ସ୍ୱାସ୍ଥ୍ୟ

ଡାଇବେଟିଜ୍‌ ରୁ ଆରମ୍ଭ କରି ବ୍ଲଡପ୍ରେସରକୁ ମାତ୍‌ ଦେବ ହେଙ୍ଗୁ, ଜାଣନ୍ତୁ ଏହାର ଫାଇଦା

ହେଙ୍ଗୁ କେବଳ ଖାଇବାର ସ୍ୱାଦ ବଢାଇନଥାଏ ବରଂ ଆପଣଙ୍କୁ ସୁସ୍ଥ ମଧ୍ୟ ରଖିଥାଏ। ଗ୍ୟାସ ରୁ ଆରମ୍ଭ କରି ଅପଚ ଏବଂ ପେଟ ସମସ୍ୟା ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ହେଙ୍ଗୁରେ ଔଷଧୀୟ ଗୁଣ ଆଣ୍ଟି-ଭାଇରଲ, ଆଣ୍ଟି-ବ୍ୟାକ୍ଟେରିୟଲ, ଆଣ୍ଟି-ଇଫ୍ଲୋମେଟ୍ରି ଆଦି ଗୁଣ ଥିବାରୁ ଏହା ଉଚ୍ଚ ରକ୍ତଚାପ ଏବଂ ଡାଇବେଟିଜକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଶରୀରରୁ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ତେବେ ଜାଣନ୍ତୁ ହେଙ୍ଗୁ ଖାଇବାର ଅନ୍ୟ ଫାଇଦା ସମ୍ପର୍କରେ।

heengହେଙ୍ଗୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଶରୀରରେ ସଠିକ୍‌ ରୂପେ ରକ୍ତ ସଂଚାଳନ କରିଥାଏ। ଡାଇବେଟିଜ୍‌ ବ୍ୟକ୍ତିମାନଙ୍କ ପାଇଁ ହେଙ୍ଗୁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ହେଙ୍ଗୁ ଡାଇବେଟିଜ୍‌ ବ୍ୟକ୍ତିମାନଙ୍କ ବ୍ଲଡ ସୁଗାରକୁ ନିୟନ୍ତ୍ରିତ ରଖିଥାଏ।

home-remediesହେଙ୍ଗୁରେ ଆଣ୍ଟି-ଇଫ୍ଲୋମେଟ୍ରି ଏବଂ ଆଣ୍ଟି-ବ୍ୟାକ୍ଟେିରିଆଲ ଗୁଣ ରହିଥାଏ। ଏହି କାରଣରୁ ହେଙ୍ଗୁ ମସ୍ତିଷ୍କ ସମ୍ପର୍କୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହୋଇଥାଏ ତେବେ ଆପଣ ଏକ ଗ୍ଲାସ ପାଣିରେ ଅଳ୍ପ ହେଙ୍ଗୁ ମିଶାଇ ଦିନରେ ଦୁଇ ରୁ ତିନି ଥର ସେବନ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button