ମନୋରଞ୍ଜନ

ମାତ୍ର କେଇ ମିନିଟରେ ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ‘ଡାଲ ତଡକା’, ହାତ ଚାଟି ଖାଇବେ ପରିବାର ଲୋକେ

ଆଜି ସୋମବାର, ଆଉ ନିରାମିଷ ବାର। ଏହି ସମୟରେ ଡିନରରେ ଭେଜ ଆଇଟମ କଣ ବନାଇବେ ଆପଣ ଚିନ୍ତା କରୁଥିବେ। କିନ୍ତୁ ଏଥିପାଇଁ ଜମା ବି ବ୍ୟସ୍ତ ହୁଅନ୍ତୁନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ରେଷ୍ଟୁରାଣ୍ଟ ଷ୍ଟାଇଲ ଡାଲ ତଡକା ରେସିପି ବିଷୟରେ ଜଣାଇବୁ। ତାହେଲେ ଡେରି କାହିଁକି ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ରିଫାଇନ ତେଲ
-ଡାଲି
-ଜିରା ଓ ସୋରିଷ
-ଅଦା
-ଭୃସଙ୍ଗ ପତ୍ର
-କଞ୍ଚା ଲଙ୍କା
-ରସୁଣ
-ହେଙ୍ଗୁ
-ପିଆଜ
-ଲୁଣ
-ଲାଲ ଲଙ୍କା ପାଉଡର
-ଘିଅ

ପ୍ରସ୍ତୁତ ପ୍ରଣାଳୀ

କଡ଼ାରେ ଅଧା ଚାମଚ ତେଲ ଗରମ କରନ୍ତୁ। ଏଥିରେ ଅଧା ଚାମଚ ଗୋଟା ଜିରା, ସୋରିଷ, ଅଦା, ଭୃସଙ୍ଗ ପତ୍ର,ଏକ ଚାମଚ ରସୁଣ ଏବଂ ହେଙ୍ଗୁ ପକାଇ ଫ୍ରାଏ କରନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ଲୁଣ,ଅଳ୍ପ ଲାଲ ଲଙ୍କା ପାଉଡର ମିକ୍ସ କରନ୍ତୁ। ଏବେ ଏଥିରେ ଡାଲି ପକାଇ ଦିଅନ୍ତୁ। ଏହା ଫୁଟି ଆସିଲେ ଏଥିରେ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଡାଲ ତଡକା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button