ଜ୍ୟୋତିଷ
କାହିଁକି ଭଗବାନ ସବୁବେଳେ ଭଲ ଲୋକଙ୍କୁ କଷ୍ଟ ଦେଇଥାନ୍ତି କଣ ରହିଛି ଏହା ପଛରେ ରହସ୍ୟ ଜାଣନ୍ତୁ

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ଜାଣିବେ ଯେ କାହିଁକି ପ୍ରାୟ ଭଲ ମଣିଷ ଙ୍କ ସହ ଖରାପ ହୁଏ ଓ ଖରାପ ଲୋକ ମାନେ ଭଲ ରେ ରହନ୍ତି। ଲୋକ ଭଲ କର୍ମ କରୁଛନ୍ତି କିନ୍ତୁ ଦୁଃଖ ରେ ଅଛନ୍ତି। ଆମେ ଦେଖୁ ଲୋକ ଖରାପ କର୍ମ କରୁଛନ୍ତି କିନ୍ତୁ ଭଲ ରେ ରହନ୍ତି। ଏହା ଆମେ ଦେଖୁ କିନ୍ତୁ ୯୯
ପ୍ରତିଶତ ଦୃଶ୍ୟ ଅଦୃଶ୍ୟ ଥାଏ। ଆସନ୍ତୁ ଜାଣିବା ଗୋଟେ ସୁନ୍ଦର ଗଳ୍ପ ମାଧ୍ୟମ ରେ।
ଦୁଇ ଜଣ ବ୍ୟକ୍ତି ଥିଲେ। ଜଣେ ବ୍ୟକ୍ତି ପ୍ରତିଦିନ ମନ୍ଦିର ଯାଏ ପୂଜା ପାଠ କରେ ଓ ଧର୍ମ କର୍ମ କରେ। କିନ୍ତୁ ଅନ୍ୟ ବ୍ୟକ୍ତି ଜଣକ ମନ୍ଦିର କୁ ଯାଏ ସତ କିନ୍ତୁ ଖରାପ ଉଦ୍ଦେଶ୍ୟ ନେଇ। ପକେଟ ମାରିବା, କାହାର ଚପଲ ଚୋରି କରିବା ବା ଭୋଗ ସାମଗ୍ରୀ ନେଇଯିବା ଏହି ଉଦ୍ଦେଶ୍ୟ ରଖି ସେ ମନ୍ଦିର କୁ ଯାଏ। ଭଲ କର୍ମ କରୁଥିବା ବ୍ୟକ୍ତି ଟି କଷ୍ଟ ମଷ୍ଟେ ଚଳେ।କିନ୍ତୁ ଏହି ବ୍ୟକ୍ତି ର ଘରେ ଅର୍ଥ ର ଅଭାବ ନ ଥାଏ। ସେ ଆରାମ ରେ ବିନା ପରିଶ୍ରମ ରେ ରହେ।
ଭଲ କର୍ମ କରୁଥିବା ବ୍ୟକ୍ତି ଜଣକ ଏହି କଥା ଟି ସବୁବେଳେ ମନ ଦୁଃଖରେ ଭଗବାନ ଙ୍କୁ ଆରାଧନା କରି କହେ। ଏକଦା ବର୍ଷା ହେବାରୁ ମନ୍ଦିର କୁ କେହି ଯାଇନଥିଲେ କିନ୍ତୁ ଭଲ ବ୍ୟକ୍ତି ଜଣକ ଯାଇଥିଲା ଏ ମନ୍ଦ ବ୍ୟକ୍ତି ଜଣକ ଚିନ୍ତା କରିଥିଲା ଆଜି ମନ୍ଦିର ର ଦାନ ବାକ୍ସ କୁ ଚୋରି କରିବ। ଓ ଚୋରି ମଧ୍ୟ କଲା।
ପୂଜାରୀ ଆସି ଦେଖିଲେ ଓ କିଏ ଏ କର୍ମ କଲା ବୋଲି ଖୋଜା ଚାଲିଲା। ଶେଷ ରେ ସେହି ଭଲ ବ୍ୟକ୍ତି ଟି ଆସିଥିଲା ମନ୍ଦିର ସେ ଚୋରି କରିଥିବ ବୋଲି ତାକୁ ଧରିଲେ। ସେ ବି କହିଲା ହଁ ମୁଁ ମନ୍ଦିର ଆସିଛି କିନ୍ତୁ ମୁଁ ଚୋରି କରିନି।
ତାକୁ କୁହାଗଲା ସବୁ ଧନ ଆଣ ସେ କହିଲା ହଉ ମୁଁ ମୋର ଯାହା ଧନ ଅଛି ତାକୁ ଦେଇ ଦେବି ସେ ରାସ୍ତା ରେ ଗଲାବେଳେ ତାର ଗୋଟେ ଗାଡି ସହ ଧକ୍କା ହେଲା। ସେ ଗାଡ଼ି ରେ ଚୋର ମାନେ ଥିଲେ ସେମାନେ ଡର ରେ ପଇସା ପୁଟୁଳି ଛାଡ଼ିଚାଲିଗଲେ ଓ ସେ ପୁଟୁଳି କୁ ମଧ୍ୟ ସେ ଖରାପ ବ୍ୟକ୍ତି ଜଣକ ନେଇଗଲା ଏ ସବୁ ସେ ଭଲ ବ୍ୟକ୍ତି ଜଣକ ଦେଖୁଥିଲା। ତା ପରେ ଏମିତି କିଛି ଦିନ ଗଲା ପରେ ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କଲେ ଓ ଭଗବାନ ଙ୍କ ଦରବାର ରେ ପହଁଚିଲେ।
ସେଠି ସେହି ବ୍ୟକ୍ତି ଜଣକ ଭଗବାନ ଙ୍କୁ ପ୍ରଶ୍ନ କଲା ଯେ ଏତେ ଭଲ କର୍ମ କରି ସେ ଯେଁଉ ଜୀବନ କାଟିଲା ସେ ବ୍ୟକ୍ତି ଜଣକ ମଧ୍ୟ ଭଲ ରେ ରହିଲା ତ ଭଲ କର୍ମ ର ଲାଭ କଣ।
ଭଗବାନ ତାକୁ କହିଲେ ତମ ସହ ଯାହା ହେଲା ତାହା ତମ ପ୍ରାରବ୍ଧ କର୍ମ ର ଫଳ ଏ ଜନ୍ମ ରେ ଭଲ କର୍ମ କରିଥିବା ଯୋଗୁଁ ତମେ ସେ ଦୁର୍ଘଟଣା ରେ ପଙ୍ଗୁ ହୋଇ ଥାନ୍ତ କିନ୍ତୁ ବାର୍ତିଗଲ। ଓ ସେ ବ୍ୟକ୍ତି ଜଣକ ରାଜଯୋଗ ଭଳି ଜୀବନ ଥିଲା କିନ୍ତୁ ତାର ଏ ଜନ୍ମ ର ସଞ୍ଚିତ କର୍ମ କୁ ନେଇ ତାକୁ କିଛି ଅର୍ଥ ଓ ଧନ ରେ ରହିଗଲା।