ଦେଶ- ବିଦେଶ

ଆପଣଙ୍କ ଚିନ୍ତା ଏବଂ ଷ୍ଟ୍ରେସକୁ ୩ ମିନିଟ୍‌ରେ ଦୂର କରିବ ଏହି ଚାରା : ରିସର୍ଚ୍ଚ

ଅନେକ ଥର ଅଫିସ କାମ ସୁରୁଖୁରୁରେ ନ ହେଲେ ତା’ର ପ୍ରଭାବ ସିଧାସଳଖ ଭାବେ ଆମେ ଶରୀର ଉପରେ ପଡିଥାଏ। ଏଥିପାଇଁ ଅନେକ କର୍ମଚାରୀମାନେ ଟେନ୍‌ସନ୍‌ରେ ରହିଥାନ୍ତି। ବେଳେବେଳେ ବସ୍‌ଙ୍କ ତାଗିଦ୍‌ ମଧ୍ୟ ଚିନ୍ତାରେ ପକାଇଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି, ଅଫିସ୍‌ରେ କାମ କରୁଥିବା ସମୟରେ କମ୍ପ୍ୟୁଟର ନିକଟରେ ଏକ ଛୋଟ ଚାରାଗଛ ରଖିଲେ ଚିନ୍ତା ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ।

plant

ଜାପାନର ସିଏନ୍‌ ହେଲ୍‌ଥ ଗ୍ରୁପ୍‌ର ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଏକ ଇଲୋକ୍‌ଟ୍ରିକ୍‌ କମ୍ପାନୀର କିଛି କର୍ମଚାରୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଯେଉଁମାନେ କମ୍ପ୍ୟୁଟରରୁ କିଛି ସମୟ ନଜର ହଟାଇ ଚାରାଗଛକୁ ଦେଖୁଥିଲେ ସେମାନେ ଚିନ୍ତାମୁକ୍ତ ଥିଲେ। ଏହା ସହିତ ସେମାନଙ୍କ ହାର୍ଟ ମଧ୍ୟ ସୁସ୍ଥ ରହିଥିଲା। ଏହି ଅଧ୍ୟୟନରେ ୨୪ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନିଆଯାଇଥିଲା।
ଏହି ରିସର୍ଚ୍ଚରୁ ଜଣାପଡିଥିଲା, କମ୍ପ୍ୟୁଟର ନିକଟରେ ଚାରାଗଛ ରଖିବାରୁ କର୍ମଚାରୀମାନଙ୍କ ମାନସିକ ସ୍ଥିତି ଖୁବ୍‌ ଭଲ ରହିଥିଲା। ସେମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ଦେଖିବାକୁ ମିଳିଥିଲା। ଯେଉଁମାନେ ଏହି ଚାରାଗଛକୁ ଦେଖିଥିଲେ ସେମାନଙ୍କ ହାର୍ଟ, ଚକ୍ଷୁ ସୁସ୍ଥ ରହିବା ସହ ମାନସିକ ଚିନ୍ତା ଦୂର ହୋଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button