ଦେଶ- ବିଦେଶ

କ’ଣ ଆପଣଙ୍କୁ କମ୍‌ ନିଦ ହେଉଛି କି ? ସାବଧାନ ହୋଇପାରେ ଡାଇବେଟିଜ

ଆଜିକାଲି ଡାଇବେଟିଜ ସାଧାରଣ ରୋଗ ଭାବେ ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ବର୍ତ୍ତମାନର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତି ଏହାର ଶିକାର ବହୁତ ସହଜରେ ହୋଇପାରୁଛି। ବେଳ ଥାଉ ଥାଉ ଏହି ରୋଗ ବିଷୟରେ ଜାଣିପାରିଲେ ନିଜକୁ ଏଥିରୁ ରକ୍ଷା କରିପାରିବେ। ଯଦି ଆପଣଙ୍କୁ କମ୍‌ ନିଦ ହେଉଛି କିମ୍ବା ନିଦ ନ ହେଉଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏପରି ଆପଣଙ୍କର ଏପରି ସମସ୍ୟା ଦେଖାଦେଉଥାଏ ତେବେ ଆପଣଙ୍କୁ ଡାଇବେଟିଜ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

sleepiness

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯଦି ଆପଣଙ୍କ ଶରୀରରେ ବ୍ଲଡସୁଗାର ମାତ୍ରା ଅଧିକ ରହିଥାଏ ତେବେ ଆପଣଙ୍କ କିଡନୀ ଫେଲ ହେବାର ସମ୍ଭାବନା ରହିଥାଏ। ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଚାରି ରୁ ପାଞ୍ଚ ଘଣ୍ଟା ସଠିକ୍‌ ଭାବେ ଶୁଅନ୍ତି ନାହିଁ, ସେମାନଙ୍କ ଶରୀରରେ ଗ୍ଲୁକୋଜ ସ୍ତର ୪୦ ପ୍ରତିଶତ କମିଯାଏ। ଏପରି ହେଲେ ଆପଣଙ୍କୁ ସହଜରେ ଡାଇବେଟିଜ ଆକ୍ରାନ୍ତ ହୋଇଯାଏ। କମ୍‌ ଶୋଉଥିବା ଲୋକଙ୍କ ପ୍ରଜନନ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ। ଯଦି ଆପଣଙ୍କ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ସଠିକ୍‌ ଭାବେ ଶୋଇବା ଉଚିତ। ଦିନକୁ ଅତିକମ୍‌ରେ ୮ ଘଣ୍ଟା ନିଦ୍ରା ଯିବା ଉଚିତ। ଏହାଛଡା କମ୍‌ ଶୋଇଥିବା ଲୋକଙ୍କୁ ମାନସିକ ସମସ୍ୟା ମଧ୍ୟ ହୋଇପରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button