ଦେଶ- ବିଦେଶ

ପାଦ ତଳୁ ଝାଳ ବାହାରିବା ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ସାଧାରଣତଃ ଗରମ ଦିନେ ଶରୀରରୁ ଝାଳ ବାହାରିଥାଏ କିନ୍ତୁ ଅଧିକ ଲୋକଙ୍କ ପାଦରୁ ମଧ୍ୟ ଝାଳ ବାହାରିଥାଏ। ଅଧିକ ଝାଳ ବାହାରିବା ମଧ୍ୟ ଏକ ପ୍ରକାର ରୋଗ। ଯାହାଦ୍ୱାରା ସଂକ୍ରମଣ ହେବାର ଭୟ ରହିଥାଏ। ଏଥିସହ ପାଦରୁ ଦୁର୍ଗନ୍ଧ ଆସିଥାଏ, ଯେଉଁଥିପାଇଁ ଆପଣଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଘରୋଇ ଟିପ୍ସ, ଯାହା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇପାରିବ।

ଲାଭେଣ୍ଡର ଅଏଲ୍‌

coverimageଲାଭେଣ୍ଡର ଅଏଲରେ ଆଣ୍ଟି ଫଙ୍ଗଲ୍‌ ପ୍ରପଟିଜ୍‌ ରହିଥାଏ। ଯାହାଦ୍ୱାରା କେବଳ ଝାଳ ବୋହିବା ସମସ୍ୟା ଦୂର ହୋଇନଥାଏ ବରଂ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ହାଲୁକା ଉଷୁମ ପାଣିରେ ୨ ରୁ ୩ ବୁନ୍ଦା ଲାଭେଣ୍ଡର ଏସେ ସିୟାଲ ଅଏଲ୍‌ ପକାଇ ସେଥିରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ପାଦକୁ ବୁଡାଇ ରଖନ୍ତୁ। କିଛି ଦିନ ଏପରି କରିବା ଦ୍ୱାରା ଆପଣ ନିଜେ ଫରକ୍‌ ଅନୁଭବ କରିପାରିବେ।

ଫିଟିକିରି

Feetଫିଟିକିରିରେ ଥିବା ଏଣ୍ଟିସେପ୍ଟିକ୍‌ ଗୁର ପାଦରୁ ଝାଳ ବାହାରିବା ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିସହ ଏହାଦ୍ୱାରା ଆପଣ ଫଂଗଲ ଇନଫେକ୍ସନରୁ ମଧ୍ୟ ରକ୍ଷା ପାଇପାରିବେ। ଏଥିପାଇଁ ଆପଣଙ୍କୁ ୧ ଚାମଚ ଫିଟିକିରି ପାଉଡରକୁ ହାଲୁକା ଉଷୁମ ପାଣିରେ ପକାଇ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ସେଥିରେ ପାଦକୁ ବୁଡାଇ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଥାଏ।

ଲୁଣ ପାଣି

footଏକ ଟପ୍‌ ହାଲୁକା ଉଷୁମ ପାଣିରେ ୫ ରୁ ୭ ଚାମଚ ଲୁଣ ପକାଇ ପାଦକୁ ଅଧାଘଣ୍ଟା ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଏହାପରେ ପାଦକୁ ନପୋଛି ତାକୁ ଆପେ ଆପେ ସୁଖିବା ପାଇଁ ଛାଡିଦିଅନ୍ତୁ। ଏହାପରେ ମୋଜା ପିନ୍ଧନ୍ତୁ। ଲୁଣ ପାଣି ତ୍ୱଚାକୁ ଶୁଷ୍କ କରିବା ସହ ଝାଳ ରୋକିଥାଏ।

ତେଜପତ୍ର

sweaty-feetଯେଉଁ ଲୋକମାନଙ୍କ ପାଦରୁ ଅଧିକ ଝାଳ ବାହାରିଥାଏ ସେମାନେ ତେଜପତ୍ର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଅଳ୍ପ କିଛି ତେଜପତ୍ରକୁ ପାଣିରେ ଭଲଭାବେ ଫୁଟାଇବା ପରେ ଥଣ୍ଡା କରିଦିଅନ୍ତୁ। ପାଣି ଥଣ୍ଡା ହେବା ପରେ ଏହାକୁ ପାଦରେ ଲଗାନ୍ତୁ। ପ୍ରତ୍ୟେକ ଦିନ ଏପରି କରିବା ଦ୍ୱାରା ପାଦରୁ ଝାଳ ବାହାରିବା ସମସ୍ୟା କମ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button