ମନୋରଞ୍ଜନ

ମାତ୍ର ୧୦ ଟଙ୍କାର frooti ପ୍ୟାକେଟରୁ ଏପରି ସହଜ ଉପାୟରେ ବନାନ୍ତୁ ଟେଷ୍ଟି mango ଆଇସକ୍ରିମ, ଦେଖନ୍ତୁ ଭିଡ଼ିଓ

କରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ପାଇଁ ଭାରତକୁ ୧୭ ମେ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି। ଆଉ ଲୋକମାନେ ଏହାର ପାଳନ ମଧ୍ୟ କରୁଛନ୍ତି। କିନ୍ତୁ ଲକଡାଉନ କାରଣରୁ ଲୋକମାନେ ବାହାର ଖାଦ୍ୟକୁ ବହୁତ ମିସ କରୁଛନ୍ତି।

ତେବେ ଗରମରେ ଲୋକଙ୍କ ପ୍ରଥମ ପସନ୍ଦ ଆଇସକ୍ରିମ ହୋଇଥାଏ। କିନ୍ତୁ କରୋନା ଭୟରେ ଲୋକେ ବାହାର ଖାଦ୍ୟ ଖାଇବାରେ ଦୂରତା ରକ୍ଷା କରୁଛନ୍ତି। ତେବେ ଏମିତିରେ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। କାହିଁକିନା ଆପଣ ଘରେ ବି ଆଇସକ୍ରିମ ବନାଇ ତାର ମଜା ନେଇପାରିବେ।

ଆଜି ଆମେ ଆପଣଙ୍କ ପାଇଁ ଏକ ଭିଡ଼ିଓ ନେଇ ଆସିଛୁ, ଆପଣ ସେହି ଭିଡ଼ିଓକୁ ଦେଖି ଅତି ସହଜରେ ବହୁତ କମ ସମୟରେ ଆଇସକ୍ରିମର ମଜା ନେଇପାରିବେ। ଏହି ଭିଡ଼ିଓରେ ଆଇସକ୍ରିମକୁ ଦେଖିଲେ ଆପଣଙ୍କ ମୁହଁରେ ପାଣି ଆସିଯିବ। ଏହି ଆଇସକ୍ରିମକୁ ବନାଇବା ପାଇଁ ଆପଣଙ୍କୁ ବେଶି କିଛି ସାମଗ୍ରୀର ଆବଶ୍ୟକତା ନାହିଁ। ଆପଣ ମାତ୍ର ୧୦ ଟଙ୍କାର ଫରୁଟିରୁ ବହୁତ ଟେଷ୍ଟି ଆଇସକ୍ରିମ ବନାଇପାରିବେ।

ଭିଡ଼ିଓରେ ଆପଣ ଦେଖିପାରୁଥିବେ ଗୋଟେ ୧୦ ଟଙ୍କିଆ ଫରୁଟି ପ୍ୟାକେଟର ଉପର ଭାଗକୁ ସାମାନ୍ୟ ଟିକେ ଛୁରୀରେ କାଟି ତା ଭିତରେ ଏକ ଆଇସକ୍ରିମ ଷ୍ଟିକ ଭର୍ତ୍ତି କରିଦିଅନ୍ତୁ। ଏହାପରେ ଏହାକୁ ୫ ଘଣ୍ଟା ପର୍ଯ୍ୟନ୍ତ ଡିପ ଫ୍ରିଜରେ ରଖିଦିଅନ୍ତୁ। ୫ ଘଣ୍ଟା ପରେ ଏହି ପ୍ୟାକେଟର ଖୋଳକୁ ବାହାର କରିଦିଅନ୍ତୁ। ଏବେ ଦେଖନ୍ତୁ ଆପଣଙ୍କ ଆଇସକ୍ରିମ କେତେ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button