ସ୍ୱାସ୍ଥ୍ୟ

କଞ୍ଚା ଲଙ୍କା ଖାଇବା ଦ୍ଵାରା କଣ ହୋଇଥାଏ ? କଞ୍ଚା ଲଙ୍କା ଖାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ପଢନ୍ତୁ- Health Tips

ବନ୍ଧୁଗଣ ଆମେ ଏମିତି ରେ ଭାବିଥାଉ କି ରାଗ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ହାନି କାରକ ଅଟେ। କାରଣ ରାଗ ଯୁକ୍ତ ଖାଦ୍ୟ ଖାଇଲେ ଆମ ପେଟ ବହୁତ ଖରାପ ହୋଇ ଯାଇଥାଏ। ଏବଂ ତା ଛଡା ଆମ ସ୍ୱାସ୍ଥ୍ୟ ଓ ଶରୀର ରେ ବହୁତ ଅସୁବିଧା ଦେଖାଯାଏ। କିନ୍ତୁ ବନ୍ଧୁଗଣ ଆମେ ଆଜି ଏମିତି ଏକ ରାଗ ଯୁକ୍ତ ଖାଦ୍ୟ ବିଷୟ ରେ କହିବୁ ଯାହାକୁ ଖାଇଲେ ସ୍ୱାସ୍ଥ୍ୟ ରେ ଅସୁବିଧା କିମ୍ବା ହାନି ପହଂଚାଏ ନାହିଁ ବରଂ ଲାଭ ଦେଇଥାଏ। ଏବଂ ସେ ରାଗ ଯୁକ୍ତ ଖାଦ୍ୟ ହେଉଛି ଲଙ୍କା। ତେବେ ଆଜି ଆମେ କଞ୍ଚା ଲଙ୍କା ଖାଇଲେ କଣ ଫାଇଦା ମିଳେ ଓ କିପରି ଖାଇବା ଆବଶ୍ୟକ ଏବଂ କଣ କଣ ରୋଗ ସବୁ ଦୂର ହୋଇଯିବ ସେ ବିଷୟରେ ଆଲୋଚନା କରିବା।

ଯଦି ଆପଣ ଏହି କଞ୍ଚା ଲଙ୍କା କୁ ଖାଲି ପେଟରେ ଖାଆନ୍ତି କିମ୍ବା ଖାଦ୍ୟ ସହ ମିଶେଇ ଖାଇବା ଦ୍ବାରା ଆମକୁ ଅନେକ ପୌଷ୍ଟିକ ତତ୍ତ୍ୱ ମିଳିଥାଏ। ଯେଉଁଥିରେ ଭିଟାମିନ-ଏ, ଭିଟାମିନ-ବି,ଭିଟାମିନ-ସି, ପୋଟାସିୟମ, କପର, ଆଇରନ, ପ୍ରୋଟିନ ଏବଂ କାର୍ବୋ ହାଇଡ୍ରେଡ଼ ଭଳି ଆଦି ଅନେକ ତତ୍ତ୍ୱ ରହିଥାଏ। ତେବେ ଯଦି ଏତେ ସବୁ ଜିନିଷ ଗୋଟିଏ ଲଙ୍କା ରେ ମିଳୁଛି ତେବେ ଏହାର ସେବନ ଆମ ପାଇଁ ବହୁତ ଆବଶ୍ୟକ ଓ ଲାଭଦାୟକ ଅଟେ।

କଞ୍ଚା ଲଙ୍କା କ୍ୟାନ୍ସର ରୋଗ କୁ ଭଲ କରିବାରେ ସାହାର୍ଯ୍ୟ କରିଥାଏ। ଏହି କଞ୍ଚା ଲଙ୍କା କୁ ଖାଇଲେ ଆମ ଶରୀର ରେ କ୍ୟାନ୍ସର କୁ ବୃଦ୍ଧି କରୁଥିବା ସେଲ କୁ ନଷ୍ଟ କରି ଦେଇଥାଏ। ଏବଂ ଆମ ଭିତରେ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବଢ଼ାଇ ଥାଏ। ସେଥିପାଇଁ ଆପଣ ଯଦି ଚାହୁଁଛନ୍ତି କି ଜୀଵନ ରେ ଆପଣଙ୍କୁ କେବେବି କ୍ୟାନ୍ସର ନ ହେଉ ତେବେ ପ୍ରତିଦିନ ଗୋଟିଏ କଞ୍ଚା ଲଙ୍କା ଖାଇବା ଆବଶ୍ୟକ। ଏହାକୁ ଖାଇବା ବେଳେ ପ୍ରଥମେ ଆମକୁ କଷ୍ଟ ଲାଗିପାରେ କିନ୍ତୁ ଏହା ପରେ ଅଭ୍ୟାସ ରେ ପଡିଯିବ।ଓ କିଛି କଷ୍ଟ ଅନୁଭବ ହେବ ନାହିଁ।

