ଦେଶ- ବିଦେଶ

ଆଜି ନିଜ ହାତରେ କେକ ବନାଇ ମାଆଙ୍କୁ ଦିଅନ୍ତୁ ସରପ୍ରାଇଜ, କରନ୍ତୁ କିଛି ସ୍ପେଶାଲ

ଆଜି ମା ପାଇଁ ଦିନଟିଏ ଅର୍ଥାତ ମାତୃ ଦିବସ। ଆଜି ଦିନଟି ମାଆର ସମର୍ପଣକୁ ଦର୍ଶାଇଥାଏ। ଯେତେ ବି ମାଆଙ୍କ ପାଇଁ କଲେ ମଧ୍ୟ ଆଜି ଭଳି ଦିନରେ କିଛି ସ୍ପେଶାଲ କରିବା ଦରକାର। ଲକଡାଉନ ପାଇଁ କେକ ଆଣିବାକୁ ବାହାରକୁ ଯାଇପାରିବେନାହିଁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କେକ ରେସିପି। ଯାହା ଏକଦମ ବଜାର ଭଳି ଆଉ ଏହି କେକ ସାହାଯ୍ୟରେ ଆପଣ ମଦର୍ସ ଡେ ସେଲିବ୍ରେଟ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ମଇଦା – ଦେଢ଼ କପ
ଚିନି – ୧ କପ
ଦହି – ୧ କପ
ତେଲ – ୧/୨ କପ
ମିଠା ସୋଡା – ୧/୨ ଚାମଚ
କୋକୋ ପାଉଡର – ୪ ଚାମଚ
ଭାନିଲା ଆସେନ୍ସ – ୨ ଟେବୁଲ ଚାମଚ
ବେକିଂ ପାଉଡର – ୧/୨ ଚାମଚ
କ୍ଷୀର – ୧/୨ କପ

cakeପ୍ରସ୍ତୁତି ପ୍ରଣାଳୀ

– ସର୍ବପ୍ରଥମେ ଏକ ପାତ୍ରରେ ଚିନି, ଦହି ଏବଂ ତେଲକୁ ଏକା ସାଥିରେ ମିଶାନ୍ତୁ।

– ଏଥିରେ ମଇଦା, ବେକିଂ ପାଉଡର, ବେକିଂ ସୋଡା ଏବଂ କ୍ଷୀର ପକାଇ ଏକ ସ୍ମୁଥ ଘୋଳ ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଏହି ପେଷ୍ଟ ଯେପରି ଗାଢ଼ ହୋଇନଯାଏ।

– ଏହାପରେ ଏଥିରେ କୋକୋ ପାଉଡର ମିକ୍ସ କରନ୍ତୁ।

– ଏହାପରେଏକ କେକ ଟିନ ବା ଏକ ବଡ ପାତ୍ର ନିଅନ୍ତୁ ଯେଉଁଥିରେ ଆପଣ କେକ ତିଆରି କରିବେ। ଏହି ପାତ୍ରରେ ଟିକେ ତେଲ ଲଗାଇ ଦିଅନ୍ତୁ।

– ଏବେ ସେଥିରେ ମିଶ୍ରଣକୁ ଭର୍ତ୍ତି କରନ୍ତୁ। ଏହାପରେ ଏକ ଇଟାଲୀ ଛାଞ୍ଚ କିମ୍ବା ପ୍ରେସର କୁକରରେ ଏହି ମିଶ୍ରଣକୁ ରଖନ୍ତୁ।

– ପ୍ରାୟ ୨୫-୩୦ ମିନିଟ ପର୍ଯ୍ୟନ୍ତ ଧୀମା ଆଞ୍ଚରେ କେକକୁ ବେକ ହେବାକୁ ରଖିଦିଅନ୍ତୁ। ଏହାପରେ ଏକ ଛୁରୀ ଭର୍ତ୍ତି କରି ଦେଖନ୍ତୁ କେକ ହୋଇଛି କି ନାହିଁ।

– ଏବେ କେକକୁ ଥଣ୍ଡା କରି ସଜେଇ ଦିଅନ୍ତୁ। କେକ ଉପରେ ଚକଲେଟକୁ ମେଲଟ କରି ସଜାଇ ଦିଅନ୍ତୁ। ଆପଣ ଏହାକୁ ଡ୍ରାଏ ଫରୁଟ୍ସରେ ମଧ୍ୟ ସଜାଇ ପାରିବେ। ଏବେ ଆପଣଙ୍କ କେକ ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button