମିନିଟ ପରେ ନିଶ୍ଚିତ ଭାବେ ଚାଲନ୍ତୁ।

lemon

– ପ୍ରତିଦିନ ସକାଳୁ ଉଠି ଖାଲିପେଟରେ ୪ରୁ ୫ଟି ବାଦାମ ଖାଆନ୍ତୁ। ଏପରି ଲଗାତାର ୧୦ରୁ ୧୫ ଦିନ କରିବା ପରେ ଏହି ସମସ୍ୟାରୁ ମୁକ୍ତି ମିଳିବ। ଏହାଛଡା ଆପଣ ରାତିରେ ଶୋଇବା ପୂର୍ବରୁ ତ୍ରିଫଳା ସେବନ କଲେ ମଧ୍ୟ ସୁଫଳ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button