ଟେଷ୍ଟୀ ଆଉ ହେଲଦି ଡିସ୍ ପାଇଁ ଆଜି ହିଁ ବନାନ୍ତୁ ଅଳସୀ ଚୀଲା, ଥରେ ଖାଇକି ତ ଦେଖନ୍ତୁ

ବ୍ରେକଫାଷ୍ଟ ସମସ୍ତଙ୍କ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ। ହେଲଦି ଏବଂ ଟେଷ୍ଟ ବ୍ରେକଫାଷ୍ଟ ଆପଣଙ୍କ ପୂରା ଦିନକୁ ହିଁ ଖୁସିରେ ଖୁସିରେ ନେଇଯାଇଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ଅଳସୀ ଚୀଲା’ ରେସିପି। ଏହି ରେସିପି ଆପଣଙ୍କ ପାଇଁ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ଗହମ ଅଟା – ଏକ କପ୍
ଅଳସୀ ଅଟା – ୧/୪ କପ୍
ଦହି – ୧/୨ କପ୍
ଅଦା ପେଷ୍ଟ – ୧ ଛୋଟ ଚାମଚ
କଞ୍ଚା ଲଙ୍କା – ଗୋଟିଏ
ଗୋଲମରୀଚ – ୧/୪ ଛୋଟ ଚାମଚ
ଧନିଆ ପତ୍ର – ୩ ଟେବୁଲ ଚାମଚ
ତେଲ – ୩ ଟେବୁଲ ଚାମଚ
ଲୁଣ – ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
ଅଳସୀର ଚୀଲା ପ୍ରସ୍ତୁତ କରିବା ପାଇଁ ଏକ ବଡ ପାତ୍ରରେ ଗହମ ଏବଂ ଅଳସୀର ଅଟାକୁ ପକାଇ ଚଲାଇ ଦିଅନ୍ତୁ। ଏହାପରେ ଏହାକୁ ଏକ ପାତ୍ରରେ ରଖି ସେଥିରେ ପୂର୍ବରୁ ରଖିଥିବା ଦହି ପକାଇ ମିଶାଇ ଦିଅନ୍ତୁ। ଏହାପରେ ଅଳ୍ପ ପାଣି ପକାଇ ମିକ୍ଦ କରନ୍ତୁ। ଏହି ମିଶ୍ରଣକୁ ଭଲଭାବେ ଚଲାନ୍ତୁ ଯାହାଦ୍ୱାରା କୌଣସି ବିଣ୍ଡା ରହିବନାହିଁ। ଏହି ଘୋଳକୁ ଦୋଷା ଘୋଳ ଭଳି ଗାଢ଼ା ରଖନ୍ତୁ। ଏଥିରେ କଟା କଞ୍ଚା ଲଙ୍କା, ପିଆଜ, ଧନିଆ ପତ୍ର, କାଟି ରଖିଥିବା ଅଦା ଏବଂ ଗୋଲମରୀଚ ପକାଇ ମିକ୍ସ କରନ୍ତୁ। ଏହାପରେ ଗ୍ୟାସରେ ତାଓ୍ଵା ବସାନ୍ତୁ। ତାଓ୍ଵା ଗରମ ହେଲେ ସେଥିରେ ଏହି ଘୋଳକୁ ପକାନ୍ତୁ। ଏହାର ଗୋଟେ ପାର୍ଶ୍ୱ ଭଲଭାବେ ସେକି ହୋଇଗଲା ପରେ ଏହାର ଉପର ଭାଗକୁ ବି ସେକନ୍ତୁ। ଏହାର ଦୁଇ ପାଖ ଭଲଭାବେ ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଓଲଟ ପାଲଟ କରନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଅଳସୀ ଚୀଲା। ଆପଣ ଏହାକୁ ଧନିଆ ଚଟଣୀ କିମ୍ବା ଟମାଟୋ ସସ୍ ସହିତ ଖାଇପାରିବେ।




