ମନୋରଞ୍ଜନ

ଆଇପିଏଲ୍‌ରେ ସ୍ବାମୀ ବିରାଟଙ୍କୁ ଚିୟର୍‌ କରିବାକୁ ଭାରତ ଆସିବେ ଅନୁଷ୍କା! – Kalinga News

[ad_1]

ମୁମ୍ବାଇ: କ୍ରିକେଟ୍‌ ପ୍ରଶଂସକମାନଙ୍କୁ ଖୁସି ଖବର ମିଳିସାରିଛି। ଯେଉଁ କ୍ଷଣର ‌ଅପେକ୍ଷା ଥିଲା, ସେହି କ୍ଷଣ ଆସିସାରିଛି। ୨୦୨୪ର ଆଇପିଏଲ୍‌ ଧମାକାଦ‌ାର୍‌ ଭାବେ ହେବାକୁ ଯାଉଛି। ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ (ସି‌ଏସ୍‌କେ) ଓ ରୟାଲ୍‌ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ମଧ୍ୟରେ ଖେଳାଯିବ।

ଆଇପିଏଲ୍‌ରେ ନିଜର ଧୁଆଁଧାର୍‌ ପ୍ରଦର୍ଶନୀ ଦେଖାଇବାକୁ ବିରାଟ କୋହଲି ଇଂଲଣ୍ଡରୁ ଭାରତ ଫେରିଆସିଛି। ବିରାଟ ଯେବେ ଯେବେ ବି ଷ୍ଟାଡିୟମ୍‌ରେ ନିଜର ଜଲୱା ଦେଖାନ୍ତି, ସେତେବେଳେ ତାଙ୍କ ଲେଡିଲଭ୍‌ ଅନୁଷ୍କା ଶର୍ମା ତାଙ୍କୁ ଚିୟର୍‌ କରିଥାନ୍ତି। ତେବେ ପ୍ରଶଂସକମାନଙ୍କ ମନରେ ଏବେ ଗୋ‌ଟାଏ ପ୍ରଶ୍ନ ରହିଛି ଯେ ଏଥର ବି କ’ଣ ଅନୁଷ୍କା ବିରାଟଙ୍କୁ ଚିୟର କରିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିବେ?

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅନୁଷ୍କା ଆଇପିଏଲ୍‌ ମ୍ୟାଚ୍‌ ପାଇଁ ଭାରତ ଫେରିପାରନ୍ତି। ଅନୁଷ୍କା ଓ ବିରାଟଙ୍କ ପୁତ୍ର ଅକାୟର ଜନ୍ମକୁ ଏବେ ‌ପ୍ରାୟ ଦେଢ଼ ମ‌ାସ ହୋଇଗଲାଣି। ଏବେ ସେ ଆରାମରେ ବିବାନରେ ଯାତ୍ରା କରିପାରିବେ।

ଆଇପିଏଲ୍‌ ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ’ ମାସ ପର୍ଯ୍ୟନ୍ତ ଚାଲିବ। ଏହି ସମୟ‌ରେ ଦେଶରେ ସାଧାରଣ ନିର୍ବାଚନ ହେବ। ନିର୍ବାଚନ ହେଲେ ମଧ୍ୟ ଏହି ଧନୀ ଲିଗ୍‌ ବିଦେଶରେ ଆୟୋଜନ କରିବାକୁ ବିସିସିଆଇ କୌଣସି ଯୋଜନା କରିନି। ତେଣୁ ନିର୍ବାଚନ ସତ୍ତ୍ୱେ ଏହି ପ୍ରତିଯୋଗିତା‌ ଭାରତରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button