ଏକ ଗବେଷଣା ରୁ ଜଣା ପଡିଛି କି ଏହି କଞ୍ଚା ଲଙ୍କା ଖାଇଲେ ହୃଦୟ ଜନିତ କୌଣସି ରୋଗ ହୁଏ ନାହିଁ। କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ତ୍ୱଚା କୁ ଉଜ୍ଜ୍ୱଳ ଓ ସତେଜ ଦେଖାଯିବ। ଏବଂ କୌଣସି ଦାଗ ମଧ୍ୟ ଦେଖାଯିବ। ଏବଂ କଞ୍ଚା ଲଙ୍କ ଖାଇବା ଦ୍ବାରା ଆମ ବୃଦ୍ଧି ପ୍ରଖର ହୋଇ ଥାଏ। ଲଙ୍କା ଖାଇବା ଦ୍ବାରା କୌଣସି ଇଂଫେକ୍ସନ ମଧ୍ୟ ହୋଇ ନଥାଏ। ଯଦି ଆମକୁ ଥଣ୍ଡା, ଜ୍ୱର ଆଦି ଲାଗି ରହିଥାଏ ତେବେ ଏହି କଞ୍ଚା ଲଙ୍କା ସେବନ କରିବା ଆବଶ୍ୟକ।

ଗୋଟିଏ କଞ୍ଚା ଲଙ୍କା ଖାଇବା ଦ୍ବାରା ଆମକୁ ଅନେକ ଫାଇଦା ମିଳିଥାଏ . ଏହାକୁ ଖାଇବା ଦ୍ଵାରା ଆମ ଶରୀର ରେ ଥିବା କୀଟାଣୁ ସଂଖ୍ୟା କମ ହୋଇ ଯାଇଥାଏ। ରକ୍ତ ସଫା ହୋଇ ଥାଏ ଏବଂ ଅନେକ ରୋଗ ରୁ ମୁକ୍ତି ମିଳି ଥାଏ । ଏହି କଞ୍ଚା ଲଙ୍କା ରେ ଭରପୁର ମାତ୍ରାରେ ଆଇରନ ରହିଥାଏ। ତେଣୁ ଯେଉଁ ମାନଙ୍କ ଶରୀରରେ ରକ୍ତ ର ଅଣୁ କଣିକା ର ମାତ୍ରା କମ ଥାଏ ତେବେ ସେମାନେ ଏହି କଞ୍ଚା ଲଙ୍କା ଖାଇବା ଆବଶ୍ୟକ। ଏହାକୁ ଖାଇବା ଦ୍ୱାରା ଆମ ଶରୀର ରେ ରକ୍ତ ର ମାତ୍ରା ବଢ଼ିଥାଏ।

ଏହା ଦ୍ୱାରା ବାହାରୁ କିଣି କିଛି ଔଷଧ ଖାଇବା ଆବଶ୍ୟକ ନୁହେଁ।ଏହି କଞ୍ଚା ଲଙ୍କା ଆମ ଆଖି ପାଇଁ ମଧ୍ୟ ଲାଭଦାୟକ। ଯେଉଁ ମାନଙ୍କ ଆଖି ଟିକିଏ ଦୁର୍ବଳ ଅଛି କିମ୍ବା ଆପଣ ଚଷମା ପିନ୍ଧୁଛନ୍ତି ତେବେ ଆପଣ ପ୍ରତିଦିନ ଏହି କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ଚକ୍ଷୁ ଦୃଷ୍ଟି ବଢିବ ଓ ଆଖିର ଅନେକ ଅସୁବିଧା ଦୂର ହେବ। ଏହା ଥିଲା ଲଙ୍କା ର ବହୁତ ଗୁଣ। ତେଣୁ ଆମେ ଆଶା କରୁଛୁ କି ଆପଣ ମାନଙ୍କ ପାଇଁ ଏହା ଲାଭଦାୟକ ଅଟେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button