ମନୋରଞ୍ଜନ

ଆଜି ହିଁ ଘରେ ବନାନ୍ତୁ ସାଦିଷ୍ଟ ପାଓ ଭାଜି, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ପାଓ ଭାଜିର ନାଁ ଶୁଣିବା ମାତ୍ରେ ହିଁ ମୁହଁରୁ ପାଣି ଆସିଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ପାଓ ଭାଜିକୁ ଖୁବ୍‌ କମ ସମୟରେ ଏବଂ ସହଜ ଉପାୟରେ ଆପଣ ଘରେ ପ୍ରସ୍ତୁତ କରିପାରିବେ। ଯଦି ଆପଣ ଏହି ସ୍ୱାଦିଯେ ପାଓ ଭାଜି ଘରେ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାକୁ ପ୍ରସ୍ତୁତ କରିବା ବିଷୟରେ କହିବାକୁ ଯାଉଛୁ।

pav-bhajiଆବଶ୍ୟକୀୟ ସାମଗ୍ରୀ:

ସିଝା ଆଳୁ- ୩ଟି

ଟମାଟ- ୬ଟି

ଫୁଲ କୋବି- ୧କପ୍‌

ସିମଲା ଲଙ୍କା- ୧ଟି

ଅଦା ପେଷ୍ଟ- ୧ଚାମଚ

ଲହୁଣି- ୧/୨ କପ୍‌

ଧନିଆ ପତ୍ର- ୩/୪ ଚାମଚ

ମଟର ଦାନା-୧/୨ କପ୍‌

pav_bhajiକଞ୍ଚାଲଙ୍କା- ୨ଟା

ପାଓ ଭାଜି ମସଲା- ୨ଚାମଚ

ଲଙ୍କାଗୁଣ୍ଡ- ୧ଚାମଚ

ହଳଦୀ ଗୁଣ୍ଡ- ୧/୨ ଚାମଚ

ଧନିଆ ପାଉଡର- ୧ ଚାମଚ

ଲୁଣ- ଖାଦ୍ୟ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:

Pav Bahjiସର୍ବ ପ୍ରଥମେ ଫୁଲ ଗୋଭିକୁ କାଟି ଦିଅନ୍ତୁ। ଏହାପରେ ଫୁଲ ଗୋଭି ଏବଂ ମଟର ସିଝାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଅଧିକ ନସିଝେ। ଏହାପରେ ଆଳୁ, ସମିଲା ଲଙ୍କା ଏବଂ ଟମାଟ କାଟିଦିଅନ୍ତୁ। ଏବେ ଗରମ ହୋଇଥିବା ପ୍ୟାନରେ ୨ ଚାମଚ ଲହୁଣି ପକାଇ ସେଥିରେ ଅଦା ପେଷ୍ଟ ଏବଂ କଞ୍ଚାଲଙ୍କା ପକାନ୍ତୁ। ଏବେ କଟା ହୋଇଥିବା ଟମାଟ, ସିମଲା ଲଙ୍କାରେ ହଳଦୀ ଏବଂ ଧନିଆ ପାଉଡର ପକାଇ ମିକ୍ସି କରିଦିଅନ୍ତୁ। ଏହାକୁ ୨ ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏବେ ସେଥିରେ କୋବି ଏବଂ ମଟର ପକାଇ ଭଲଭାବେ ଗୋଳାନ୍ତୁ। ସମସ୍ତ ପରିବା ସିଝିବା ପରେ ଏବେ ସେଥିରେ ସିଝିଥିବା ଆଳୁ, ଲୁଣ, ଲଙ୍କା ଗୁଣ୍ଡ ଏବଂ ପାଓଭାଜି ମସଲା ପକାଇ ଭଲଭାବେ ଗୋଳାନ୍ତୁ। ଏବେ ସେଥିରେ ଅଳ୍ପ ପାଣି ପକାଇ ସବୁ ପରିବା ମିଶି ବହଳିଆ ବା ଗାଢ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ। ଏବେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିବା ପରେ ସେଥିରେ ଧନିଆ ପତ୍ର ଏବଂ ବଟର୍‌ ପକାନ୍ତୁ।

pavଏବେ ଆପଣ ପ୍ରଥମେ ପାଓକୁ ଏଭଳି କାଟନ୍ତୁ ଯାହା ଅନ୍ୟସାଇଟ୍‌ ସହ ଯୋଡି ହୋଇ ରହିଥିବ। ଏବେ ପ୍ୟାନରେ ବଟର୍‌ ଲଗାଇ ଏହି ପାଓକୁ ଭଲଭାବେ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇସାରିଛି ଆପଣଙ୍କ ପ୍ରିୟ ଟେଷ୍ଟି ପାଓଭାଜି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button