ମନୋରଞ୍ଜନ

ଘରେ ରହି ଏମିତି କରନ୍ତୁ ଟାଇମପାସ, ବନାଇ ଖାଆନ୍ତୁ ‘ବ୍ରେଡ଼ ରୋଲ’

ସନ୍ଧ୍ୟାବେଳେ କିଛି ନୂଆ ଡିସ ଖାଇବାକୁ ସବୁବେଳେ ଇଚ୍ଛା ହୋଇଥାଏ। ଏମିତିରେ ଆମେ କଣ ବନାଇବା ଏହା ଚିନ୍ତା କରନ୍ତି, ତେବେ ଆଜି ଆପଣ କଣ ବନାଇବେ ଆଉ ଚିନ୍ତା କରିବା ଆବଶ୍ୟକ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖାସ ରେସିପି, ଯାହାର ନାମ ହେଉଛି ବ୍ରେଡ଼ ରୋଲ।

ଆବଶ୍ୟକ ସାମଗ୍ରୀ

ଆଳୁ – ୫

ବ୍ରେଡ଼ – ୧୨

ଧନିଆ ପାଉଡର – ଏକ ଛୋଟ ଚାମଚ

ଗରମ ମସଲା – ୧/୪ ଚାମଚ

ଆମଚୁର ପାଉଡର – ୧/୪ ଚାମଚ

କଞ୍ଚା ଲଙ୍କା – ୨

ଧନିଆ ପତ୍ର – ୨ ଚାମଚ

ଅଦା – ଅଳ୍ପ

ଲାଲ ଲଙ୍କା – ୧/୪ ଚାମଚ

ଲୁଣ – ସ୍ଵାଦନୁସାରେ

ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ଆଳୁ ଧୋଇ ପ୍ରେସରରେ ସିଝାଇ ଦିଅନ୍ତୁ। ଆଳୁ ସିଝି ଗଲା ପରେ ଚୋପା ଛଡାଇ କଟିକି ରଖନ୍ତୁ। ଏକ କଡ଼ାରେ ଅଳ୍ପ ତେଲ ଗରମ କରନ୍ତୁ ଏବଂ ସେଥିରେ କଞ୍ଚା ଲଙ୍କା, ଅଦା ଏବଂ ଧନିଆ ପାଉଡର ପକାଇ ଭାଜନ୍ତୁ। ଏହାପରେ ଆଳୁ, ଆମଚୁର ପାଉଡର, ଗରମ ମସଲା ଏବଂ ଲୁଣ ପକାଇ ଭଲଭାବେ ମିଶାନ୍ତୁ।

ଏବେ ଏହାକୁ ଗ୍ୟାସରୁ ବାହାର କରି ଥଣ୍ଡା କରନ୍ତୁ। ଏହାପରେ ଏହାକୁ ୧୨ ଭାଗରେ ବାଣ୍ଟି ପ୍ଲେଟରେ ରଖନ୍ତୁ। ବ୍ରେଡ଼ର ପାର୍ଶ୍ଵଲୁ କାଟି ଅଲଗା କରିଦିଅନ୍ତୁ। ଏକ ପ୍ଲେଟରେ ଅଧା କପ ପାଣି ନେଇ ବ୍ରେଡ଼କୁ ସେଥିରେ ଭିଜାନ୍ତୁ। ଏବେ ଏହାକୁ କାଢି ହାତରେ ରଖି ଅନ୍ୟ ହାତରେ ଧୀରେ ଧୀରେ କରି ଦବାନ୍ତୁ ଯେମିତି ବ୍ରେଡ଼ର ସବୁ ପାଣି ବହାରିଯିବ। ଏବେ ଏଥିରେ ପୂର୍ବରୁ ବନାଇ ରଖିଥିବା ଆଲୁର ମିଶ୍ରଣକୁ ରଖି ବ୍ରେଡ଼କୁ ମୋଡି ଦିଅନ୍ତୁ। ଏହାପରେ ଏହାର ଚାରିପଟକୁ ଭଲ ଭାବେ ଦବାଇ ଦିଅନ୍ତୁ। ଏହିଭଳି ଭାବେ ସବୁ ବ୍ରେଡ଼କୁ ପ୍ରସ୍ତୁତ କରି ରଖନ୍ତୁ।

 

ଏହାପରେ ଏକ କଡ଼ାରେ ତେଲ ଗରମ କରନ୍ତୁ ଏବଂ ୨-୩ ବ୍ରେଡ଼ ରୋଲ ନେଇ ସେଥିରେ ପକାଇ ଛାଣନ୍ତୁ। ଏହିପରି ଭାବେ ସବୁ ବ୍ରେଡ଼ ରୋଲକୁ ଛାଣି ଦିଅନ୍ତୁ। ଏବେ ଏହା ସିନେଲି ରଙ୍ଗର ହୋଇଗଲେ ବାହାରକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବ୍ରେଡ଼ ରୋଲ ରେସିପି। ଆପଣ ଏହାକୁ ଚଟଣୀ କିମ୍ବା ଟମାଟୋ ସସରେ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button