ରାଜ୍ୟ

ମିନିଟରେ ବନାନ୍ତୁ ଟେଷ୍ଟି କ୍ରିସ୍ପି ଜିଲାପି, ଖାଇବାକୁ ଏକଦମ ସୁଆଦିଆ

କରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ପାଇଁ ଭାରତକୁ ୧୭ ମେ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି। ଆଉ ଲୋକମାନେ ଏହାର ପାଳନ ମଧ୍ୟ କରୁଛନ୍ତି। କିନ୍ତୁ ଲକଡାଉନ କାରଣରୁ ଲୋକମାନେ ବାହାର ଖାଦ୍ୟକୁ ବହୁତ ମିସ କରୁଛନ୍ତି। ଯଦି ଆପଣଙ୍କୁ କିଛି ମିଠା ଖାଇବାକୁ ଇଚ୍ଛା ହେଉଛି ଏବଂ ଅତିଥିଙ୍କୁ ମଧ୍ୟ ଖୁଆଇବାକୁ ଇଚ୍ଛା ହେଉଛି ତେବେ ତାଙ୍କୁ ଖୁଆନ୍ତୁ ହେଲଦି ଜିଲାପି। ଏହାକୁ ଆପଣ ଅତି ସହଜରେ ବନେଇ ପାରିବେ।

ଜିଲାପି ପାଇଁ ସାମଗ୍ରୀ

ଅଧା କପ ମଇଦା, ଏକ ଚାରି କପ ଦହି, ୧/୪ କପ ଚାଉଳ ଗୁଣ୍ଡ(କ୍ରିସ୍ପି ପାଇଁ), ଆବଶ୍ୟକ ଅନୁଯାୟୀ ତେଲ, ୧ କପ ଚିନି, ଫୁଇ ଚାମଚ ଅଳେଇଚ ପାଉଡର (ବାସ୍ନା ପାଇଁ)।

jalebiଜିଲାପି ବନାଇବାର ବିଧି

  • ଜିଲାପି ବନାଇବା ପାଇଁ ପ୍ରଥମେ ମଇଦା, ଦହି, ଆବଶ୍ୟକ ଅନୁଯାୟୀ ଚାଉଳ ଗୁଣ୍ଡ ଏବଂ ପାଣି ପକାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ।
  • ଏବେ ଏହି ଘୋଳକୁ ଏକ ଘଣ୍ଟା ପାଇଁ ରଖିଦିଅନ୍ତୁ।
  • ଏବେ ଗ୍ୟାସରେ ଏକ ପ୍ୟାନ ବସାଇ ସେଥିରେ ଦେଢ଼ କପ ପାଣି ଏବଂ ଚିନି ମିଶାଇ ଚାମଚରେ ଲଗାତର ଚଲାନ୍ତୁ।
  • ଏହାପରେ ଦେଖନ୍ତୁ ସିରା ହୋଇଛି କି ନାହିଁ। ଯଦି ହୋଇଯାଇଛି ତେବେ ଏହାକୁ ଗ୍ୟାସରୁ ବାହାର କରିଦିଅନ୍ତୁ।
  • ଏହାପରେ ଏଥିରେ ଅଳେଇଚ ପାଉଡର ପକାଇ ଅଲଗା ରଖନ୍ତୁ।
  • ଏବେ ଛାଣିବା ପାଇଁ ଏକ କଡେଇ ବସାନ୍ତୁ ଏବଂ ସେଥିରେ ତେଲ ପକାଇ ଗରମ କରନ୍ତୁ।
  • ଜିଲାପି ବନାଇବା ପାଇଁ ସବୁଠୁ ସହଜ ଉପାୟ ହେଉଛି ସସ୍ ବୋତଲ। ଏଥିରେ ଘୋଳ ଭଲ ଭାବରେ ବାହାରିଥାଏ।
  • ତେଲ ଗରମ ହେବା ପରେ ଆଞ୍ଚକୁ ମିଡିୟମ କରି ସେଥିରେ ଘୋଳକୁ ଗୋଲ ଗୋଲ କରି ବୁଲାଇ ଜିଲାପି ବନାନ୍ତୁ।
  • ଧ୍ୟାନ ରଖନ୍ତୁ ଯେପରି ପତଳା ଛିଦ୍ର କରିଥିବେ, ଯାହାଦ୍ୱାରା ଜିଲାପି କ୍ରିସ୍ପି ହେବ ଏବଂ ଖାଇବାକୁ ଭଲ ଲାଗିବ।
  • ଏହାପରେ ଏଜି ଜିଲାପିକୁ ବାହାର କରି ପ୍ରସ୍ତୁତ କରି ରଖିଥିବା ସିରାରେ ବୁଡାଇ ଦେଢ଼ ମିନିଟ ପର୍ଯ୍ୟନ୍ତ ରଖନ୍ତୁ।
  • ଏବେ ଆପଣଙ୍କର କ୍ରିସ୍ପି ଜିଲାପି ପ୍ରସ୍ତୁତ ହୋଇଯାଇଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button