ରାଜ୍ୟ

କେଶ ବ୍ୟତୀତ ଏସବୁ ଜିନିଷରେ ମଧ୍ୟ ବ୍ୟବହାର କରିପାରିବେ ହେୟାର କଣ୍ଡିସନର

କେଶକୁ ଚମକଦାର ତଥା ମଜଭୁତ କରିବା ପାଇଁ ମହିଳାମାନେ କଣ୍ଡିସନର ବ୍ୟବହାର କରିଥା’ନ୍ତି। ସାମ୍ପୁ କରିସାରିବା ପରେ କେଶର ରୁକ୍ଷପଣ ଦୂର କରିବା ପାଇଁ କଣ୍ଡିସନର ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣନ୍ତି କି କଣ୍ଡିସନରର ବ୍ୟବହାର କେବଳ କେଶକୁ ସଫା କରିବା ପାଇଁ ନୁହେଁ ବରଂ ଅନ୍ୟ ଜିନିଷରେ ମଧ୍ୟ କରିହେବ। ଆସନ୍ତୁ ଜାଣିବା କଣ୍ଡିସନର ଅନ୍ୟ ବ୍ୟବହାର ସମ୍ପର୍କରେ…

hair-conditioner

  • ଆପଣ ଚାହିଁଲେ ହେୟାର କଣ୍ଡିସନରକୁ ସେଭିଂ କ୍ରିମ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଏହା ତ୍ୱଚାକୁ ନରମ କରିବା ସହ ଆରାମରେ ସେଭିଂ କରିବାରେ ସାହାଯ୍ୟ କରେ।

man-shaving-close-up

  • ରୋଷେଇ ଘରେ ଷ୍ଟେନ୍‌ଲେସ୍‌ ଷ୍ଟିଲ ବାସନକୁ ଚମକାଇବାରେ ମଧ୍ୟ ହେୟାର କଣ୍ଡିସନର ବ୍ୟବହାର କରିପାରିବେ। ଏଥିପାଇଁ ଏକ ପରିଷ୍କାର କପଡ଼ାରେ ଅଳ୍ପ ହେୟାର କଣ୍ଡିସନର ନିଅନ୍ତୁ ଓ ଧୀରେ ଧୀରେ ବାସନ ଉପରେ ରଗଡ଼ିକି ଧୁଅନ୍ତୁ। ପରେ ଆଉ ଏକ କପଡ଼ାରେ ବାସନକୁ ପୋଛିଦିଅନ୍ତୁ, ଦେଖିବେ ବାସନ ପୂରା ନୂଆ ଭଳି ଚମକିବ।

utensil

  • ଶୋଇବା ପୂର୍ବରୁ ମେକଅପ୍‌ ଛଡ଼ାଇବା ନିହାତି ଜରୁରୀ। ଯଦି ଆପଣଙ୍କ ମେକଅପ୍‌ ରିମୁଭର ସରିଯାଇଛି ତେବେ ଏଥିପାଇଁ ହେୟାର କଣ୍ଡିସନର ବ୍ୟବହାର କରିପାରିବେ। ଏକ କପଡ଼ାରେ ଅଳ୍ପ ହେୟାର କଣ୍ଡିସନର ନେଇ ସେଥିରେ ତ୍ୱଚାକୁ ସଫା କରନ୍ତୁ। ପରେ ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।

brush

  • ହେୟାର କଣ୍ଡିସନର କେବଳ ଆପଣଙ୍କ କେଶକୁ ନୁହେଁ ମେକଅପ୍‌ ବ୍ରଶ୍‌କୁ ମଧ୍ୟ ସଫା କରିଥାଏ ଓ ବ୍ରିସଲ୍ସକୁ କୋମଳ କରିଥାଏ। ମେକଅପ୍‌ ବ୍ରଶ୍‌କୁ ଏକ ସାଇଜ୍‌ରେ ଆଣିବାରେ ମଧ୍ୟ କଣ୍ଡିସନର ସାହାଯ୍ୟ କରେ। ଏଥିପାଇଁ ବ୍ରଶକୁ ସଫା କରିସାରିବା ପରେ ଅଳ୍ପ ଟିକେ କଣ୍ଡିସନର ଲଗାଇ ଆଉ ଥରେ ଧୋଇ ଦିଅନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button