ଜ୍ୟୋତିଷ

କନ୍ୟା ସନ୍ତାନ ଜନ୍ମ ନେଲେ କିଛି ପରିମାଣରେ ଶୁଝିଥାଏ ମାତୃଋଣ, ଜାଣନ୍ତୁ ମାତୃଋଣରୁ ମୁକ୍ତି ପାଇବାର ୫ଟି ଉପାୟ

ଲାଲ୍‌ କିତାବ ଅନୁସାରେ କୁଣ୍ଡଳୀ ବା ଜାତକରେ ଅନେକ ପ୍ରକାରର ଋଣ ରହିଥାଏ। ଯେପରି ପିତୃ ଋଣ, ଅଜନ୍ମା ଋଣ, ପ୍ରାକୃତିକ ଋଣ, ପିତୃ ଋଣ ଆଦି। ସେଥିମଧ୍ୟରୁ ମାତୃଋଣ ଅନ୍ୟତମ। ସବୁଠାରୁ ବିଚିତ୍ର କଥା ହେଉଛି, ଯଦି ଆପଣଙ୍କ ଜାତକରେ ଏ ସବୁ ଭିତରୁ କୌଣସି ଗୋଟିଏ ବି ଥାଏ, ତା’ହେଲେ ପରିବାରର ଅଧିକାଂଶ ସଦସ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଆନ୍ତି। ଯଦି ପିତୃଦୋଷ ଲାଗିଥାଏ, ତା’ହେଲେ ପାଖାପାଖି ସମସ୍ତଙ୍କ ଜାତକରେ ଏହି ଦୋଷ ମିଳିଥାଏ। ଏଥିପାଇଁ ଲାଲ୍‌ କିତାବ ଅନୁସାରେ, ପୂରା ପରିବାରକୁ ହିଁ ଏହାର ନିଦାନ କରିବା ଉଚିତ, ଯଦ୍ଦ୍ଵାରା ଏଥିରୁ ମୁକ୍ତି ମିଳିପାରିବ। ଆଜି ଆସନ୍ତୁ ଜାଣିବା ମାତୃଋଣ ବିଷୟରେ। କିପରି ଆପଣ ପାଇପାରିବେ ଏଥିରୁ ମୁକ୍ତି।

m2

ଲକ୍ଷଣ

ଯଦି କାହା ଜାତକରେ ମାତୃଋଣ ଲାଗିଥାଏ, ତା’ହେଲେ ସେ କରଜରେ ବୁଡ଼ି ରହିଥାଏ। ଘରର ଶାନ୍ତି ଭଙ୍ଗ ହୋଇଯାଇଥାଏ। ବ୍ୟକ୍ତି ସୁଖ, ଶାନ୍ତିରେ ବସି ଭୋଜନ କରିପାରି ନ ଥାଏ। ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳି ନ ଥାଏ। ଜମା ଧନ ବର୍ବାଦ ହୋଇଯାଏ। ଅଯଥା ଖର୍ଚ୍ଚକୁ ବ୍ୟକ୍ତି ରୋକିପାରି ନ ଥାଏ। କରଜ କେବେ ବି ଶୁଝି ହୋଇ ନ ଥାଏ।

କୁହାଯାଏ, ପାଖରେ ଥିବା କୂଅ କିମ୍ବା ନଦୀରେ ପୂଜା କରିବା ବଦଳରେ ଯଦି ପରିଷ୍କାର ଏବଂ ଅଳିଆ ଆବର୍ଜନା ପକାଯାଏ, ତା’ହେଲେ ବି ମାତୃଋଣ ଲାଗିଥାଏ। ମା’ଙ୍କ ପ୍ରତି ଅଣଦେଖା କରିବା, ତାଙ୍କ ସୁଖଦୁଃଖର ଚିନ୍ତା ନ କରିବା, ସନ୍ତାନ ଜନ୍ମ ପରେ ମା’ଙ୍କୁ ଘରୁ ବାହାର କରିଦେବା ଦ୍ୱାରା ମାତୃଋଣ ଲାଗିଥାଏ।

m3

ନିବାରଣ

୧. ମା’ କିମ୍ବା ମା’ ସମାନ ମହିଳାଙ୍କ ସେବା କରନ୍ତୁ।

୨. ବୃଦ୍ଧାଶ୍ରମ ଯାଇ ବୃଦ୍ଧ ମହିଳାଙ୍କୁ ଖିରି ଖୁଆନ୍ତୁ।

୩. ବହିଯାଉଥିବା ପାଣି କିମ୍ବା ନଦୀରେ ଏକ ରୂପା ପଇସା ଭସାଇ ଦିଅନ୍ତୁ।

m3

୪. ନିୟମିତ ଦୁର୍ଗା ମା’ଙ୍କ ମନ୍ଦିର ଯାଆନ୍ତୁ ଏବଂ ତାଙ୍କ ପୂଜା କରନ୍ତୁ। ମା’ଙ୍କଠାରେ ଓଢ଼ଣୀ ଚଢ଼ାନ୍ତୁ।

୫. ନିଜ କନ୍ୟା କିମ୍ବା କନ୍ୟା ସମାନ ଝିଅର ସେବା କରନ୍ତୁ। କୁହାଯାଏ, କନ୍ୟା ସନ୍ତାନ ଜନ୍ମ ନେଲେ ମାତୃଋଣ କିଛି ପରିମାଣରେ କମିଯାଇଥାଏ।

୬. ଆପଣଙ୍କର ଯେତେଜଣ ରକ୍ତ ସମ୍ପର୍କୀୟ ଅଛନ୍ତି, ସେତିକି ମାତ୍ରାରେ ଚାନ୍ଦି ନଦୀରେ ଭସାଇବା ଉଚିତ। ଯଦି ଏହା ନ କରିପାରିବେ, ସେତିକି ସଂଖ୍ୟକ ଚାଉଳ ଭସାଇପାରିବେ। ଏହି କାମ ଗୋଟିଏ ହିଁ ଦିନରେ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button