ଦେଶ- ବିଦେଶ

ରୁମ୍‌ ହିଟର ଛାଡ଼ନ୍ତୁ, ଶୀତଦିନେ ଏହି ୫ଟି ଉପାୟରେ ଘର ଭିତର ରଖନ୍ତୁ ଉଷୁମ

ଶୀତଦିନେ ଥଣ୍ଡା ଘରେ ରହିବା ଆପଣଙ୍କ ପାଇଁ ଆଦୌ ହିତକର ନୁହେଁ। ତେଣୁ ଯେତେ ସମ୍ଭବ ଆପଣ ଘର ଭିତରେ ଗରମ ବଜାୟ ରଖନ୍ତୁ। ଅନେକ ଲୋକ ରୁମ୍‌ ହିଟର ଦ୍ୱାରା ନିଜ ବେଡ୍‌ରୁମ କିମ୍ବା ପୂରା ଘରକୁ ଗରମ ରଖିଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ରୁମ୍‌ ହିଟର ବ୍ୟତୀତ ଅଲଗା କିଛି ଉପାୟ କହିବାକୁ ଯାଉଛୁ, ଯଦ୍ଦ୍ଵାରା ଆପଣ ଘରକୁ ଉଷୁମ ରଖିପାରିବେ।

r2

୧. ଭାରି ପରଦା

ସବୁ ଡୋର୍‌ ଏବଂ ଓ୍ଵିଣ୍ଡୋରେ ଆପଣ ଭାରି ପରଦା ଲଗାନ୍ତୁ। ଏହା ଆପଣଙ୍କ ଘରକୁ ଆରାମଦାୟକ କରିବାରେ ସାହାଯ୍ୟ କରିବ। ଆପଣ ଚାହିଁଲେ, ଗାଢ଼ ରଙ୍ଗର ବିକଳ୍ପ ବାଛିପାରିବେ।

୨. ଅବ୍ୟବହୃତ ରୁମ୍‌କୁ ବନ୍ଦ କରି ଦିଅନ୍ତୁ

ଆପଣଙ୍କ ଘରେ ଯଦି ଅତିଥି କକ୍ଷ କିମ୍ବା ଭଣ୍ଡାର ଘର ଖାଲି ଅଛି, କେହି ଏହାକୁ ବ୍ୟବହାର କରୁନାହାନ୍ତି, ତା’ହେଲେ ଏହାର କବାଟକୁ ବନ୍ଦ କରି draftstopperରେ ସିଲ୍‌ କରିଦିଅନ୍ତୁ। ଆପଣଙ୍କ ଘରର ଯେଉଁ ବଖରା ବ୍ୟବହାର ହେଉନି, ତାହାକୁ ଗରମ ରଖିବାରେ ଅଯଥା ପଇସା ଉପଯୋଗ କରନ୍ତୁ ନାହିଁ।

r4

୩. ଗାଲିଚା ପକାନ୍ତୁ

ଶୀତଦିନେ ଚଟାଣରେ ନିଶ୍ଚିତ ଭାବେ ମୋଟା ଗାଲିଚା ପକାନ୍ତୁ। ଏହା ଅପେକ୍ଷାକୃତ କାଠ ଏବଂ ପଥର ତୁଳନାରେ ଅଧିକ ଗରମ ଲାଗିଥାଏ। ଆଉ ଏହା ଉପରେ ଚାଲିଲେ ପାଦକୁ ବହୁତ ଆରାମ ମିଳିଥାଏ।

୪. ଠିକ୍‌ ଆଲୋକ

ଗରମ ଅନୁଭୂତ ହେଉଥିବା ଲାଇଟ୍‌ ଆଣି ଘରେ ଲଗାନ୍ତୁ। ନଚେତ୍‌ ଘର ଭିତରକୁ ଯେପରି ସୂଯ୍ୟର୍ାଲୋକ ପଡ଼ିବ, ସେ ଦିଗରେ ଦୃଷ୍ଟି ଦିଅନ୍ତୁ।

r5

୫. ବାଥ୍‌ରୁମ ପଙ୍ଖା

ଆପଣଙ୍କ ବାଥ୍‌ରୁମ ପଙ୍ଖା କିମ୍ବା ରୋଷେଇ ଘରେ ଲାଗିଥିବା ପଙ୍ଖା ମଧ୍ୟରୁ ଗୋଟିଏକୁ ବନ୍ଦ କରିଦିଅନ୍ତୁ। କାରଣ, ଏହି ପଙ୍ଖା ଗରମ ପବନକୁ ଟାଣିନେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button