ଜ୍ୟୋତିଷ

ଘରେ ଲଗାନ୍ତୁ ଦୌଡୁଥିବା ଘୋଡାଙ୍କ ଫଟୋ, ହେବ ଧନର ବର୍ଷା

ବ୍ୟବସାୟରେ ଲାଭ ପାଇଁ ଆପଣମାନେ ଖୁବ୍‌ ପରିଶ୍ରମ କରିଥାନ୍ତି କିନ୍ତୁ କେବେ କେବେ ଖୁବ୍‌ ପରିଶ୍ରମ ପରେ ମଧ୍ୟ ସଫଳତା ହାସଲ ହୋଇନଥାଏ। ଏହିକାରଣରୁ ବାସ୍ତୁଶାସ୍ତ୍ରରେ ଏପରି କିଛି ଉପାୟ ରହିଛି, ଯାହକୁ ଆପଣେଇବା ଦ୍ୱାରା ଆପଣ ନିଜର ବ୍ୟବସାୟରେ ଲାଭ ସହ ଘର ପରିବାରରେ ମଧ୍ୟ ସୁଖ-ଶାନ୍ତି ରଖିପାରିବେ। ବାସ୍ତୁଶାସ୍ତ୍ର ଅନୁଯାୟୀ ଦୌଡୁଥିବା ଘୋଡା ଶକ୍ତି ଏବଂ ବିକାଶର ପ୍ରତୀକ। ଏହା ଜୀବନରେ ଆଗକୁ ବଢିବା ଏବଂ ଭବିଷ୍ୟତରେ ସଫଳତାର ସୂଚକ ହୋଇଥାଏ। ବିଶେଷ ରୂପେ ଧଳା ଘୋଡା ସକରାତ୍ମକ ଶକ୍ତିର ବାହାକ ବୋଲି ମାନ୍ୟତା ରହିଛି। ଘର ଏବଂ ଅଫିସରୁ ନକରାତ୍ମକ ଶକ୍ତିକୁ ଦୂର କରି ସକରାତ୍ମକ ଶକ୍ତିରେ ବୃଦ୍ଧି ପାଇଁ ୭ଟି ଘୋଡା ଏକାଠି ଦୌଡୁଥିବାର ଫଟୋ ଲଗାଇବା ଲାଭକାରୀ ହୋଇଥାଏ।

horse1ବ୍ୟବସାୟରେ ଲାଭ ପାଇଁ:

ବିକାଶ ଏବଂ ସର୍ବଦା ଶକ୍ତିଶାଳୀ ରହିବା ପାଇଁ ଅଫିସର ଦକ୍ଷିଣ ଦିଗରେ ଦୌଡୁଥିବା ଘୋଡାର ଫଟୋ ଲଗାନ୍ତୁ। ଅଫିସରେ କାମ କରୁଥିବା କର୍ମଚାରୀ ବା ମାଲିକଙ୍କ ନଜର ଯେତେବେଳେ ବାରମ୍ବାର ଏହା ଉପରେ ପଡିଥାଏ ସେତେବେଳେ ଏହାର ସକାରାତ୍ମକ ପ୍ରଭାବ ତାଙ୍କର କାର୍ଯ୍ୟପ୍ରଣାଳୀ ଉପରେ ପଡିଥାଏ। ଏହା କାର୍ଯ୍ୟରେ ଗତି ପ୍ରଦାନ କରିବା ସହ ସଫଳତା ଦେବାରେ ମଧ୍ୟ ସହାୟକ ହୋଇଥାଏ। ମନେ ରଖନ୍ତୁ ଘୋଡାର ମୁହଁ ଅଫିସ ଭିତରକୁ ରହିବା ଉଚିତ। ଏଥିସହ ଘୋଡା ଯେପରି ଲଗାମରେ ବନ୍ଧା ନହୋଇଥିବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଉଚିତ। ବ୍ୟବସାୟରେ ଲାଭ ପାଇଁ ଦୋକାନରେ ଫଟୋ ବ୍ୟତୀତ ତମ୍ବା, ପିତ୍ତଳ କିମ୍ବା ଚାନ୍ଦୀରେ ତିଆରି ହୋଇଥିବା ଦୌଡୁଥିବା ଘାଡାର ପ୍ରତିମା ରଖିପାରିବେ।

horsesଧନ ପ୍ରାପ୍ତି ଏବଂ ଭଲପାଇବା ବୃଦ୍ଧି ପାଇଁ:

ଘରର ସଦସ୍ୟଙ୍କ ମଧ୍ୟରେ ବୁଝାବଣା ଏବଂ ଭଲପାଇବା ରହିବା ପାଇଁ ଘରର ଡ୍ରଇଂ ରୁମ୍‌ରେ ଦୌଡୁଥିବା ଘୋଡାର ଫଟୋ ଲଗାଇବା ଶୁଭ ହୋଇଥାଏ। ଏହାବ୍ୟତୀତ ଯଦି ପତି-ପତ୍ନୀଙ୍କ ସମ୍ପର୍କରେ ତିକ୍ତତା ରହିଥାଏ ବା ଉଭୟଙ୍କ ଭଲପାଇବା କମ ହୋଇଥାଏ ତେବେ ଶୟନ କକ୍ଷରେ ଧାତୁରେ ତିଆରି ହୋଇଥିବା ଘୋଡାର ଯୋଡା ରଖିବା ଲାଭକାରୀ ହୋଇଥାଏ। ଏହାଦ୍ୱାରା ଭଲପାଇବା, ସହଯୋଗ, ଉଭୟଙ୍କ ମଧ୍ୟରେ ମିଳାମିଶାର ଏବଂ ଧନ ପ୍ରାପ୍ତିର ଭାବନା ବଢିଥାଏ।

horse-କରଜ ସମସ୍ୟା ଦୂର ହୋଇଥାଏ:

ଯଦି ଆପଣ କରଜ ସମସ୍ୟା ପାଇଁ ଚିନ୍ତିତ ତେବେ ଘରର ଉତ୍ତର-ପଶ୍ଚିମ ଦିଗରେ ଘୋଡାର ଯୋଡା ପ୍ରତିମା ମଧ୍ୟ ରଖିପାରିବେ। ଏହାଦ୍ୱାରା ଆପଣ ଲାଭ ପାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button