ରାଜ୍ୟ

ନମସ୍କାର ଏବଂ ନମସ୍ତେ ମଧ୍ୟରେ କ’ଣ ତଫାତ୍‌ ଜାଣନ୍ତୁ

ପଶୁ, ପକ୍ଷୀ, ପିତୃପୁରୁଷଗଣ, ଦେବତା ଏବଂ ଦାନବଙ୍କ ଜୀବନ ଚର୍ଯ୍ୟାର ନିୟମ ରହିଛି କିନ୍ତୁ ମାନବ ଅନିୟମିତ ଜୀବନଶୈଳୀ ପାଇଁ ଧର୍ମ, ଅର୍ଥର୍, କାମ ଏବଂ ମୋକ୍ଷ ଠାରୁ ପୃଥକ ହୋଇ ଚାଲିଥାନ୍ତି। ସନାତନ ଧର୍ମରେ ପ୍ରତ୍ୟେକ କାର୍ଯ୍ୟର ନିୟମରେ ବାଧା ରହିଥାଏ ଏବଂ ଏହି ନିୟମ ଏଭଳି ହୋଇଥାଏ ଯାହାଦ୍ୱାରା ଆପଣ କୌଣସି ପ୍ରକାର ବନ୍ଧନ ଅନୁଭବ କରିପାରିବେ ନାହିଁ। ବରଂ ଏହି ନିୟମ ଆପଣଙ୍କୁ ସଫଳ ଏବଂ ନିରୋଗୀ ରଖିଥାଏ।

।।କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ।
କର ମୂଲେ ତୁ ଗୋବିନ୍ଦଃ, ପ୍ରଭାତେ କରଦର୍ଶନମ୍।।

prayerପ୍ରାତଃ କାଳରୁ ଅର୍ଥାତ ସକାଳରୁ ନିଦ ଭାଙ୍ଗିବା ପରେ ସର୍ବପ୍ରଥମେ ଆପଣ ସେହି ଶେଯରେ ହିଁ ଦୁଇ ହାତକୁ ଯୋଡି ପାପୁଲିକୁ ଅନାଇ ଏହି ମନ୍ତ୍ର ଜପ କରନ୍ତୁ ଏବଂ ଏହାପରେ ହାତକୁ ନିଜ ମୁହଁରେ ଲଗାନ୍ତୁ।

ସଂଧ୍ୟା ବନ୍ଧନ

namaskarଶାସ୍ତ୍ର ଅନୁଯାୟୀ ସଂଧ୍ୟା ବନ୍ଧନ ପରେ କୌଣସି କାର୍ଯ୍ୟ କରାଯାଇଥାଏ। ସଂଧ୍ୟା ବନ୍ଧନକୁ ସଂଧ୍ୟୋପାସନ ମଧ୍ୟ କୁହାଯାଇଥାଏ। ସଂଧ୍ୟା କାଳରେ ହିଁ ସଂଧ୍ୟା ବନ୍ଧନା କରାଯାଇଥାଏ। ମୁଖ୍ୟତଃ ସଂଧ୍ୟା ୫ ବକ୍ତ ହୋଇଥାଏ କିନ୍ତୁ ପ୍ରାତଃ କାଳ ଏବଂ ସଂଧ୍ୟା କାଳ ଏହି ୨ଟି କାଳ ପ୍ରମୁଖ। ଅର୍ଥାତ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ସମୟ। ଏହି ସମୟରେ ମନ୍ଦିର ହେଉ କିମ୍ବା ଏକାନ୍ତରେ ସାଧନା କରିବା, ଆଚମନ, ପ୍ରାଣାୟମ ଆଦି କରି ଗାୟତ୍ରୀ ଛନ୍ଧରେ ନିରାକାର ଈଶ୍ୱରଙ୍କୁ ପ୍ରାର୍ଥନା କରାଯାଇଥାଏ।

ଘରୁ ବାହାରକୁ ଯାଉଥିବା ସମୟରେ କଣ କରିବା ଉଚିତ

namaskar-ଘରୁ ବାହାରକୁ ଯିବା ପୂର୍ବରୁ ମାତା-ପିତାଙ୍କ ପାଦ ଛୁଇଁ ପ୍ରଣାମ କରାଯାଇଥାଏ। ଏହାପରେ ପ୍ରଥମେ ଡାହାଣ ପାଦ ବାହାରକୁ କାଢି ସଫଳ ଯାତ୍ରା ଏବଂ ସଫଳ ମନୋକାମନା ପାଇଁ ମନକୁ ମନ ଈଶ୍ୱରଙ୍କ ସମକ୍ଷ ଇଛା ବ୍ୟକ୍ତ କରାଯାଇଥାଏ।

କାହାକୁ ସାକ୍ଷାତ କରିବା ସମୟରେ

Namaste-କିଛି ଲୋକମାନେ ସାକ୍ଷାତ କରିବା ସମୟରେ ରାମ-ରାମ, ଗୁଡ୍‌ ମର୍ଣ୍ଣିଂ, ଜୟ ଶ୍ରୀକୃଷ୍ଣ, ଜୟ ଗୁରୁ, ହରି ଓମ୍‌, ସାଇ ରାମ କିମ୍ବା ଅନ୍ୟ ପ୍ରକାରରେ ଅଭିବାଦନ କରିଥାନ୍ତି। କିନ୍ତୁ ସଂସ୍କ୍‌ୃତ ଶଦ୍ଧ ‘ନମସ୍କାର’ କୌଣସି ବ୍ୟକ୍ତିଙ୍କ ସହ ସାକ୍ଷାତ କରିବା ସମୟରେ ବ୍ୟବହାର କରାଯାଇଥାଏ ଏବଂ ‘ନମସ୍ତେ’ ଶଦ୍ଧ ଯିବା ସମୟରେ କୁହାଯାଇଥାଏ। ଏହାପରେ ମଧ୍ୟ କିଛି ଲୋକମାନେ ଏହାର ଓଲଟା ବ୍ୟବହାର କରିଥାନ୍ତି।

ଅନେକ ବିଦ୍ୱାନଙ୍କ କହିବାନୁଯାୟୀ ‘ନମସ୍କାର’ ସୂର୍ଯ୍ୟ ଉଦୟ ସମୟରେ ଏବଂ ‘ନମସ୍ତେ’ ସୂର୍ଯ୍ୟାସ୍ତ ସମୟରେ କରାଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button